ନାଭୋଦିତ୍ୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଖରିଆର ରୋଡ୍‌ରେ ଶିକ୍ଷକ ଦିବସ ପାଳିତ

ଓଡ଼ିଆ ବାର୍ତ୍ତା/ ଖରିଆର ରୋଡ (ସୁରେନ୍ଦ୍ର କୁମାର ସ୍ବାଇଁ): ନାଭୋଦିତ୍ୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଖରିଆର ରୋଡ୍‌ରେ ୫ ସେପ୍ଟେମ୍ବର ୨୦୨୬ ତାରିଖରେ ଶିକ୍ଷକ ଦିବସ ଅତ୍ୟନ୍ତ ଉତ୍ସାହ ଓ ଆନନ୍ଦର ସହିତ ପାଳିତ ହୋଇଛି। ଏହି ଅବସରରେ NIT ରାୟପୁରର ସହକାରୀ ପ୍ରଫେସର ଡ. ବୈଦ୍ୟନାଥ ବାଗ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ସମ୍ମାନିତ ଅତିଥି ଭାବେ ନୂଆପଡ଼ା ଜିଲ୍ଲା ଫୁଟବଲ୍ ଆସୋସିଏସନ୍‌ର ସଭାପତି ଶ୍ରୀ ସରୋଜ କୁମାର ସାହୁ, ନୂଆପଡ଼ା ଜିଲ୍ଲା କ୍ରିକେଟ୍ ଆସୋସିଏସନ୍‌ର ସଭାପତି ଶ୍ରୀ ପ୍ରକାଶ କୁମାର ସାହୁ, ନ୍ୟାସନାଲ୍ କଲେଜ୍ ନୂଆପଡ଼ାର ଅଧ୍ୟକ୍ଷ ଶ୍ରୀ ହିତେଶ କୁମାର ସାହୁ, ଶ୍ରୀ କ୍ଷୀରୋଦ ପାଢ଼ୀ, ଶ୍ରୀ ସୁଧୀର କୁମାର ଯୋଶୀ, ଶ୍ରୀ ସୁଶାନ୍ତ କୁମାର ଯୋଶୀ, ଶ୍ରୀ ରାମେଶ୍ୱର ପ୍ରଧାନ, ଶ୍ରୀ ବିଦ୍ୟାଧର ମାଝୀ ଏବଂ ଶ୍ରୀମତୀ ସାଜିଦା ରହମାନ ଉପସ୍ଥିତ ଥିଲେ।

ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ମଧୁସୂଦନ ମୁଣ୍ଡ ଏବଂ ନିର୍ଦ୍ଦେଶକ ଶ୍ରୀ ଆଶିକ୍ ରହମାନଙ୍କ ନେତୃତ୍ୱରେ ସମଗ୍ର କାର୍ଯ୍ୟକ୍ରମଟି ଆୟୋଜିତ ହୋଇଥିଲା। ଛାତ୍ରଛାତ୍ରୀମାନେ ନୃତ୍ୟ, ସଙ୍ଗୀତ ଓ ବିଭିନ୍ନ ସାଂସ୍କୃତିକ ପ୍ରଦର୍ଶନ ମାଧ୍ୟମରେ ଉପସ୍ଥିତ ଅତିଥି ଓ ଶିକ୍ଷକମାନଙ୍କୁ ମନୋରଞ୍ଜନ କରିଥିଲେ।ଏହି ଅବସରରେ ବିଦ୍ୟାଳୟର ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀଙ୍କୁ ଶାଲ୍, ସ୍ମୃତିଚିହ୍ନ, ଫ୍ରେମ୍‌ରେ ସଜାଯାଇଥିବା ସ୍ମାରକ ଏବଂ ଉପହାର ପ୍ରଦାନ କରି ସମ୍ମାନିତ କରାଯାଇଥିଲା। ଅବସରପ୍ରାପ୍ତ ଶିକ୍ଷକମାନଙ୍କୁ ମଧ୍ୟ ବିଶେଷ ସମ୍ମାନ ପ୍ରଦାନ କରାଯାଇଥିଲା।

କାର୍ଯ୍ୟକ୍ରମରେ ବିଭିନ୍ନ ଗଣମାଧ୍ୟମର ସାମ୍ବାଦିକ ଓ ପ୍ରତିନିଧିମାନେ ମଧ୍ୟ ଉପସ୍ଥିତ ଥିଲେ। ଶ୍ରୀ ଆଶିକ୍ ରହମାନଙ୍କ ନିର୍ଦ୍ଦେଶନାରେ ଛାତ୍ରଛାତ୍ରୀ ସ୍ୱୟମ୍ ଅଗ୍ରୱାଲ, ଆୟୁଷୀ, ଆରାଧନା ଏବଂ ସମସ୍ତ ଟିମ୍ ସଦସ୍ୟଙ୍କ ଅକ୍ଲାନ୍ତ ପରିଶ୍ରମରେ କାର୍ଯ୍ୟକ୍ରମଟି ସଫଳତାର ସହିତ ସମ୍ପନ୍ନ ହୋଇଥିଲା। ଶେଷରେ ଧନ୍ୟବାଦ ଅର୍ପଣ ସହିତ ଏହି ସୁନ୍ଦର ଓ ସ୍ମରଣୀୟ ଶିକ୍ଷକ ଦିବସ କାର୍ଯ୍ୟକ୍ରମର ସମାପ୍ତି ଘଟିଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.