ରୁପ୍ରାରୋଡ଼ଠାରେ ଅଖିଳ ଭାରତୀୟ ମାରୱାଡି ସମ୍ମେଳନ, ମାରୱାଡି ଯୁବା ମଞ୍ଚ ଓ ମାରଓ୍ବାଡି ମହିଳା ସମିତିର ମିଳିତ ଆନୁକୂଲ୍ୟରେ ସ୍ବାଧୀନତା ଦିବସ ପାଳନ 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଆଜି ଦେଶ ପାଳନ କରିଛି ୭୭ତମ ସ୍ୱାଧୀନତା ଦିବସ। ପଲ୍ଲୀରୁ ଦିଲ୍ଲୀ ହୋଇ ଉଠିଛି ଉତ୍ସବ ମୁଖର। କଳାହାଣ୍ଡି ଜିଲ୍ଲାର ବିଭିନ୍ନ ସ୍ଥାନରେ ହର୍ଷୋଲ୍ଲାସର ସହ ସ୍ବାଧିନତା ଦିବସ ପାଳିତ ହୋଇଥିବାବେଳେ ରୁପ୍ରାରୋଡ଼ଠାରେ ଅଖିଳ ଭାରତୀୟ ମାରୱାଡି ସମ୍ମେଳନ, ମାରୱାଡି ଯୁବା ମଞ୍ଚ ଓ ମାରଓ୍ବାଡି ମହିଳା ସମିତିର ମିଳିତ ଆନୁକୂଲ୍ୟରେ ମହା ସମାରୋହରେ ପାଳିତ ହୋଇଥିଲା ଏହି ଜାତୀୟ ପର୍ବ। ରୁପ୍ରାରୋଡ ଜଗନ୍ନାଥ ମନ୍ଦିର ପରିସରରେ ଏନେଇ ଆୟୋଜିତ ଭବ୍ୟ ସମାରୋହରେ ଅଖିଳ ଭାରତୀୟ ମାରୱାଡି ସମ୍ମେଳନ ରୁପ୍ରାରୋଡ ଶାଖା ସଭାପତି ରାଧେଶ୍ୟାମ ଖେତାନ ଅଧ୍ୟକ୍ଷତା କରିଥିଲେ। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ସୂବେଦର ମେଜର କ୍ଷମା ସାଗର ସାହୁ ଯୋଗ ଦେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ବିଶିଷ୍ଟ ଆଇନଜୀବୀ ତଥା ଅଖିଳ ଭାରତୀୟ ମାରୱାଡି ସମ୍ମେଳନ କଳାହାଣ୍ଡି ଜୋନର ଜିଲ୍ଲା ସଭାପତି ସୁବାଷ ଅଗ୍ରୱାଲ, ମାରୱାଡି ମହିଳା ସମିତି ଅଧ୍ୟକ୍ଷା ସସ୍ମିତା ଅଗ୍ରୱାଲ ଏବଂ ମାରୱାଡି ଯୁବା ମଞ୍ଚ ଅଧ୍ୟକ୍ଷ ଗଣେଶ ରାମ ଖେତାନ (ବଣ୍ଟି) ମଞ୍ଚାସୀନ ଥିବାବେଳେ ଅଖିଳ ଭାରତୀୟ ମାରୱାଡି ସମ୍ମେଳନ, ମାରୱାଡି ଯୁବା ମଞ୍ଚ ଓ ମାରଓ୍ବାଡି ମହିଳା ସମିତିର କାର୍ଯ୍ୟକର୍ତ୍ତାମାନେ ଉପସ୍ଥିତ ଥିଲେ। ରୁପ୍ରାରୋଡ଼ର ସମସ୍ତ ସରକାରୀ ଏବଂ ବେସରକାରୀ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଏଥିରେ ନୃତ୍ୟ, ସଂଗୀତ ପରିବେଷଣ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ସମସ୍ତ ବିଦ୍ୟାଳୟର ଶିକ୍ଷକଶିକ୍ଷୟତ୍ରୀମାନେ ସହଯୋଗ କରିଥିଲେ। ପରିଶେଷରେ ଅତିଥିମାନଙ୍କ ଦ୍ୱାରା ବିଭିନ୍ନ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିବା କୃତି ଛାତ୍ର ଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ଏହି ଅବସରରେ ମାରୱାଡି ଯୁବା ମଞ୍ଚ ତରଫରୁ ମୁଖ୍ୟ ଅତିଥି ସୂବେଦର ମେଜର କ୍ଷମା ସାଗର ସାହୁଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.