ବାଲିଗୁଡାର ଟ୍ରେଜେରି କଲୋନୀ ରାସ୍ତା ଅବସ୍ଥା ଶୋଚନୀୟ

ଓଡ଼ିଆ ବାର୍ତ୍ତା/ କନ୍ଧମାଳ (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଏନଏସି ୧୨ ନଂ.ୱାର୍ଡ଼ରେ ଅବସ୍ଥିତ ଟ୍ରେଜେରି କଲୋନୀ । ଏହି କଲୋନୀ ବାଲିଗୁଡା ଅଞ୍ଚଳର ସର୍ବ ପୁରାତନ କଲୋନୀ ଭାବେ ପରିଚିତ l ଉକ୍ତ ରାସ୍ତା ବର୍ତ୍ତମାନ ସମ୍ପୂର୍ଣ୍ଣ ଖାଲ ଖମାରେ ଭରି ହୋଇ ରହିଛି । ଫଳରେ ଯାତାୟତ ସମୟରେ ଛୋଟ ବଡ଼ ଦୁର୍ଘଟଣା ଘଟୁଛି । ମୁଖ୍ୟତଃ ଏହି ରାସ୍ତା ଦେଇ ଆର.ଆଇ. କାର୍ଯ୍ୟାଳୟ, ଟ୍ରେଜେରି କାର୍ଯ୍ୟାଳୟ, ଉଦ୍ୟାନ ବିଭାଗ କାର୍ଯ୍ୟାଳୟ ଭଳି ବିଭିନ୍ନ ସରକାରୀ କାର୍ଯ୍ୟାଳୟ ଓ ସରକାରୀ ଓ ବେସରକାରୀ କ୍ଵାଟର ରହିଥିଲେ ମଧ୍ୟ ପ୍ରଶାସନର ଏହି ରାସ୍ତା ପ୍ରତି ଦୃଷ୍ଟି ପଡୁନଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି । ଏହି ରାସ୍ତା ଦେଇ ୧୨ ଓ ୧୩ ନଂ. ୱାର୍ଡ଼ ର ସମସ୍ତ ଜନସାଧାରଣ ଓ ବିଶେଷ କରି ରାସନ କାର୍ଡ ହିତାଧିକାରୀ ମାନେ ଥାନା ସମ୍ମୁଖରେ ଥିବା ଲ୍ୟାମ୍ପକୁ ପ୍ରତ୍ୟେକ ମାସରେ ଏକ ଟଙ୍କିଆ ଚାଉଳ ଆଣିବା ସମୟରେ ଝୁଣ୍ଟି ପଡ଼ି ଆହତ ହେଉଥିବାର ବହୁ ନଜିର ରହିଛି । ଏଣୁ ଏଥି ପ୍ରତି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଦୃଷ୍ଟି ଦେଇ ଉକ୍ତ ରାସ୍ତା ମରାମତି କରିବା ନିମନ୍ତେ ଅଞ୍ଚଳବାସୀ ଦାବି କରିଛନ୍ତି । ଏ ସମ୍ପର୍କ ରେ ଏନଏସି ଜେ.ଇ. କେଦାର ନାଥ ଚୌଧୁରୀଙ୍କୁ ପଚାରିବାରୁ ସେ କହିଲେ ଯେ, ତାହା ଆମ ନଜରକୁ ଆସିଛି, ସର୍ଭେ କରାଯାଇଛି, ଏଣୁ ଉକ୍ତ ରାସ୍ତା ଖୁବ ଶିଘ୍ର ମରାମତି କରାଯିବ l

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.