ମଇଁଷି ବୋଝେଇ ଟ୍ରକକୁ ଜବତ କରି ପୁଲିସକୁ ଜିମା ଦେଲା କଳାହାଣ୍ଡି ବଜରଙ୍ଗ ଦଳ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଳକ ରାଜ୍ୟ ୬ନଂ ରାଜପଥ ସିକେରକୁପାଠାରେ ଏକ ମଇଁଷି ବୋଝେଇ ଟ୍ରକକୁ ଜବତ କରି ସିକେରକୁପା ପୁଲିସକୁ ଜିମା ଦେଇଛି କଳାହାଣ୍ଡି ବଜରଙ୍ଗ ଦଳ। ଉକ୍ତ ରାସ୍ତା ଦେଇ ରାୟପୁରଠାରୁ ବିଶାଖାପାଟଣମକୁ ଗୋରୁ ଚାଲାଣ ବର୍ଷ ବର୍ଷ ଧରି ଚାଲିଛି। ଏହି ଗୋରୁ ଚୋରା ଚାଲାଣ ରୋକିବା ପାଇଁ କଳାହାଣ୍ଡି ବଜରଙ୍ଗ ଦଳ ପକ୍ଷରୁ ଚେଷ୍ଟା ଜାରି ରହିଛି। ଆଜି ଗୋଟିଏ ଟ୍ରକରେ ଗୋରୁ ଚାଲାଣ ହେଉଥିବା ନେଇ ବିଶେଷ ସୂତ୍ରରୁ ଖବର ପାଇ ଦଳ ପକ୍ଷରୁ ଟ୍ରକଟିକୁ ପିଛା କରି ଲାଞ୍ଜିଗଡ଼ ବ୍ଳକ ସିକେରକୁପାଠାରେ ଅଟକ ରଖିଥିଲେ। ତଦନ୍ତ ପରେ ଟ୍ରକରେ ୨୩ଟି ମଇଁଷି ରହିଥିବା ଜଣାପଡ଼ିଥିଲା। ଏନେଇ ଦଳ ପକ୍ଷରୁ ସିକେରକୁପା ଫାଣ୍ଡିରେ ଲିଖିତ ଅଭିଯୋଗ କରାଯାଇଛି। ସିକେରକୁପା ପୁଲିସ ଟ୍ରକଟିକୁ ଫାଣ୍ଡିରେ ଅଟକ ରଖି ତଦନ୍ତ କରୁଥିବା ସୂଚନା ମିଳିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.