ଆଲୁମିନି କଳାକ୍ଷେତ୍ର ତରଫରୁ ହର୍ ଘର୍ ତ୍ରିରଙ୍ଗା କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ ବାଲେଶ୍ଵର: ଆଜାଦି କା ଅମୃତ ମହୋତ୍ସବ ଉପଲକ୍ଷେ ପ୍ରଧାନମନ୍ତ୍ରୀଙ୍କ ହର୍ ଘର୍ ତ୍ରିରଙ୍ଗା ନାରାରେ ଦେଶ ତମାମ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ବାଲେଶ୍ଵର ଜିଲ୍ଲାରେ ମଧ୍ୟ ଏକ ବର୍ଣ୍ଣାଢ଼୍ୟ ପରିବେଶ ମଧ୍ୟରେ ପାଳିତ ହେଉଛି ଦେଶ ସ୍ବାଧୀନତାର ୭୫ତମ ବର୍ଷ ପୂର୍ତି ଅବସରରେ ଅମୃତ ମହୋତ୍ସବ। ଏହି କ୍ରମରେ ଆଲୁମିନି କଳାକ୍ଷେତ୍ର ତରଫରୁ ହର୍ ଘର୍ ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସମସ୍ତ ସଭ୍ୟ ଏଥିରେ ଉପସ୍ଥିତ ରହି ହାତରେ ତ୍ରିରଙ୍ଗା ପତାକା ଧରି ଭାରତ ମାତା କି ଜୟ ନାରା ଦେଇ ଆଲୁମିନି କଳାକ୍ଷେତ୍ର କାର୍ଯ୍ୟାଳୟରେ ଉତ୍ସବ ପାଳନ କରିଥିଲେ। ଏହି କାଯ୍ୟକମ୍ରରେ ଆଲୁମିନି ସଭାପତି ନିକୁଞ୍ଜ ବିହାରି ଦାସ, ସମ୍ପାଦକ ଅବନିନ୍ଦ୍ର କର, ଆର୍ଯ୍ୟ ପ୍ରଜ୍ଞା ବାସବଦତ୍ତା , ସଙ୍ଗୀତ ସାମନ୍ତରାୟ, ଦୈତାରୀ ବେହେରା, ଶ୍ରୀକୃଷ୍ଣ ପାତ୍ର ପ୍ରମୁଖ ଯୋଗ ଦେଇଥିଲେ। ଏହି ଅବସରରେ ପିଲାମାନଙ୍କୁ ନେଇ ଏକ ଆର୍ଟ କମ୍ପିଟିସନ ହେବ ବୋଲି ସମ୍ପାଦକ ଅବନିନ୍ଦ୍ର କର ସୂଚନା ଦେଇଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.