ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୁବର୍ଣ୍ଣପୁର ଜିଲ୍ଲା ସଦର ପଟାଭାଡି ଠାରେ ଗଢ଼ିଉଠିଥିବା କୋଶଳ ଆବିସିକ ଉଚ୍ଚ ବିଦ୍ୟାଳୟରେ ନୂତନ ଶିଶୁ ଭାଇ ଭାଉଣୀ ମାନଙ୍କୁ ସ୍ୱାଗତ କରିବା ପାଇଁ ଏକ ସ୍ୱାଗତ ସମାରୋହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ସୋନପୁର ଟାଉନ ଥାନା ଅଧିକାରୀ ପଦ୍ମାସିନୀ ମେହେର ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଶିଶୁ ମାନଙ୍କୁ କିଭଳି ଏକ ଦକ୍ଷ ଓ ଆଦର୍ଶ ମାନବ ରୂପେ ଗଢି ଉଠିବା ହେବେ ସେ ବିଷୟରେ ଅବିଭାଷଣ ରଖିଥିଲେ। ସମ୍ମାନିତ ଅତିଥି ଭାବେ ପ୍ରାକ୍ତନ କୃଷି ଅଧିକାରୀ ପଠାନ ପଣ୍ଡା ଉପସ୍ଥିତ ଥିବା ବେଳେ ସୋନପୁର କୋଣ ଅନୁକୋଣରେ ଖ୍ୟାତି ଲାଭ କରିଥିବା ବିଶିଷ୍ଟ ସମାଜସେବୀ ଶ୍ରୀବତ୍ସ ମଲ୍ଲିକ ବିଦ୍ୟାଳୟର ସଭାପତି ଉପସ୍ଥିତ ରହି ନବାଗତ ଶିଶୁଙ୍କୁ ଶୁଭେଚ୍ଛା ଜଣାଇଥିଲେ। ବିଦ୍ୟାଳୟର ସମ୍ପାଦକ ଶ୍ରୀଯୁକ୍ତ ସଞ୍ଜୟ କୁମାର ସାହୁ ଉଦେଶ୍ୟ ଜ୍ଞାପନ କରିଥିବାବେଳେ ପ୍ରଧାନ ଶିକ୍ଷକ ପରମା ନାଏକ ଅତିଥିଙ୍କ ଉଦ୍ଧେଶ୍ୟରେ ସ୍ୱାଗତ ଅଭିଭାଷଣ ରଖି ପରିଚୟ ପ୍ରଦାନ କରିଥିଲେ। ବିଦ୍ୟାଳୟର ସ୍ମିତା ଗୁରୁମା ମଞ୍ଚ ପରିଚାଳନା କରିବା ସହ ସରିତା ଗୁରୁମା ସଂଗୀତା ଗୁରୁମା ସାଂସ୍କୃତିକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଗୁରୁଜୀ ସୁଜିତ, ମଳୟ, ଅବିନାଶ, ଖାନ, ପ୍ରମୋଦ, ରିଙ୍କୁ ଓ ଗୁରୁମା ଦୀପ୍ତି, ରୀନା, ଲିପି, ସାଗରୀ, ଯଶୋବନ୍ତି ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ନୂତନ ଶିଶୁଭାଇ ଭଉଣୀ ମାନଙ୍କୁ ସ୍ୱାଗତ କରାଯାଇ ସୁସ୍ୱାଦୁ ବ୍ୟଞ୍ଜନର ବ୍ୟବସ୍ଥା କରାଯାଇଥିଲା।