ଜନ୍ ୨ରୁ ହେବ ଜିଲ୍ଳାସ୍ତରୀୟ ଆମ୍ବ ମହୋତ୍ସବ : ଆମ୍ବ ଚାଷି ଓ ଉତ୍ପାଦକ ଗୋଷ୍ଠୀକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟ

ରାୟଗଡ,୧୭/୫ : ରାୟଗଡ ଜିଲ୍ଳାରେ ଧାନ, କପା, ମାଣ୍ଡିଆ ଭଳି ଚାଷ ଯେତିକି ପରିମାଣରେ କରାଯାଉଛି ବର୍ତମାନ ଚାଷିମାନେ ଅର୍ଥକାରୀ ଫସଲ ଆମ୍ବ ଚାଷକୁ ବେଶ୍ ଗୁରୁତ୍ୱ ଦେଇ ରାୟଗଡ ଜିଲ୍ଳାର ନାମକୁ ଜାତୀୟ ସ୍ତରରେ ମଧ୍ୟ ଗୈାରବନ୍ୱିତ କରି ପାରିଛନ୍ତି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ରାୟଗଡ ଜିଲ୍ଳାର କାଶିପୁର, କଲ୍ୟାଣସିଂହପୁର, ମୁନିଗୁଡା, ବିଷମକଟକ, ଗୁଣପୁର, ଗୁଡାରୀ ଆଦି ଅନ୍ୟାନ୍ୟ ବ୍ଳକର ଆମ୍ବ ଚାଷିମାନେ ନିଜର ଶହ ଶହ ଏକରରେ ବିଭିନ୍ନ ପ୍ରଜାତିର ଆମ୍ବଚାଷ କରି ଉତ୍ପାଦିତ ଟନ୍ ଟନ୍ ଆମ୍ବଗୁଡିକକୁ ପ୍ରଶାସନ ସାହାର୍ଯ୍ୟରେ ଦିଲ୍ଳୀ ପର୍ଯ୍ୟନ୍ତ ବିକ୍ରି କରିବା ପାଇଁ ପଠାଇ ପାରି ସେଥିରୁ ଭଲ ଦୁଇ ପଇସା ରୋଜଗାର କରିପାରି ନିଜର ଆର୍ଥିକବସ୍ଥାକୁ ସ୍ୱଚ୍ଛଳ କରିପାରୁଛନ୍ତି । ଆମ୍ବ ରପ୍ତାନୀ ଓ ଆମ୍ବଚାଷ ପ୍ରତି ଚାଷୀଙ୍କ ଆଗ୍ରାହ୍ୟକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ମଧ୍ୟ ଜିଲ୍ଳାସ୍ତରରେ ଆମ୍ବ ଚାଷି ଓ ଉତ୍ପାଦକ ଗୋଷ୍ଠୀଙ୍କୁ ପ୍ରୋତ୍ସାହିତ କରିବା ନିମନ୍ତେ ଜିଲ୍ଳାସ୍ତରୀୟ ଆମ୍ବ ମହୋତ୍ସବର ଆୟୋଜନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

Udyog Nursery
Udyogi Nursery

ଏହି ମର୍ମରେ ରାୟଗଡ ଜିଲ୍ଳାପାଳଙ୍କ କାର୍ଯ୍ୟାଳୟର ଚିନ୍ତନ କକ୍ଷରେ ଜିଲ୍ଳାପାଳ ପ୍ରମୋଦ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ମହୋତ୍ସବ ଆୟୋଜନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଆସନ୍ତା ଜୁନ ୨ତାରିଖରୁ ୬ତାରିଖ ପର୍ଯ୍ୟନ୍ତ ୫ଦିନ ଧରି ସହରର ଅଶୋକ କଲ୍ୟାଣ ମଣ୍ଡପ ଏବଂ ଗୁଣପୁରର ଚଇତି ମଣ୍ଡପ ଠାରେ ଚଳିତ ବର୍ଷ ପ୍ରଥମ ଥର ପାଇଁ ଜିଲ୍ଳାସ୍ତରୀୟ ଆମ୍ବ ମହୋତ୍ସବ ଅନୁଷ୍ଠିତ ହେବ ବୋଲି ସ୍ଥିର କରାଯାଇଛି ।


