ଆଦିବାସୀ ସମାଜ ପାଳିଲା ବିଶ୍ୱ ଆଦିବାସୀ ଦିବସ; ନାଚିଲେ ଝୁମିଲେ ପ୍ରକୃତିର ନିବାସୀ ଆଦିବାସୀ ଭାଇଭଉଣୀ

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ଅଗଷ୍ଟ ୯ତାରିଖକୁ ବିଶ୍ୱ ଆଦିବାସୀ ଦିବସ ଭାବେ ସାରା ବିଶ୍ୱରେ ପାଳନ କରାଯାଉଥିବା ବେଳେ ରାୟଗଡାରେ ମଧ୍ୟ ଆଦିବାସୀ ସମାଜ ପକ୍ଷରୁ ଏହି ଦିବସକୁ ଧୁମଧାମରେ ପାଳନ କରାଯାଇଛି । ରାୟଗଡା ଆଦିବାସୀ ସମାଜର ପରିଚାଳନା ମଣ୍ଡଳୀ ନେତୃତ୍ୱରେ ସମସ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ବିଶ୍ୱ ଆଦିବାସୀ ଦିବସ ଉପଲକ୍ଷେ ସ୍ଥାନୀୟ ଜିସିଡି ହାଇସ୍କୁଲ ପଡିଆ ଠାରେ ଅନୁଷ୍ଠିତ ସାଧାରଣ ସଭାରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ମୁଖ୍ୟମନ୍ତ୍ରୀ ଡ଼ଃ. ଗିରିଧାରୀ ଗମାଙ୍ଗ ଯୋଗ ଦେଇଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ସଭା ମଂଚରେ କାର୍ଯ୍ୟକ୍ରମ ପ୍ରାରମ୍ଭ ପୂର୍ବକ ଆଦିବାସୀଙ୍କ ପାରମ୍ପରିକ ଧରଣୀପେନୁ ପୂଜାର୍ଚ୍ଚନା କରାଯାଇଥିଲା । ଅତିଥିମାନଙ୍କୁ ସଭାମଂଚରେ ଫୁଲତୋଡା ଦେଇ ସ୍ୱାଗତ କରାଯାଇଥିବା ବେଳେ ମୁନା ଏଣ୍ଡ ଗ୍ରୁପ୍ ଦ୍ୱାରା ଆଦିବାସୀ କଳାକାର ଭାବେ କୁଇ ଭାଷାରେ ସ୍ୱାଗତ ସଂଗୀତ ଗାନ କରିଥିଲେ । ଏହି ଅବସରରେ ସାରା ବିଶ୍ୱରେ ଆଦିବାସୀ ଦିବସ ପାଳନ କରାଯାଉଥିବା ବେଳେ ଆଗାମୀ ଦିନରେ ସମାଜିକ, ଅର୍ଥନୈତିକ ଭଳି ସମସ୍ତ କ୍ଷେତ୍ରରେ ଆଦିବାସୀଙ୍କ ବିକାଶର ପ୍ରୟାସ ସହ ଅନ୍ଧବିଶ୍ୱାସରୁ ସମସ୍ତେ ଦୂରେଇ ରହି ମୈାଳିକ ଅଧିକାର ପାଇବେ ଏବଂ ମୁଖ୍ୟ ସ୍ରୋତରେ ସାମିଲ ହେବେ ।

Udyog Nursery
Udyogi Nursery

ରାୟଗଡା ଭଳି ବହୁଳ ଆଦିବାସୀ ଅଧ୍ୟୁଷିତ ଜିଲ୍ଳାରେ ଏହି ଦିବସ ପାଳନ ଅବସରରେ ସମସ୍ତ ଆଦିବାସୀ ଭାଇଭଉଣୀମାନେ ଜାତି, ବର୍ଣ୍ଣ, ଧର୍ମ ନିର୍ବିଶେଷରେ ଭାଇଚାରାର ବାର୍ତା ନେଇ ଏକଜୁଟ୍ ହୋଇଛନ୍ତି ତାହା ପାଇଁ ଆମେ ଗର୍ବିତ ଏବଂ ସ୍ୱାଧୀନତା ସଂଗ୍ରାମୀ ଲକ୍ଷ୍ମଣ ନାୟକ, ବିର୍ସା ମୁଣ୍ଡାଙ୍କ ଅଧୁରା ସ୍ୱପ୍ନକୁ ଆଗାମୀ ଯୁବପିଢୀ ସାକାର କରିବେ ବୋଲି ମୁଖ୍ୟ ଅତିଥି ପ୍ରକାଶ କରିଥିଲେ |

