ଓଡ଼ିଆ ବାର୍ତ୍ତା/ ଭବାନୀପାଟଣା (ଅଲତାଫ ଅଲ୍ଲୀ ଖାଁ): ଭବାନୀପାଟଣା ବ୍ଲକ ଅନ୍ତର୍ଗତ ସେଁପୁର ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଠାରେ ୭୭ତମ ସ୍ୱାଧୀନତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ପରିଚାଳନା ସମିତିର ସଭାପତି ମକରଧ୍ଵଜ ସାହୁ ଭାରତମାତାଙ୍କ ପୂଜନ କରିଥିବା ବେଳେ ପରିଚାଳନା ସମିତିର ସମ୍ପାଦକ ନରେଶ ସାହୁ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଜାତୀୟ ସଂଗୀତ ଗାନ କରାଯାଇ ସହିଦଙ୍କ ଉଦ୍ଦେଶ୍ୟରେ ସ୍ଲୋଗାନ ଦିଆଯିବା ସହ ନଗରଭ୍ରମଣ କରାଯାଇଥିଲା । ନିମନ୍ତ୍ରୀତ ଅତିଥି ଭାବେ ପରିଚାଳନା ସମିତିର କୋଷାଧକ୍ଷ ଶଶିଭୂଷଣ ପ୍ରସାଦ ସାହୁ ଓ ସଦସ୍ୟା ନୂପୁର ସାହୁ ଯୋଗଦେବା ସଙ୍ଗେ ସଙ୍ଗେ ପୂର୍ବତନ ସମ୍ପାଦକ ରାଜେଶ ପ୍ରସାଦ ସାହୁ ଯୋଗଦାନ ଦେଇ ଛାତ୍ରଛାତ୍ରୀ ମାନଙ୍କୁ ସ୍ୱାଧୀନତା ଦିବସ ଉପରେ ଅଭିଭାଷଣ ପ୍ରଦାନ କରିଥିଲେ । ଗୁରୁଜୀ ଜନାର୍ଦ୍ଦନ ବାଗ ମଞ୍ଚପରିଚାଳନା କରିଥିବା ବେଳେ ପ୍ରଧାନ ଆଚାର୍ଯ୍ୟ ଟିକଦେବ ସାହୁ ଅତିଥି ପରିଚୟ ଓ ଧନ୍ୟବାଦ ଅର୍ପଣ କରିଥିଲେ । ଏଥିରେ ଗୀତାଞ୍ଜଳି ବାଗ, ସୌଦାମିନୀ ସାହୁ, ପ୍ରଭାତୀ ବେହେରା, ରଶ୍ମିତା ନାଏକ, ରୀତା ସାହୁ, ପ୍ରବିଣ ତ୍ରିପାଠୀ, ଗଙ୍ଗାଧର ଚଳାନ, ପୂର୍ଣ୍ଣଚନ୍ଦ୍ର ନାଗ, ତୋଫାନ ବାଗ, ଖୁସିରାମ ସାହୁ, ଯଶୋବନ୍ତ ଚିନ୍ଦା ଆଦି ପ୍ରମୁଖ ଗୁରୁଜୀ ଗୁରୁମା ଉପସ୍ଥିତ ରହି ସହଯୋଗ କରିଥିଲେ । ଶେଷରେ ଛାତ୍ରଛାତ୍ରୀମାନଙ୍କୁ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା ।