ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): ମୋହନଗିରିଠାରେ ଓଡ଼ିଶା ଷ୍ଟେଟ୍ ବ୍ରିଗେଡ ବିଦ୍ୟାଳୟର ଶ୍ରେଣୀ ଗୃହ କୋଠା ଉଦ୍ଘାଟିତ ହୋଇଯାଇଛି। ମେନେଜିଙ୍ଗ ଟ୍ରଷ୍ଟି ବିବତ୍ସି ପୋଢ଼ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନର୍ଲା ବିଧାୟକ ଭୂପିନ୍ଦର ସିଂ, ମୁଖ୍ୟ ବକ୍ତା ଭାବେ ପୂର୍ବତନ ଡିଏଲସି (କଳାହାଣ୍ଡି ଓ ନୂଆପଡା) ଶିବ ପ୍ରସାଦ ବେହେରା, ସମ୍ମାନିତ ଅତିଥି ଭାବେ ମ.ରାମପୁର ପଞ୍ଚାୟତ ସମିତି ଅଧ୍ୟକ୍ଷା ମନ୍ଦାକିନୀ ସିଂହ ଦେଓ, ଜିଲ୍ଲା ପରିଷଦ ସଦସ୍ୟା ମଞ୍ଜୁଲତା ଧରୁଆ, ମୋହନଗିରି ସରପଞ୍ଚ ସୁରେନ୍ଦ୍ର ଧରୁଆ, ସିଂହପୁର ସରପଞ୍ଚ ଉଛବ ପ୍ରଧାନ, ମୋହନଗିରି ସମିତି ସଭ୍ୟ ଗୋକୁଳାନନ୍ଦ ବିଶ୍ଵାଳ ଯୋଗ ଦେଇଥିଲେ। ବିଦ୍ୟାଳୟର ଅଧ୍ୟକ୍ଷ ଦିବାକର ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏହି ଅବସରରେ ଅନୁଷ୍ଠିତ ସଭାରେ ଜମିଦାତା ଶରତ ଚନ୍ଦ୍ର ସାହୁ (ମୋହନ ଗିରି) ଓ ଝାରୁ ବେହେରା (ଦେଉଳି ଶୁଲିଆ)ଙ୍କୁ ଅତିଥି ମାନଙ୍କ ଦ୍ଵାରା ସମ୍ବର୍ଦ୍ଧିତ କରାଯାଇଥିଲା। ଚଳିତ ବର୍ଷ ବୃତ୍ତି ପାଇଥିବା ୪ଜଣ ଓ ଜଣେ ନବୋଦୟ ପରୀକ୍ଷାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ମଧ୍ୟ ଅତିଥି ମାନଙ୍କ ଦ୍ଵାରା ସମ୍ବର୍ଦ୍ଧିତ କରାଯାଇଥିଲା। ଶିକ୍ଷକ ଭରତ ସା ବାର୍ଷିକ ବିବରଣୀ ପଠନ କରିଥିବାବେଳେ ଭକ୍ତ ସଗ୍ରିଆ ମଞ୍ଚ ପରିଚାଳନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସମାଜସେବୀ ଗୋବିନ୍ଦ ଶତପଥୀ, ବିକାଶ ରଞ୍ଜନ ସିଂହ ଦେଓ, ଶୁକଦେବ ସାହୁଙ୍କ ସମେତ ମେନେଜିଂ ଟ୍ରଷ୍ଟିର ସମସ୍ତ ସଦସ୍ୟ ସଦସ୍ୟା, ଶିକ୍ଷକ ଶିକ୍ଷୟିତ୍ରୀ ତଥା ଅଭିଭାବକମାନେ ଉପସ୍ଥିତ ରହିଥିଲେ।