ଖଲ୍ଲିକୋଟ ବ୍ଲକରେ ଭତ୍ତା ଯନ୍ତ୍ରଣା: ଭତ୍ତାକୁ ଚାହିଁ ଚାହିଁ ବୃଦ୍ଧା ଶଯ୍ୟାଶାୟୀ

ଓଡିଶାରେ ୫୦୦, ଆନ୍ଧ୍ରରେ ୨୫୦୦

ଓଡ଼ିଆ ବାର୍ତ୍ତା/ ମାଧବ ବେହେରା (ଖଲ୍ଲିକୋଟ): ଦିନକୁ ଦିନ ଖଲ୍ଲିକୋଟ ବ୍ଲକ ବୟସ୍କ ବ୍ୟକ୍ତି ମାନଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ତଦନୁଯାଇ ଭତ୍ତା ଅପେକ୍ଷାରେ ଥିବା ବୃଦ୍ଧ ବୃଦ୍ଧା ଓ ବିକଳାଙ୍ଗ ବ୍ୟକ୍ତିମାନେ ନାହିଁ ନଥିବା ଅବସ୍ଥାରେ ସମ୍ମୁଖୀନ ହେଉଛନ୍ତି l ଏଣେ ବ୍ଲକର ବହୁ ଭତ୍ତା ଆଶାୟୀ ମାନେ ଭତ୍ତାକୁ ଚାହିଁ ଚାହିଁ ମୃତ୍ୟୁ ବରଣ କରୁଥିବା ଦେଖିବାକୁ ମିଳୁଛି l ଏଣେ ରାଜ୍ୟ ସରକାର ଭତ୍ତା ପ୍ରଦାନ କ୍ଷେତ୍ରରେ ଘନ ଘନ ପରିବର୍ତନ କରିବା ଫଳରେ ଭତ୍ତା ପାଇଁ ହିତାଧିକାରୀ ମାନେ ଖରା ବର୍ଷା ଓ ଶୀତରେ ବ୍ୟାଙ୍କ ବାରଣ୍ଡାକୁ ଦଉଡିବାକୁ ପଡୁଛି l ଗତମସ ଠାରୁ କିଛି ଲୋକଙ୍କ ଘରେ ଭତ୍ତା ଦୋଆଯାଇଥିବା ବେଳେ ଏବେବି ବହୁ ହିତାଧିକାରୀ ବ୍ୟାଙ୍କ କୁ ଦୌଡୁଛନ୍ତି l ଏଣେ ଆଧାର କାର୍ଡ ଓ ବ୍ୟାଙ୍କ ଖାତ୍ତା ଆକାଉଣ୍ଟ ର ଭୁଲଭାଲ ଯୋଗୁ ଏବେବି ଖଲ୍ଲିକୋଟ ବ୍ଲକ ଏନଏସିର ପାଖାପାଖି ୧୫୦୦ ହିତାଧିକାରୀ ଦୁଇ ଓ ତିନି ମାସର ବାକ୍ୟୟା ଭତ୍ତା ପାଇ ନଥିବା ହିତାଧିକାରୀମାନେ କୋହ ଭରା କଣ୍ଠରେ ଅଭିନଗ କରିଛନ୍ତି ଲସେହିଭଳି ଅନେକ ହିତାଧିକାରୀ ୮୦ ବର୍ଷା ଅତିକ୍ରାନ୍ତ କରିଥିଲେ ମଧ୍ୟ ସେମାନଙ୍କୁ ବର୍ଦ୍ଧିତ ହାରରେ ଭତ୍ତା ମିଳିପାରିନି l ଖଲ୍ଲିକୋଟ ବ୍ଲକର ଖୋଜପଲ୍ଲୀ ଗ୍ରାମର ତ୍ରିନାଥ ପ୍ରଧାନ କ୍ଷେତ୍ରରେ ଘନ ଘନ ପରିବର୍ତନ କରିବା ଫଳରେ ଭତ୍ତା ପାଇଁ ହିତାଧିକାରୀ ମାନେ ଖରା ବର୍ଷା ଓ ଶୀତରେ ବ୍ୟାଙ୍କ ବାରଣ୍ଡାକୁ ଦଉଡିବାକୁ ପଡୁଛି l ଗତମସ ଠାରୁ କିଛି ଲୋକଙ୍କ ଘରେ ଭତ୍ତା ଦୋଆଯାଇଥିବା ବେଳେ ଏବେବି ବହୁ ହିତାଧିକାରୀ ବ୍ୟାଙ୍କକୁ ଦୌଡୁଛନ୍ତି l ଏଣେ ଆଧାର କାର୍ଡ ଓ ବ୍ୟାଙ୍କ ଖାତ୍ତା ଆକାଉଣ୍ଟର ଭୁଲଭାଲ ଯୋଗୁ ଏବେବି ଖଲ୍ଲିକୋଟ ବ୍ଲକ ଏନଏସିର ପାଖାପାଖି ୧୫୦୦ ହିତାଧିକାରୀ ଦୁଇ ଓ ତିନି ମାସ ର ବକେୟା ଭତ୍ତା ପାଇ ନଥିବା ହିତାଧିକାରୀ ମାନେ କୋହ ଭରା କଣ୍ଠରେ ଅଭିଯୋଗ କରିଛନ୍ତି । ସେହିଭଳି ଅନେକ ହିତାଧିକାରୀ ୮୦ ବର୍ଷା ଅତିକ୍ରାନ୍ତ କରିଥିଲେ ମଧ୍ୟ ସେମାନଙ୍କୁ ବର୍ଦ୍ଧିତ ହାରରେ ଭତ୍ତା ମିଳିପାରିନି l ଖଲ୍ଲିକୋଟ ବ୍ଲକର ଖୋଜପଲ୍ଲୀ ଗ୍ରାମର ତ୍ରିନାଥ ପ୍ରଧାନ (୭୫) ଓ ତାଙ୍କ ପତ୍ନୀ ବଙ୍ଗାଳି ପ୍ରଧାନ (୭୧) ଭତ୍ତାକୁ ଚାହିଁ ଚାହିଁ ହତାଶ ହେବା ପରେ ବର୍ତମାନ ବଙ୍ଗାଳି ରୋଗଗ୍ରସ୍ତା ହୋଇ ବିଛଣା ଧରଲାଣି । ଖଲ୍ଲିକୋଟ ବ୍ଲକରେ ବର୍ତ୍ତମନ ୬୧୭ ବୟସ୍କ ବୃଦ୍ଧ ଓ ବୃଦ୍ଧା ଅତିକ୍ରାନ୍ତ ବୟସରେ ଭତ୍ତା ଖଣ୍ଡେ ପାଇଁ ଚାହିଁ ରହିଛନ୍ତି l ବର୍ତମାନ ଖଲ୍ଲିକୋଟ ବ୍ଲକର ୨୯ ଗୋଟି ପଂଚାୟତରେ ଇନ୍ଦିରା ଗାନ୍ଧୀ ଭିନ୍ନକ୍ଷମ ଭତ୍ତା ୧୫୫ ଜଣ, ଇନ୍ଦିରା ଗାନ୍ଧୀ ବାର୍ଦ୍ଧକ୍ୟ ଭତ୍ତା ୪୧୪, ଇନ୍ଦିରାଗାନ୍ଧୀ ବିଧବା ଭତ୍ତା ୨୦୦୯ ଜଣ, ମଧୁବାବୁ ଭତ୍ତା ୧୫, ବାର୍ଦ୍ଧକ୍ୟ ଭତ୍ତା ୨୦୧୯ ଓ ୬୦ ବର୍ଷରୁ ଉର୍ଦ୍ଧ ବୟସ୍କ ମଧ୍ୟରୁ ୪୦୭୭ କୋଭିଡି ବଢ଼ାବା ୪ ଅବିବାହିତା ଯୁବତୀ ୧୩୯ ଙ୍କ ସମେତ ମୋଟ ୧୪,୮୩୮ ଜଣ ହିତାଧିକାରୀ ଭାତ୍ତା ପାଉଥିବା ବିଭାଗୀୟ ସୂତ୍ରରୁ ଜଣାପଡିଛି l ତେବେ ବର୍ତମାନର ଆକାଶଛୁଆଁ ଖାଉଟି ଓ ଔଷଧ ସାମଗ୍ରୀର ଦରବୃଦ୍ଧି ମାତ୍ର ୫୦୦ ଟଙ୍କା ଭତ୍ତା ହିତାଧିକାରୀଙ୍କ ଭୋକ ମେଣ୍ଟୁନି l ତେଣୁ ଓଡିଶା ସରକାର ପଡୋଶୀ ଆନ୍ଧ୍ର ସରକାରଙ୍କ ଭଳି ୨୫୦୦ ଟଙ୍କା ଭତା ବୃଦ୍ଧି କରିବା ପାଇଁ ଖଲ୍ଲିକୋଟ ବରିଷ୍ଠ ନାଗରକ ମଞ୍ଚ ସମେତ ବହୁ ଭତ୍ତା ଧାରି ବୁଢା ବୁଢ଼ୀ ଓ ବିକଳାଙ୍ଗମାନେ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି l 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.