ବ୍ରଜ ବିହାର ଶିଶୁ ମନ୍ଦିର ଠାରେ ୧୨୬ତମ ଶିକ୍ଷା ଚେତନା ଅଭିଯାନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ରଜତ ବଂଶଲ): ପ୍ରଫେସର ଭୁବନେଶ୍ୱର ବେହେରା ମେମୋରିଆଲ ୟୁଥ୍ ଅର୍ଗାନାଇଜେସନ୍ ଓ କାରୁଣ୍ଡ ସେବା ସଂଗଠନ, ଭବାନୀପାଟଣାର ମିଳିତ ଆନୁକୂଲ୍ୟରେ ଭବାନିପାଟଣା ବ୍ରଜ ବିହାର ଶିଶୁ ମନ୍ଦିର ଠାରେ ଗୁରୁ ଦିବସ ଅବସରରେ ‘୧୨୬ତମ ଶିକ୍ଷା ଚେତନା ଅଭିଯାନ ୨୦୨୬’ ଆଡମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି। ବରିଷ୍ଠ ସମାଜସେବୀ ଇଂ ପୁରୁଷୋତ୍ତମ ଅଗ୍ରୱାଲଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କେନ୍ଦ୍ରୀୟ ସଂଚାର ବ୍ୟୁରୋ କ୍ଷେତ୍ରୀୟ ଅଧିକାରୀ ଖଗେଶ ବାଇପାଇ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ସମ୍ମାନିତ ଅତିଥି ଭାବେ ସାମ୍ବାଦିକ ରାଜକୁମାର ସିଂ ଦେଓ, ଶିକ୍ଷାବିତ ଜୟରାମ ସାହୁ, ସଂଗଠନ ସଭାପତି ବିରଜା ପ୍ରସାଦ ପଣ୍ଡା, ପ୍ରଶାନ୍ତ କୁମାର ମିଶ୍ର, ସ୍କୁଲ କମିଟି ସଭାପତି ମନୋଜ କୁମାର ମୁଣ୍ଡ ପ୍ରମୁଖ ଯୋଗଦେଇ ବିଦ୍ୟାଳୟ ସ୍ତରରେ ସଂଗଠନ ତରଫରୁ ଏଭଳି ସଚେତନତାମୂଳକ ଓ ଶିକ୍ଷଣୀୟ କାର୍ଯ୍ୟକ୍ରମର ଆୟୋଜନକୁ ପ୍ରଶଂସା କରିବା ସହ ଅତ୍ୟନ୍ତ ସ୍ୱାଗତଯୋଗ୍ୟ ବୋଲି ମତବ୍ୟକ୍ତ କରିଥିଲେ। ପ୍ରଶ୍ନମଞ୍ଚରେ କଳାହାଣ୍ଡିର ଇତିହାସ, ଓଡ଼ିଶାର ସଂସ୍କୃତି, ପୁରାଣ, ଗଣିତ, ବିଜ୍ଞାନ, ସାଧାରଣ ଜ୍ଞାନ, ମହାପୁରୁଷଙ୍କ ଜୀବନୀ ଓ ସ୍ୱାଧୀନତା ସଂଗ୍ରାମ ସମ୍ବନ୍ଧୀୟ ପ୍ରଶ୍ନ ପଚରାଯାଇଥିଲା। କୃତୀ ଛାତ୍ରଛାତ୍ରୀମାନଙ୍କୁ ଆୟୋଜକ ସଂଗଠନ ପକ୍ଷରୁ ସମ୍ମାନିତ ଓ ପୁରସ୍କୃତ କରାଯାଇଥିଲା। ସଭା ଆରମ୍ଭରେ ବିଦ୍ୟାଳୟର ଛାତ୍ରୀମାନଙ୍କ ଦ୍ୱାରା ସ୍ୱାଗତ ସଙ୍ଗୀତ ପରିବେଷଣ କରାଯାଇଥିଲା। ସଂଗଠନର ସମ୍ପାଦକ ଅବିନାଶ ମୁଣ୍ଡ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଜ୍ଞାପନ କରିବା ସହ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ। ପ୍ରଧାନ ଆଚାର୍ଯ୍ୟ ମନୋଜ କୁମାର ମୁଣ୍ଡ ସ୍ବାଗତ ଭାଷଣ ପ୍ରଦାନ କରିଥିବା ବେଳେ ପ୍ରଶ୍ନମଞ୍ଚକୁ ପ୍ରମୋଦିନୀ ମହାରଣା ପରିଚାଳନା କରିଥିଲେ। ବିଚାରକ ଭାବେ ବିଶ୍ବ ମୋହନ ରଥ ଏବଂ ଗଣକ ଭାବେ ରାଜ ରାଜେଶ୍ବରୀ ରଥ ଦାୟିତ୍ୱ ନିର୍ବାହ କରିଥିଲେ। ଏହି କାର୍ଯ୍ୟକ୍ରମକୁ ମେସର୍ସ ମନୋହର ଲାଲ ଦେବୀ ପ୍ରସାଦ ଓ ଇଂ ଦିନେଶ ଜୈନ ଫାଉଣ୍ଡେସନ ଭବାନିପାଟଣା ସହଯୋଗ କରିଥିଲେ। କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ, ଆଚାର୍ଯ୍ୟ, ଶିକ୍ଷା ପ୍ରେମୀ, ବୁଦ୍ଧିଜିବୀ, ସ୍ବେଚ୍ଛା ସେବି ସକ୍ରିୟ ଅଂଶଗ୍ରହଣ କରି ଭାରତ ବର୍ଷ ର ଦ୍ବିତୀୟ ରାଷ୍ଟ୍ରପତି ସର୍ବପଲ୍ଲୀ ରାଧାକ୍ରିଷ୍ଣନ ଙ୍କୁ ପବିତ୍ର ଗୁରୁଦିବସ ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.