ପିତାମହଲ ଆଶ୍ରମ ବିଦ୍ୟାଳୟରେ ତିନି ମହାପୁରୁଷଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ରାୟଗଡା ଜିଲ୍ଲା ଆଶ୍ରମ ବିଦ୍ୟାଳୟ ପିତାମହଲ ପରିସରରେ ମହାପୁରୁଷଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ହୋଇଯାଇଛି । ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆବର୍ଗ ମନ୍ତ୍ରୀ ଜଗନ୍ନାଥ ସାରକା ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରତିମୂର୍ତ୍ତି ଉନ୍ମୋଚନ କରିଥିଲେ । ବିଦ୍ୟାଳୟ ପରିସରରେ ପ୍ରଧାନଶିକ୍ଷକ ଦ୍ବିତୀ ଚନ୍ଦ୍ର ସାହୁଙ୍କ ଉଦ୍ୟମକ୍ରମେ ସ୍ଥାପନ ହୋଇଥିବା ମହାପୁରୁଷ ମହାତ୍ମାଗାନ୍ଧୀ, ସହୀଦ ଲକ୍ଷ୍ମଣ ନାୟକ ଓ ପଣ୍ଡିତ ଗୋପବନ୍ଧୁ ଦାସଙ୍କ ତିନୋଟି ପ୍ରତିମୂର୍ତ୍ତି ଉନ୍ମୋଚନ ସମାରୋହ ଅନୁଷ୍ଠିତ ହୋଇଥିଲା । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ରାୟଗଡ ବିଧାୟକ ମକରନ୍ଦ ମୁଦୁଲି, ସ୍ଵତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷା ଅନୁସୟା ମାଝୀ, ବ୍ଲକ ଅଧ୍ୟକ୍ଷା ଟୁନି ହୁଇକା, ବ୍ଲକ ଉପାଧ୍ୟକ୍ଷ ହର ପ୍ରସାଦ ହେପ୍ରୁକା, ପିତାମହଲ ସରପଞ୍ଚ ଟୁଟୁ ତାଡିଙ୍ଗି ଯୋଗଦେଇଥିଲେ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଅନ୍ୟତମ ଅତିଥି ଭାବେ ପ୍ରକଳ୍ପ ପ୍ରଶାସକ, ଆଇଟିଡିଏ, ରାୟଗଡ ଡ଼ଃ ଦିଲୀପ କୁମାର ବେହେରା, ଜିଲ୍ଲା ମଙ୍ଗଳ ଅଧିକାରୀ ଅଶୋକ କୁମାର ଶତପଥି, ବ୍ଲକ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଅକ୍ଷୟ କୁମାର ସାହୁ ଯୋଗଦେଇ ପିଲାଙ୍କୁ ମହାପୁରୁଷଙ୍କ ଜୀବନାଦର୍ଶରେ ଅନୁପ୍ରାଣିତ ହେବାକୁ ଅତିଥିବୃନ୍ଦ ପରାମର୍ଶ ଦେଇଥିଲେ ।

ଆୟୋଜିତ ସଭାରେ ବିଦ୍ୟାଳୟର କୃତିତ୍ବକୁ ପ୍ରଧାନଶିକ୍ଷକ ଅତିଥିମାନଙ୍କ ସମ୍ମୁଖରେ ଡିଜିଟାଲ ଉପସ୍ଥାପନା କରିଥିଲେ । ମନ୍ତ୍ରୀ ସାରକା ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସହ ଆବାସିକ ସୁବିଧା ସୁଯୋଗ ସମ୍ପର୍କରେ ଆଲୋଚନା କରିଥିଲେ ଏବଂ ଉନ୍ମୋଚିତ ମହାପୁରୁଷଙ୍କ ଜୀବନ ସମ୍ପର୍କରେ ଆଲୋକପାତ କରିଥିଲେ । ବିଧାୟକ ମୁଦୁଲି ନିଜର ଆବାସିକ ଛାତ୍ର ଜୀବନ ସମ୍ପର୍କରେ କହିବା ସହ ପିଲାଙ୍କ ଦକ୍ଷତା ଓ ବିଦ୍ୟାଳୟର ଆକର୍ଷଣୀୟ ପରିବେଶର ଉଚ୍ଚ ପ୍ରଶଂସା କରିଥିଲେ । ପିଲାଙ୍କ ଦ୍ଵାରା ବିବିଧ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ପରେ ଅତିଥିଗଣ ପିଲାଙ୍କ ଦ୍ଵାରା ଆୟୋଜିତ ଚିତ୍ର ଓ ଶିକ୍ଷଣ ସାମଗ୍ରୀ ପ୍ରଦର୍ଶନୀ ବୁଲି ଦେଖିଥିଲେ ।ଏଥିରେ ଶିକ୍ଷୟତ୍ରୀ ସୁଦଷ୍ଣା ନାୟକ, ମିନାକ୍ଷୀ କୁମାରୀ ମହାପାତ୍ର, ଶିକ୍ଷକ ସୁନନ୍ଦ ଜେନା, ମେଟ୍ରୋନ ସୁଜାତା ମହାଙ୍କୁଡ଼, ଉମେଶ ସାରକା, ସମ୍ବରୁ ଉର୍ଲାକା, ମୁରଲୀ ପାଲକା ଓ ପୂର୍ଣ୍ଣା କାଡ୍ରାକା ପ୍ରମୁଖ ଉପସ୍ଥିତ ଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.