ଗୁଣାତ୍ମକ ମାନର ଶିକ୍ଷା ପାଇଁ ସରକାରଙ୍କ ମହତ ପ୍ରୟାସ, ଛାତ୍ରଛାତ୍ରୀ ପାଉଛନ୍ତି ନୂତନ ପୋଷାକ ଓ ଜୋତା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ସୁଶାନ୍ତ କୁମାର ଦଳେଇ): ଛାତ୍ରଛାତ୍ରୀମାନେ ଦେଶର ଶୈକ୍ଷିକ ବ୍ୟବସ୍ଥାର ପ୍ରମୁଖ ଅଙ୍ଗ। ସେମାନଙ୍କର ଅଗ୍ରଗତି ଉପରେ ଦେଶର ବିକାଶ ନିର୍ଭର କରେ। ତେଣୁ ସେମାନଙ୍କର ପ୍ରଭୂତ ଅଭିବୃଦ୍ଧି ନିହାତି ଜରୁରୀ। ଏଥିପାଇଁ ସରକାର ଅନେକ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି। ତନ୍ମଧ୍ୟରୁ ପ୍ରାଥମିକ ସ୍ତରରେ ଅଧ୍ୟୟନରତ ଛାତ୍ରଛାତ୍ରୀଙ୍କୁ ପୋଷାକ ଓ ଜୋତା ବଣ୍ଟନ ଏକ ଅଭିନବ ପ୍ରୟାସ ଭାବେ କାର୍ଯ୍ୟ କରୁଛି। ୬ରୁ ୧୪ବର୍ଷ ବୟସର ସ୍କୁଲ ପଢ଼ୁଥିବା ପିଲାଙ୍କୁ ଦୁଇହଳ ପୋଷାକ ଓ ହଳେ ଜୋତା ମାଗଣାରେ ଦିଆଯାଉଛି। ଯାହା ଦ୍ୱାରା ସେମାନେ ବିଦ୍ୟାଳୟ ଆସିବାକୁ ଉତ୍ସାହିତ ହେଉଛନ୍ତି। କଳାହାଣ୍ଡିର ଦୁର୍ଗମ ତଥା ଅପହଞ୍ଚ ଅଂଚଳରେ ଏହି କାର୍ଯ୍ୟକ୍ରମ ଦ୍ୱାରା ଉପସ୍ଥାନ ବୃଦ୍ଧି ସହ ବିଦ୍ୟାଳୟର ସଂସ୍କାର ବଦଳିଛି। ଜିଲ୍ଲାର ଗୋଲାମୁଣ୍ଡା ପରି ବ୍ଳକରେ ମଧ୍ୟରେ ଏହାର ଯଥେଷ୍ଟ ସୁପ୍ରଭାଵ ଦେଖିବାକୁ ମିଳିଛି। ଚଳିତ ଶିକ୍ଷାବର୍ଷରେ ୧୮୯ ସ୍କୁଲରୁ ୧୩୩ସ୍କୁଲରେ ପୋଷାକ ବଣ୍ଟନ ସରିଥିବା ବେଳେ ବାକି ସ୍କୁଲରେ ପ୍ରକ୍ରିୟା ଜାରି ରହିଛି। ଏଥିପାଇଁ ରାଜ୍ୟ ସରକାରଙ୍କ ତରଫରୁ ପ୍ରଚଳିତ ମାର୍ଗଦର୍ଶିକା ଅନୁଯାୟୀ ଦିଆଯାଇଛି। ବିଦ୍ୟାଳୟ ପରିଚାଳନା କମିଟି ଗୁଡିକ ଏଥିରେ ମୁଖ୍ୟ ଭୂମିକା ନିର୍ବାହ କରି ଉତ୍ତମ ମାନର କପଡା ଚୟନ କରୁଥିବା ଜଣାପଡ଼ିଛି। ଆବଶ୍ୟକ ସ୍ଥଳେ କମିଟି କେତେକ ପରାମର୍ଶ ଦେଉଥିବା ମଧ୍ୟ ଦେଖାଯାଇଛି। ବ୍ଲକର ସମୁଦାୟ ଛାତ୍ରଛାତ୍ରୀ ସଂଖ୍ୟା ୧୫୮୫୧ ଥିବା ବେଳେ ଏଯାବତ ୧୦୮୮୪ ଜଣ ଶିକ୍ଷାର୍ଥୀ ଉପକୃତ ହୋଇସାରିଛନ୍ତି। ଏହା ଛାତ୍ରଛାତ୍ରୀମାନଙ୍କୁ ଗୁଣାତ୍ମକ ଶିକ୍ଷାର ବିକାଶ ପାଇଁ ବାହ୍ୟିକ ଅଭିପ୍ରେରଣା ଯୋଗାଇବା ସହ ସ୍ମାର୍ଟ ଓ ଶୃଙ୍ଖଳିତ କରିବାରେ ସହାୟକ ହେଉଛି। ସେମାନଙ୍କ ଭିତରେ ଏକତା ଓ ଭାଇଚାରା ବୃଦ୍ଧି କରିବା ସହ ପରିଷ୍କାର ପରିଚ୍ଛନ୍ନ ହେବାକୁ ମଧ୍ୟ ପ୍ରବର୍ତ୍ତାଉଛି। ତେବେ ଗୋଲାମୁଣ୍ଡା ବ୍ଳକରେ ଏହା ସୁରୁଖୁରୁରେ ଚାଲିଥିବା ବେଳେ ଜିଲ୍ଲାର ଅନ୍ୟ ବ୍ଳକରେ ମଧ୍ୟ ଅନୁରୂପ ଭାବେ ପୋଷାକ ଓ ଜୋତା ବଣ୍ଟନ ଜାରି ରହିଛି। ଜିଲ୍ଲାର ୧୩ଟି ବ୍ଲକର ଛାତ୍ରଛାତ୍ରୀମାନେ ଯେମିତି କେହି ଏଥିରୁ ବଞ୍ଚିତ ରହିବେନି, ସେଥିନେଇ ଗୁରୁତ୍ୱ ଦିଆଯାଉଥିବା ଜଣାପଡିଛି। ପୋଷାକଗୁଡିକର ଉତ୍ତମ ମାନ ନିର୍ଦ୍ଧାରଣ ସହ ବଣ୍ଟନ ବେଳେ ଅନେକ ବିଦ୍ୟାଳୟରେ ଖୋଦ ବିଦ୍ୟାଳୟ ପରିଚାଳନା କମିଟି ସଭାପତି, ସଦସ୍ୟ, ସ୍ଥାନୀୟ ଜନପ୍ରତିନିଧି, ସମାଜସେବୀ ଉପସ୍ଥିତ ରହିବା ମଧ୍ୟ ଏକ ସୁସ୍ଥ ପରମ୍ପରାର ବାର୍ତ୍ତା ଦେଉଛି। ଆଗାମୀ ଦୁଇ ଦିନ ମଧ୍ୟରେ ସମସ୍ତ ବିଦ୍ୟାଳୟରେ ପୋଷାକ ବଣ୍ଟନ ପ୍ରକ୍ରିୟା ସରିଯିବ ବୋଲି ବିଆରସିସି ସୂଚନା ଦେଇଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.