କଥାଯଜ୍ଞ ଆଲୋଚନା: ଅର୍ଜୁନ ବିଷାଦ ଯୋଗଃ

ଓଡ଼ିଆ ବାର୍ତ୍ତା/ ବାଲେଶ୍ଵର: ସାହିତ୍ୟିକ କବି ବନ୍ଧୁ ପରିବାରର ବାଲେଶ୍ଵର ତରଫରୁ ପ୍ରଥମ ଅଧ୍ୟାୟ ଗୀତାମୃତ କଥାଯଜ୍ଞ ଆଲୋଚନାର ସମ୍ପାଦିକା ପ୍ରଣତି ମହାପାତ୍ରଙ୍କ ଅଧ୍ୟକ୍ଷତାରେ, ବିନୋଦିନୀ ଦାଶଙ୍କ ପୌରହିତ୍ୟରେ, ସଭାପତି ଦେବେନ୍ଦ୍ର କୁମାର ନାଏକଙ୍କର ସଭାପତିତ୍ୱରେ ଆଭାସୀ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ବନଲକ୍ଷ୍ମୀ ମହାନ୍ତି ଓମକାର ନାଦଧ୍ବନି ଦେଇ ସମସ୍ତଙ୍କୁ ସୁସ୍ଵାଗତ ଓ ଅଭିନନ୍ଦନ କରିଥିଲେ ।ବିପିନ ବିହାରୀ ବାରିକ ସୁନ୍ଦର ଭାବରେ ଗୀତାମୃତ ପାରାୟଣ କରିଥିବା ବେଳେ ପଣ୍ଡିତ ପ୍ରବାଚକ ତଥା ଶିକ୍ଷାବିତ୍ ଚାଣ୍ଡାଳ ମିଶ୍ର  ଖୁବ୍ ସୁନ୍ଦର ଭାବରେ ବିଭିନ୍ନ ଉଦାହରଣ ମାଧ୍ୟମରେ ତାତ୍ତ୍ବିକ ଓ ତଥ୍ୟପୂର୍ଣ୍ଣ ଆଲୋଚନା କରିଥିଲେ । ପଣ୍ଡିତ ମହାଭାଗଙ୍କର ବର୍ଣ୍ଣନା ଖୁବ ଉଚ୍ଚକୋଟୀର ଥିଲା । ମହାଭାରତ, କୁରୁ ପାଣ୍ଡବ କଥା, ଧୃତରାଷ୍ଟ୍ରଙ୍କ ପୁତ୍ର ମହାମାନୀ ଦୁର୍ଯ୍ୟୋଧନ ପାଣ୍ଡବମାନଙ୍କୁ ନାନା ପ୍ରକାର କଷଣ ଦେଇ ମଧ୍ୟ ଯୁଧିଷ୍ଠିର ଆଦି ପୁତ୍ରଗଣ ସହ୍ୟ କରି ମଧ୍ୟ ଅତିଶୟ ହେବାରୁ ପାଞ୍ଚପଡା ପାଇଁ ଶ୍ରୀକୃଷ୍ଣ ଅନୁରୋଧ କରିବାରୁ ଯୁଦ୍ଧର ଆହ୍ଵାନ ଦେଲେ ଦୁର୍ଯ୍ୟୋଧନ । ଆରମ୍ଭ ଯୁଦ୍ଧ କୁରୁକ୍ଷେତ୍ରରେ, ତା ପୂର୍ବରୁ ବ୍ୟାସଦେବ ସଞ୍ଜୟଙ୍କୁ ଦିବ୍ୟଦୃଷ୍ଟି ପ୍ରଦାନ କରିଥିଲେ ଯୁଦ୍ଧର ସମସ୍ତ ବିବରଣୀ ଧୃତରାଷ୍ଟ୍ରଙ୍କୁ ଜଣେଇବେ ବୋଲି । ଧୃତରାଷ୍ଟ୍ର ପଚାରି ଚାଲିଛନ୍ତି ଏବଂ ସଞ୍ଜୟ ସମସ୍ତ ବିବରଣୀ ପ୍ରଦାନ କରିଛନ୍ତି । ଯୁଦ୍ଧଭୂମିରେ ଉଭୟ ପକ୍ଷ ଯୋଦ୍ଧାମାନଙ୍କ ବର୍ଣ୍ଣନା, ରଥର ବର୍ଣ୍ଣନା, ଶଙ୍ଖର ବର୍ଣ୍ଣନା ସହ କେଉଁ ପକ୍ଷରେ କେଉଁ ଯୋଦ୍ଧା ରହିଛନ୍ତି ସେ କଥା ସଞ୍ଜୟ କହୁଛନ୍ତି । ଏହିଭଳି ଭାବରେ ପଣ୍ଡିତ ଚାଣ୍ଡାଳ ମିଶ୍ର କୋଡିଏଟି ଶ୍ଲୋକର ବିଷଦ୍ ଆଲୋଚନା କରିଥିଲେ।

Omkar Vasthu
Omkar Vasthu

ଉକ୍ତ ସତସଙ୍ଗରେ ପଣ୍ଡିତ ଶ୍ୟାମସୁନ୍ଦର ଦାଶ, ପଣ୍ଡିତ ପ୍ରଦୀପ୍ତ ମିଶ୍ର ,ପଣ୍ଡିତ ଭାବଗ୍ରାହୀ ମିଶ୍ର, ପଣ୍ଡିତ ଧନଞ୍ଜୟ ମିଶ୍ର, ପଣ୍ଡିତ ଦେବେନ୍ଦ୍ର ନାଥ ପରିଡା, ପଣ୍ଡିତ ଅନାଦି ଚରଣ ମାହାଳି, ପଣ୍ଡିତ ନିରଞ୍ଜନ ସାହୁ ପ୍ରଭୃତି ବିଭିନ୍ନ ସ୍ଥାନର ବିଜ୍ଞ ପଣ୍ଡିତ ପ୍ରବାଚକଙ୍କ ଉପସ୍ଥିତିରେ ସତସଙ୍ଗ ଓ ପାରାୟଣ ଅନୁଷ୍ଠିତ ହୋଇଥିଲା ।
ଉକ୍ତ ସତସଙ୍ଗ କାର୍ଯ୍ୟକ୍ରମରେ ବିଭିନ୍ନ ସ୍ଥାନରୁ ୩୨ରୁ ଉର୍ଦ୍ଧ ସତସଙ୍ଗୀ ଗୀତା ପ୍ରେମୀ ଯୋଗ ଦେଇ ଏ ମହତ୍ ବାଣୀ ସାହିତ୍ୟିକ କବି ବନ୍ଧୁ ପରିବାରର ଏ କାର୍ଯ୍ୟକ୍ରମ ମାଧ୍ୟମରେ ଶ୍ରବଣ କରି କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ । ସମସ୍ତେ ଭାବବିହ୍ବଳିତ ହୋଇ ପ୍ରଥମ ଅଧ୍ୟାୟ ଅର୍ଜୁନ ବିଷାଦ ଯୋଗର କୋଡ଼ିଏଟି ଶ୍ଲୋକର କଥାଯଜ୍ଞ ଆଲୋଚନା ଶ୍ରବଣ କରି ପ୍ରୀତ ହୋଇଥିଲେ । କାର୍ଯ୍ୟକାରୀ ସଭାପତି ପ୍ରଫୁଲ୍ଲ କୁମାର ଦାସ ସମସ୍ତଙ୍କୁ ଧନ୍ୟବାଦ ଦେଇଥିବା ବେଳେ ରତିନାରାୟଣ ରାଉତ ଶାନ୍ତିପାଠ କରି ସତସଙ୍ଗ ସାଙ୍ଗ କରିଥିଲେ ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.