ପ୍ରତ୍ୟେକ ଦିନ ସକାଳ ୮ଘଟିକା ଠାରୁ ମଧ୍ୟାହ୍ନ ୧୨ଘଟିକା ଓ ଅପରାହ୍ନ ୫ ଘଟିକା ଠାରୁ ରାତ୍ର ୮ଘଟିକା ପର୍ଯ୍ୟନ୍ତ ଏହି ମହୋତ୍ସବ ଚାଲୁ ରହିବ । ସେହିପରି ବିଭିନ୍ନ ବିଭାଗ ଅଧୀନରେ କାମ କରୁଥିବା ଚାଷୀ,ସ୍ୱଂୟ ସହାୟକ ଗୋଷ୍ଠୀ,ହିତାଧିକାରୀ ଗୋଷ୍ଠୀ ସେମାନଙ୍କର ଉତ୍ପାଦିତ ଆମ୍ବକୁ ସିଧାସଳଖ ଉଚିତ ମୂଲ୍ୟରେ ଖାଉଟିଙ୍କୁ ବିକ୍ରୟ କରିପାରିବେ । ଜିଲ୍ଳାରେ ଚାଷ ହେଉଥିବା ମଲ୍ଳିକା, ଲେବାଡା, ଦଶହରୀ, ବାଇଗଣପଲ୍ଳୀ, ଆଖୁରସ, ବମ୍ବେଗ୍ରୀନ ପ୍ରଜାତି ଭଳି ଆହୁରି ଅନେକ କିସମର ସୁସୁଆଦ ଆମ୍ବଗୁଡିକ ପ୍ରଦର୍ଶିତ କରାଯିବ ସହ ବିକ୍ରୟ କରିବାର ବ୍ୟବସ୍ଥା କରାଯାଇଛି ।


ଏହି ଆମ୍ବ ମହୋତ୍ସବକୁ ଆୟୋଜନ କରିବା ପାଇଁ ଓରମାସ ଓ ଜିଲ୍ଳା ପ୍ରଶାସନ ତରଫରୁ ସମସ୍ତ ସହଯୋଗ ଯୋଗାଇ ଦିଆଯିବ ବୋଲି ବୈଠକରେ ସ୍ଥିର ହୋଇଛି । ବୈଠକରେ ଜିଲ୍ଳା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଅମ୍ରିିତ ଋତୁରାଜ, ରାୟଗଡ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ଟୁକୁ ବାରିକ, ଉଦ୍ୟାନ କୃଷି ଉପ-ନିର୍ଦ୍ଦେଶକ ଆନନ୍ଦଚନ୍ଦ୍ର ସାହୁ, କୃଷି ବିଭାଗ ଉପ-ନିର୍ଦ୍ଦେଶକ କୃଷ୍ଣଚନ୍ଦ୍ର ସିଂ, କଲ୍ୟାଣସିଂହପୁର ବିଡିଓ ଅନୁପ ପଣ୍ଡା,

ଡିପିଏମ ଏଣ୍ଡ ଏଲଏମ ହେମନ୍ତ ବାଗ, ପୈାର ପରିଷଦ ନିର୍ବାହୀ ଅଧିକାରୀ ଅଚ୍ୟୁତାନନ୍ଦ ଶତପଥି, ଡିକେଡିଏ,ଚାଟିକୋଣାର ସ୍ୱତନ୍ତ୍ର ଅଧିକାରୀ ସୁରଗଚନ୍ଦ୍ର ବିଶ୍ୱାଳ, ଓଟିଇଏଲପି ପ୍ରକଳ୍ପ ପରିଚାଳକ ସୁର୍ଦଶନ ପାଢୀ, ଡିପିଏମ ନିରଂଜନ ମଲ୍ଳିକ ପ୍ରମୁଖ ଯୋଗଦାନ କରି ଆଲୋଚନାରେ ଅଂଶଗ୍ରହଣ କରିଥିବା ବେଳେ ବୈଠକ ଶେଷରେ ଓରମାସ ର ସହକାରୀ ନିର୍ଦ୍ଦେଶକ ମନୋଜ କୁମାର ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

ରାୟଗଡରୁ ସ୍ବତନ୍ତ୍ର ପ୍ରତିନିଧି ଶିବ ନାରାୟଣ ଗୌଡଙ୍କ ରିପୋର୍ଟ odiabarta.in

For latest news & updates, click on bell button and subscribe to notifications.

Like us on Facebook👇

http://facebook.com/odiabarta

Subscribe us on Youtube👇

http://tiny.cc/odiabarta

Join our whatsapp group👇

http://bit.ly/odiabartagroup2

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.