କେଗାଁ ନୋଡ଼ାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସମ୍ମୁଖରେ ବାଇକ ଧକ୍କାରେ ବୃଦ୍ଧା ମୃତ, କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ସୁଶାନ୍ତ କୁମାର ଦଳେଇ): ଗୋଲାମୁଣ୍ଡା ବ୍ଲକ କେଗାଁ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସମ୍ମୁଖରେ ଆଜି ଶୁକ୍ରବାର ୨୮ ଜୁଲାଇ ଦିନ ଏକ ବାଇକ ଧକ୍କାରେ ଜଣେ ବୃଦ୍ଧାଙ୍କ ମୃତ ହୋଇଛି। ମୃତକ ଜଣକ ହେଉଛନ୍ତି ସାନଚେରଗାଁ ଗ୍ରାମର ମଦନା ମାଝି (୬୫)। ସେ କୌଣସି କାମରେ କେଗାଁ ଆସୁଥିବା ବେଳେ କେଗାଁ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସମ୍ମୁଖରେ ସ୍ଥାନୀୟ ସାନଚେରଗାଁ ଦେଶୀ ଭାଟିର ଏକ ବାଇକରେ ଥିବା ଜଣେ ବିହାରୀ କର୍ମଚାରୀ ଉକ୍ତ ବୃଦ୍ଧାଙ୍କୁ ଧକ୍କା ଦେଇ କିଛି ବାଟ ବାଇକରେ ଘୋଷାଡୀ ଫଳରେ ବୃଦ୍ଧାଙ୍କ ମୁଣ୍ଡ ହାତ ଓ ଗୋଡ଼ରେ ଗଭୀର ଆଘାତ ହେବା ସହିତ ପ୍ରଚୁର ରକ୍ତସ୍ରାବ ହୋଇ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା। ଦୁର୍ଘଟଣା ଘଟାଇ ବାଇକ ଛାଡି ଉକ୍ତ ବିହାରୀ କର୍ମଚାରୀ ଫେରାର ମାରିଥିବା ବେଳେ ଘଟଣା ସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି। କ୍ଷତିପୂରଣ ଦାବିରେ ପରିବାର ଲୋକେ ଓ ସ୍ଥାନୀୟ ଲୋକେ ରାସ୍ତା ଅବରୋଧ କରିଥିବା ବେଳେ କେଗାଁ ପୋଲିସ ଘଟଣାସ୍ଥଳରେ ଉପସ୍ଥିତ ଅଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.