ଘଣ୍ଟମାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଗୁରୁଦିବସ : ପ୍ରଧାନ ଶିକ୍ଷକ ସରୋଜ କୁମାର ବେହେରାଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଳକ୍ ଅନ୍ତର୍ଗତ ଘଣ୍ଟମାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଗୁରୁଦିବସ ପାଳିତ ହୋଇଯାଇଛି। ଘଣ୍ଟମାଲ ଗ୍ରାମର ଅବସର ପ୍ରାପ୍ତ ଶିକ୍ଷକ ଉଦ୍ଧବ ପଧାନ, ପୂର୍ବତନ ପ୍ରଧାନ ଶିକ୍ଷକ ତ୍ରିବିକ୍ରମ ଷଡଙ୍ଗୀ, ହରି ଅର୍ଜୁନ ସିଂହ ଓ ସରୋଜ କୁମାର ବେହେରାଙ୍କୁ ଉପଢ଼ୌକନ ଓ ଉପହାର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଛାତ୍ରଛାତ୍ରୀ ମାନଙ୍କୁ ଏହି ଦିବସର ମହତ୍ତ୍ୱ ବିଷୟରେ ଅବଗତ କରାଇଥିଲେ ପ୍ରଧାନ ଶିକ୍ଷକ ସୁଜିତ କୁମାର ପଣ୍ତା। ଏହାପରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ବକୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।

ଏହି ଅବସରରେ ବୁରାଟ କ୍ଲଷ୍ଟର ତରଫରୁ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ସରୋଜ କୁମାର ବେହେରାଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଉତ୍ସବ ସିଆରସିସି ଶ୍ରବଣକୁମାର ରଥଙ୍କ ସଭାପତିତ୍ଵରେ ଅନୁଷ୍ଠିତ ହୋଇଥିଲା। ଏଥିରେ ମୂଖ୍ୟ ଅତିଥି ଭାବରେ ନର୍ଲା ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ତଥା ବିଆରସିସି ଗୋବର୍ଦ୍ଧନ ମାଝୀ, ସମ୍ମାନିତ ଅତିଥି ଭାବେ ଘଣ୍ଟମାଲ ସରପଞ୍ଚ ଦେବେନ୍ଦ୍ର ସା, ଘଣ୍ଟମାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁଜିତ କୁମାର ପଣ୍ଡା ଯୋଗ ଦେଇଥିବା ବେଳେ ବୁରାଟ କେନ୍ଦ୍ର ଅନ୍ତର୍ଗତ ସମସ୍ତ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ।

ବିଦାୟୀ ପ୍ରଧାନ ଶିକ୍ଷକ ଙ୍କ ସହ କଟାଇଥିବା ଅନେକ କର୍ମ ମୟ ମୁହୂର୍ତ୍ତ କୁ ମନେ ପକାଇ ସେ କିପରି ଶାନ୍ତଶିଷ୍ଟ, ଭଦ୍ର, ନମ୍ର, ସ୍ୱଭାବର ତଥା ଜଣେ ସମୟାନୁବର୍ତ୍ତି, ଛାତ୍ର ବତ୍ସଳ ଶିକ୍ଷକ ଭାବରେ ୩୩ ବର୍ଷ ଧରି ଶିକ୍ଷକତା କରୁଥିଲେ ସେ ବିଷୟରେ ଶିକ୍ଷକ ବିମଳ ଦୀପ, ରଞ୍ଜିତା ତାଣ୍ଡି, ଦମୟନ୍ତୀ ପ୍ରଧାନ, ସଂତୋଷିନି ମାଝୀ, ବବିତା ଦାସ , ସୁଜିତ୍ ପଣ୍ଡା ପ୍ରମୁଖ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରିଥିଲେ।

ପ୍ରାଥମିକ ଶିକ୍ଷକ ସଂଘ ନର୍ଲାର ସଭାପତି ମୀନକେତନ ସାହୁ ଓ ସମ୍ପାଦକ ଅମିତ ଶର୍ମା ଏହି କାର୍ଯ୍ୟକ୍ରମ ରେ ଉପସ୍ଥିତ ରହି ବିଦାୟୀ ଶିକ୍ଷକ ଙ୍କୁ ମାନପତ୍ର ଓ ଉପଢ଼ୌକନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିଥିଲେ ପରେ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଙ୍କ ତରଫରୁ ଉପଢ଼ୌକନ ଓ ଉପହାର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ମଞ୍ଚ ପରିଚାଳନା ସୁଜିତ କୁମାର ପଣ୍ତା କରିଥିବା ବେଳେ ଶିକ୍ଷକ ବିମଳ ଦୀପ, ପ୍ୟାରୀ ମୋହନ ଚମ୍ପତ୍ତି, ଜୟଶ୍ରୀ ଗୋଚ୍ଛାୟତ, ରେଖା ଖେତାନ, ସୁଜାତା ଦାସ, ରଞ୍ଜୁଲତା ସାହୁ, ପୁରୁଷୋତ୍ତମ ପାତ୍ର, ଦମୟନ୍ତୀ ପ୍ରଧାନ, ସନ୍ତୋଷିନି ମାଝୀ ପ୍ରମୁଖ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.