ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ଖୁଜେନପାଲି ଫୁଟବଲ ପଡ଼ିଆ ପାଖରେ ହେବାକୁ ଥିବା ଦେଶୀ ମଦ ଭାଟିକୁ ବିରୋଧ କରି ବଲାଙ୍ଗୀର ଜିଲ୍ଲାପାଳଙ୍କ ପ୍ରକୋଷ୍ଠରେ ଲିଖିତ ଅଭିଯୋଗ ହୋଇଥିଲା। ତେଣୁ ଜିଲ୍ଲାପାଳ ସମସ୍ତ ଅଭିଯୋଗକାରୀଙ୍କୁ ବ୍ୟକ୍ତିଗତ ଭାବେ ଡାକି ଅଭିଯୋଗ ଶୁଣିଥିଲେ। ସୂଚନା ଅନୁସାରେ ବଲାଙ୍ଗୀର ଜିଲ୍ଲାର ସଦର ବ୍ଲକ ଅନ୍ତର୍ଗତ ଖୁଜେନପାଲି ମୌଜାରେ ଏକ ଦେଶୀ ମଦଭାଟି ଖୋଲିବା ପାଇଁ ଜିଲ୍ଲାପାଳଙ୍କ ଅବକାରୀ ବିଭାଗ ପତ୍ର ସଂ ୭୫୫ ତା:୨୫.୦୪.୨୦୨୩ ରେ ସର୍ବସାଧାରଣ ଅଭିଯୋଗ ନିମନ୍ତେ ଗତ ତା:୧୦.୦୫.୨୦୨୩ ମଧ୍ୟ ରେ ଆପତ୍ତି ଅଭିଯୋଗ ପାଇଁ ନୋଟିସ କରିଥିଲେ ତେଣୁ ତା:୦୯.୦୫.୨୦୨୩ ରେ ଜିଲ୍ଲାପାଳ ଓ ଅବକାରୀ ବିଭାଗକୁ ଲିଖିତ ଭାବେ ଅଞ୍ଚଳର ସରପଞ୍ଚ, ନାଏବ ସରପଞ୍ଚ, ବୁଦ୍ଧିଜୀବୀ, ସାମାଜିକ କର୍ମୀ, ଏସ.ଏସ.ଜି ଗୃପ ଓ ଜନ ସାଧାରଣଙ୍କ ତରଫରୁ ବିରୋଧ କରାଯାଇଥିଲା।
ତେଣୁ ଆଜି ତା:୧୧.୦୭.୨୦୨୩ ଦିନ ୧୧ଟା ସମୟରେ ଜିଲ୍ଲାପାଳ କାର୍ଯ୍ୟାଳୟରେ ହାଜର ହେବାପାଇଁ ଅବକାରୀ ବିଭାଗର ପତ୍ର ସଂ.୧୨୦୮ ତା:୦୫.୦୭.୨୦୨୩ ରେ ନୋଟିସ କରି ସମସ୍ତ ଅଭିଯୋଗକାରୀ ଉପସ୍ଥିତ ରହିବାକୁ ଚିଠି କରିଥିଲେ ସେହି ଆଧାରରେ ସମସ୍ତେ ଉପସ୍ଥିତ ରହି ସେହି ସ୍ଥାନରେ ମଦଭାଟି ହେଲେ ଅନେକ ଅସୁବିଧା ହେବ ଯେହେତୁ ସେହି ସ୍ଥାନରେ ଖେଳ ପଡିଆ ଅଛି। ପାଖରେ ସ୍କୁଲମାନେ ରହିଛି। ମନ୍ଦିର ଅଛି। ଲୋକଙ୍କ ଯିବା ଆସିବା କରିବାପାଇଁ ମୂଖ୍ୟ ରାସ୍ତା ସେହି ସ୍ଥାନ ଜନଗହଳିପୂର୍ଣ୍ଣ ସ୍ଥାନ ସେହି ସ୍ଥାନରେ ମଦଭାଟି ହେଲେ ଅନେକ ଅସୁବିଧା ହେବ ବୋଲି ଜିଲ୍ଲାପାଳଙ୍କୁ ଜଣାଯାଇଛି ଏହା ସ୍ବତ୍ତେ ମଧ୍ୟ ମଦଭାଟି ଖୋଲିବା ପାଇଁ ଅନୁମତି ଦେଲେ ଜୋରଦାର ଆନ୍ଦୋଳନ ହେବ ଆଗାମୀ ଦିନରେ ପରିସ୍ଥିତି ଅସମ୍ଭାଳ ହେବ ସେଥିପାଇଁ ସରକାର, ଜିଲ୍ଳା ପ୍ରଶାସନ ଦାୟୀ ରହିବେ ବୋଲି ସୂଚନା ଦିଆଯାଇଛି।
ଆଜିର ଏହି କାର୍ଯ୍ୟକ୍ରମରେ ସରପଞ୍ଚ ରଞ୍ଜିତା ପାଣିଗ୍ରାହୀ, ନାଏବ ସରପଙ୍କ ଲତା ଷାଣ୍ଢ, ପୂର୍ବତନ ସରପଞ୍ଚ ସତ୍ୟବାନ ସାହୁ, ଯୁବ ସମାଜସେବୀ ଓ ସଂଗଠକ ବିନୋଦ କାଳସାଏ, ସୁରେଶ ସାହୁ, ଗୋପିନାଥ କାଲସାଏ, ସଞ୍ଜୁ ଷାଣ୍ଢ, ମାଁ ମଙ୍ଗଳା ଏସ ଏସ ଜି, ମାଁ ସାରଲା ଏସ ଏସ ଜି, ମାଁ ଲକ୍ଷ୍ମୀ ଏସ ଏସ ଜି, ମାଁ ତାରିଣୀ ଏସ ଏସ ଜି, ମାଁ ମଠଖାଇ ଏସ ଏସ ଜି, ମାଁ ସମଲେଶ୍ଵରୀ ଏସ ଏସ ଜି, ମାଁ ସନ୍ତୋଷିନୀ ଏସ ଏସ ଜିର କାର୍ଯ୍ୟକର୍ତ୍ତା ଓ ସଦସ୍ୟମାନେମାନେ ଉପସ୍ଥିତ ଥିଲେ।