ସେହିପରି ଆଦିବାସୀମାନଙ୍କ କଳା, ସଂସ୍କୃତି, ପରମ୍ପରାକୁ ବଂଚାଇ ରଖିବା ପାଇଁ ଏବଂ ତାଙ୍କ ମୈାଳିକ ଅଧିକାରକୁ ଯୋଗାଇବା ସହ ସଚେତନ କରିବା ପାଇଁ ୟୁଏନଏ ସ୍ୱୀକୃତି ପ୍ରଦାନ କରିଥିବାରୁ ଆଜି ସାରା ବିଶ୍ୱରେ ଆଦିବାସ ଦିବସ ପାଳନ କରାଯାଉଛି । ଆଦିବାସୀମାନେ ମୂଳ ନିବାସୀ ହୋଇଥିବାରୁ ସେମାନେ ହିଁ ପ୍ରକୃତିର ମଣିଷ,ପ୍ରକୃତିକୁ ବଂଚାଇ ରଖିଛନ୍ତି ଏବଂ ପୃଥିବୀକୁ ସଂରକ୍ଷଣ କରିବା ପାଇଁ ଆଦିବାସୀଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିିିଛି । ଆଦିବାସୀ ମହିଳାମାନେ ମଧ୍ୟ ଆଜିର ବିକାଶ କ୍ଷେତ୍ରରେ ଆଗକୁ ବଢିବା ପାଇଁ ସମକକ୍ଷ ହୋଇପାରିଛନ୍ତି ବୋଲି ମଧ୍ୟ ମତ ପ୍ରକାଶ କରିଥିଲେ ।

ପୃଥିବୀ ଜନ୍ମ ଠାରୁ ଆଦିବାସୀଙ୍କ ଜନ୍ମ ହୋଇଛି ବୋଲି ଯୋଗ ଦେଇଥିବା ଅନ୍ୟ ଅତିଥି ମାନେ ପ୍ରକାଶ କରିଥିଲେ । ଏହି ସାଧାରଣ ସଭାରେ ଅନ୍ୟମାନଙ୍କ ମଧ୍ୟରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷା ଶ୍ରୀମତି ଅନୁସୂୟା ମାଝି, ଜିଲ୍ଳା ପରିଷଦ ଅଧ୍ୟକ୍ଷା ସୁଶ୍ରୀ ସରସ୍ୱତୀ ମାଝି, ଉପଜିଲ୍ଲାପାଳ ଭୀମସେନ ଶବର, ଜିଲ୍ଲା ପରିଷଦ ସଭ୍ୟା ସନ୍ଧ୍ୟାରାଣୀ ପୁଲକା, ରାୟଗଡା ବ୍ଲକ ଉପାଧ୍ୟାକ୍ଷ ହର ପ୍ରସାଦ ହେପ୍ରୁକା, ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଗଙ୍ଗାଧର ପୁଆଲା, ଚକ୍ରଧର ବିଡିକା, ଆପଲା ସ୍ବାମୀ କାଡ୍ରାକା, ସିମାଞ୍ଚଳ ଉଲ୍ଲାକା, ରତ୍ନାମଣି ଉଲ୍ଲାକା, ମାଧରାଓ କୋଣ୍ଡାଗାରୀ, ପ୍ରତାପ ପୁଆଲା, ବିଜେଡି କୋରାପୁଟ ଜିଲ୍ଲା ସଭାପତି ଝିନ୍ନ ହିକକା, କୌଶଲ୍ୟା ହିକକାଙ୍କ ସମେତ ଅନ୍ୟମାନେ ଉପସ୍ଥିତ ରହିଥିଲେ ।

ଗଙ୍ଗାଧର ପୁଆଲା ମଂଚ ପରିଚାଳନା କରିଥିବା ବେଳେ ମଞ୍ଚରେ ଜିଲ୍ଲାର ନାମକୁ ଗୌରବନ୍ୱିତ କରିଥିବା ତିନି ଜଣଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା | ଏହି ଅବସରରେ ମା ମଝିଘରିଆଣି ମନ୍ଦିରରେ ପୂଜାର୍ଚ୍ଚନା କରାଯାଇ ଏକ କଳସ ଯାତ୍ରା ବାହାରିଥିବା ବେଳେ ଅନୁଷ୍ଠିତ ସହରର ତୁମ୍ବିଗୁଡା ଛକ, ଅମ୍ବାଗୁଡା ଛକ, ଚେକାଗୁଡ଼ା ଛକ ଠାରୁ ମଧ୍ୟ ଶୋଭାଯାତ୍ରା ବାହାରିଥିଲା । ଏଥିରେ ସମସ୍ତେ ପାରମ୍ପରିକ ଆଦିବାସୀ ପୋଷାକ, ବେଶଭୂଷା ପରିଧାନ କରି ସାମିଲ ହୋଇ ଡିଜେ ବାଜା ସହ ଆଦିବାସୀ ବାଜାରେ ନାଚ ଗୀତର ଆସରରେ ନଗର ପରିକ୍ରମା କରି ସ୍ଥାନୀୟ ବସଷ୍ଟାଣ୍ଡ ଛକ ନିକଟରେ ଥିବା ସମ୍ବିଧାନ ପ୍ରଣୟତା ଡଃ.ବି.ଆର.ଅମ୍ବେଦକରଙ୍କ ପ୍ରତିମୂର୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା | ପରେ ଜିସିଡି ପଡିଆ ଠାରେ ଅନୁଷ୍ଠିତ ସଭା ମଣ୍ଡପ ଠାରେ ପଂହଚିଥିଲେ ।

ଆଦିବାସୀ କଳାକାରମାନଙ୍କ ଦ୍ୱାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ଉପସ୍ଥିତ ହଜାର ହଜାର ଆଦିବାସୀ ଉତ୍ସାହରେ ଝୁମି କାର୍ଯ୍ୟକ୍ରମ ଉପଭୋଗ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ହଜାର ହଜାର ଲୋକଙ୍କ ସମାଗମ ହୋଇଥିଲା ବେଳେ ରାୟଗଡା ଥାନା ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.