ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ବ୍ଲକ ଅଫିସ ମାନଙ୍କରେ ବ୍ୟାପକ ପିସି କାରବାର, ଆବାସ ଯୋଜନା ରେ ଦୁର୍ନୀତି, ଦରଦାମ ବୃଦ୍ଧି, ବେକାରୀ, ନାରୀ ନିର୍ଯାତନା, ଚାଷୀ ମାରଣ ନୀତି, ଟାଟା କମ୍ପାନୀ ର ଖାଉଟି ବିରୋଧୀ ବିଜୁଳି ନୀତି ଆଦି ଭ୍ରଷ୍ଟାଚାର ଶାସନ ବିରୁଦ୍ଧ ରେ ଆସନ୍ତା ୧୮ ତାରିଖ ଶୁକ୍ରବାର ଦିନ ସାରା ରାଜ୍ୟରେ କଂଗ୍ରେସ ଦଳ ସମସ୍ତ ବ୍ଲକ ମାନଙ୍କ ରେ ଘେରାଉ କରିବ l ଆଜି ଏ ନେଇ ସୁବର୍ଣ୍ଣପୁର ଜ଼ିଲ୍ଲା କଂଗ୍ରେସ ପକ୍ଷରୁ ସ୍ଥାନୀୟ କସ୍ତୁରୀ ହୋଟେଲ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି l ଜ଼ିଲ୍ଲା କଂଗ୍ରେସ ସଭାପତି ଗୌରୀଶ୍ୟାମ ପଣ୍ଡା ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଏହି ସମ୍ମିଳନୀରେ ପିସିସି ସଭ୍ୟ ଜିତେନ୍ଦ୍ର ପଟ୍ଟନାୟକ, ଟାଉନ ସଭାପତି ରଂଜିତ ରାଏ, ଜ଼ିଲ୍ଲା କୋଷାଧକ୍ଷ ଶେଷଦେବ ମେହେର, ସଂଗଠନ ସମ୍ପାଦକ ସୁଧୀର ପଣ୍ଡା ପ୍ରମୁଖ ସଭା ରେ ମଞ୍ଚlସିନ ଥିଲେ l