ଆଉଟ ସୋର୍ସିଂ କର୍ମଚାରୀଙ୍କ କଳାବ୍ୟାଚ ଚତୁର୍ଥ ଦିନରେ

ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ଜିଲ୍ଲାର ସମସ୍ତ ସରକାରୀ ଦପ୍ତରରେ କାର୍ଯ୍ୟରତ ଥିବା ସମସ୍ତ ବର୍ଗର ଆଉଟ ସୋର୍ସିଂ କର୍ମଚାରୀ ମାନେ ଜୁନ ୧୦ ତାରିଖରୁ କଳାବ୍ୟାଚ ପିନ୍ଧି କାର୍ଯ୍ୟ କରୁଛନ୍ତି। ଆଜକୁ ଚାରିଦିନ ହେଲା ସେମାନେ କଳାବ୍ୟାଚ ପିନ୍ଧି କାର୍ଯ୍ୟ କରି ଆସୁଛନ୍ତି। ଓଡ଼ିଶାର ସମସ୍ତ ଆଉଟ ସୋର୍ସିଂ କର୍ମଚାରୀମାନେ ପୂର୍ବରୁ ଦୁଇ ଦୁଇ ଥର ଭୁବନେଶ୍ବରର ଲୋୟର ପି.ଏମ୍.ଜି ଧାରଣା ଦେଇଥିଲେ ମଧ୍ୟ ସରକାର ମାସେ ସମୟ ଦେଇ ୪ ମାସ ବିତିଗଲାଣି ହେଲେ ସରକାର ଏମାନଙ୍କ କଥା ବିଚାର କରୁ ନ ଥିବା ସଂଘ ଅଭିଯୋଗ କରୁଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ତେଣୁ ଓଡ଼ିଶା ରାଜ୍ୟ ସରକାରୀ ଆଉଟ ସୋର୍ସିଂ କର୍ମଚାରୀ ମହାସଂଘ ପକ୍ଷରୁ ଏଥର ନିଷ୍ପତ୍ତି କ୍ରମେ ଜୁନ ୧୦ରୁ ୧୫ ତାରିଖ ପର୍ଯ୍ୟନ୍ତ ସମସ୍ତ ଆଉଟ ସୋର୍ସିଂ କର୍ମଚାରୀ କଳାବ୍ୟାଚ ପରିଧାନ କରି କାର୍ଯ୍ୟ କରିବେ। ଜୁନ ୧୯ ରେ ସମ୍ବଲପୁର RDC ଅଫିସ ଆଗରେ ୧୨ଟି ଜିଲ୍ଲାର କର୍ମଚାରୀ ଧାରଣା ଦେବେ।

Udyog Nursery
Udyogi Nursery

ଯଦି ସରକାର ଏମାନଙ୍କ କଥା କିଛି କର୍ଣ୍ଣପାତ ନ କରନ୍ତି ତାହା ହେଲେ ଜୁନ ୩୧ରେ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କୁ ଦାବି ପତ୍ର ଦେବା ପାଇଁ ନବୀନ ନିବାସ ଅଭିମୁଖେ ‘ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ଚାଲ’ ରେ ଓଡ଼ିଶାର ସମସ୍ତ ଆଉଟ ସୋର୍ସିଂ କର୍ମଚାରୀ ଯିବେ। ଏହି ବିଷୟରେ ସୁବର୍ଣ୍ଣପୁରର ଜିଲ୍ଲା ଆଉଟ ସୋର୍ସିଂ ସଂଘର ସଭାପତି ଶ୍ରୀ ନରହରି ମହାପାତ୍ର ଓ ସମ୍ପାଦକ ବିକାଶ ସାହୁ ସୂଚନା ଦେଇଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.