କଳାହାଣ୍ଡି,୨୭/୧୧:
ବିଜେପି ଓଡିଶା ପ୍ରଦେଶର ଆହ୍ବାନକ୍ରମେ ନର୍ଲା ନିର୍ବାଚନ ମଣ୍ଡଳୀର ବିଭିନ୍ନ ମଣ୍ଡଳରେ ‘ମୋର ଆଶା ନୂଆ ଓଡିଶା’ ଜନ ପରାମର୍ଶ ପଦଯତ୍ରା ଆରମ୍ଭ ହୋଇଛି ।
କଶୃପଡା ମଣ୍ଡଳର ପଦଯାତ୍ରା ତହଁସିର ଶିବ ମନ୍ଦିରର ଧବଲେଶ୍ବର ମହାଦେବଙ୍କ ଠାରୁ ଆର୍ଶିବାଦ ଭିକ୍ଷ୍ୟା କରି ର୍କୁଲୁପଡା ଗାଁରୁ ଶୁଭାରମ୍ଭ ହୋଇଥିଲା । ସେହିପରି ବିଜେପି ସରିଆଁ ମଣ୍ଡଳର ସରିଆଁ ଠାରୁ ଓ ନର୍ଲା ମଣ୍ଡଳର ମାଣ୍ଡେଲ ଠାରୁ ଏହି ପଦଯାତ୍ରା ଆରମ୍ଭ ହୋଇ ବିଭିନ୍ନ ଗ୍ରାମ ପରିକ୍ରମା କରି ଜନ ସଚେତନତା ସୃଷ୍ଚି କରିବାର ପ୍ରୟାସ ଆରମ୍ଭ କରିଛନ୍ତି ।