କଳାହାଣ୍ଡି,୧୬/୫, (ନରୋତ୍ତମ ସେଲମା) : ଦିନ ବେଳା ଅଗ୍ନିବର୍ଷା ପରି ଝାଞ୍ଜି ଓ ଗୁଲୁଗୁଳି ସାଙ୍ଗକୁ ମଝିରେ ମଝିରେ ଅପରାହ୍ନ ସମୟରେ କାଳ ବୈଶାଖୀ କଳାହାଣ୍ଡିର ଜନଜୀବନକୁ ଅତିଷ୍ଠ କରିଦେଉଛି । ଆଜି କାର୍ଲମୁଣ୍ଡା ବ୍ଲକର ତେରେସିଙ୍ଗା ବେଳପଡା ଠାରେ କାଳ ବୈଶାଖୀ ଝଡର ତାଣ୍ଡବ ଦେଖିବାକୁ ମିଳିଛି । ଏଥିରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଜଣାପଡିଛି। ମାତ୍ର ୫ ମିନିଟର ତାଣ୍ଡବରେ ବହୁ ଗଛ ଭାଙ୍ଗି ଯାଇଥିବା ବେଳେ ଅନେକ ଘରର ଛାତ ଉଡି ଯାଇଛି । ତେଣୁ ପ୍ରଶାସନ ତରଫରୁ କ୍ଷୟକ୍ଷତି ଆକଳନ କରି ସହାୟତା ଯୋଗାଇଦେବାକୁ ଦାବି ହେଉଛି।
For latest news & updates, click on bell button and subscribe to notifications.
Like us on Facebook👇
Subscribe us on Youtube👇
Join our whatsapp group👇