ଭାଲୁ ଆକ୍ରମଣରେ ବୃଦ୍ଧ ଗୁରୁତର

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା) : ଭାଲୁ ଆକ୍ରମଣର ଶିକାର ହେବା ପରେ ଆହା ପଦେ କହିବାକୁ ପାଖରେ କେହି ନାହିଁ, ସମ୍ପର୍କୀୟ କି ପାଖ ପଡୋଶୀ ଡାକ୍ତରଖାନା ନେବାରେ ସାହାଯ୍ୟ ମଧ୍ୟ କଲେ ନାହିଁ। ଏବେ ଜଣେ ବୃଦ୍ଧ ଡାକ୍ତରଖାନାକୁ ଯାଇ ନପାରି ଗୁରୁତର ଅବସ୍ଥାରେ ଘରେ ପଡି ରହିଛନ୍ତି। କୋକସରା ବ୍ଳକ ବରାଡଙ୍ଗା ସଦର ପଞ୍ଚାୟତ ପୁରୁଣାପଡାର ବଲରାମ ମାଝୀ। ମଙ୍ଗଳବାର କାଠ ଆଣିବାକୁ ନିକଟସ୍ଥ ଜଙ୍ଗଲ କୁ ଯାଇଥିବାବେଳେ ହଠାତ୍ ତାଙ୍କୁ ଏକ ଭାଲୁ ଆକ୍ରମଣ କରିଥିଲା। ତେବେ କୌଣସି ମତେ ବଲରାମ ଭାଲୁ କବଲରୁ ମୁକୁଳି ଗୁରତର ଅବସ୍ଥାରେ ଘର କୁ ପହଞ୍ଚି ଥିଲେ। ଏହା ପରେ ସମ୍ପର୍କୀୟ ଓ ପାଖ ପଡୋଶୀଙ୍କୁ ଡାକ୍ତରଖାନା ନେବାରେ ସାହାଯ୍ୟ ମାଗିଥିଲେ। ହେଲେ କେହି ମଧ୍ୟ ସାହାଯ୍ୟ କରି ନଥିଲେ। ତେବେ ଗୁରୁତର ହୋଇଥିଲେ ବି କୌଣସି ଉପାୟ ନପାଇ ଗାଁରେ ଇଞ୍ଜେକ୍ସନ ନେଇ ଘରେ ରହିଛନ୍ତି। ପାଖରେ ଆହାପଦେ କହିବା ପାଇଁ କେହି ନାହାନ୍ତି, ଏଭଲି ସମୟରେ ଭାଲୁ ଆକ୍ରମଣର ଶିକାର ହୋଇ ଆହୁରି ଦୁଃଖ ବଢ଼ିଛି। ବଲରାମଙ୍କୁ ଏକାଧିକ ସ୍ଥାନରେ ଭାଲୁ ଆକ୍ରମଣ କରିଥିବାବେଳେ ଉପଯୁକ୍ତ ଚିକିତ୍ସା ପାଇ ଡାକ୍ତରଖାନା ମଧ୍ୟ ଯାଇ ପାରୁ ନାହାନ୍ତି। ତେବେ ପ୍ରଶାସନ ପକ୍ଷରୁ ଚିକିତ୍ସା କରିବା ପାଇଁ ସାଧାରଣରେ ଦାବି ହେଇଛି। ଏନେଇ ଆମପାଣି ଫରେଷ୍ଟ ମନୀଷା ପଟ୍ଟନାୟକଙ୍କୁ ପ୍ରତିକ୍ରିୟା ନେବାରୁ ସରକାରୀ ନିୟମ ହିସାବରେ ଯାହା ଚିକିତ୍ସା ସହାୟତା ରହିଛି ତଦନ୍ତ କରି ଯୋଗାଇ ଦିଆଯିବ ବୋଲି କହିଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.