ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ବଲାଙ୍ଗୀର ଜିଲ୍ଲା ସଇଁତଲା ଥାନା ତରଫରୁ ଆଜାଦି କୀ ଅମୃତ ମହୋତ୍ସବ ଅବସରରେ ଜାମପଦର ଠାରେ ଥିବା ନୂତନ ଥାନା କେମ୍ପସ ପରିସରରେ ବୃକ୍ଷରୋପଣ ମହାସମାରୋହ ଅନୁଷ୍ଠିତ ହୋଇଯାଇଛି l ଏଥିରେ ସଇଁତଲା ଆଇଆଇସି ଅବନୀ କୁମାର ସାହୁଙ୍କ ତତ୍ତ୍ୱବଧାନରେ ମୁଖ୍ୟଅତିଥି ଭାବରେ ତହସିଲଦାର ମାନସଫିଲ କେରକେଟା ଯୋଗଦାନ କରି ଆମ୍ବ, ପଣସ , ଲିମ୍ବ, ଲେମ୍ବୁ, ପିପଲ , ନୀଳଗିରି, ନଡ଼ିଆ ସମେତ ୭୫ ଟି ଗଛ ଲଗାଇ ଶୁଭାରମ୍ଭ କରିଥିଲେ l ଏହି ଉତ୍ସବରେ ସ୍ଥାନୀୟ ସରପଞ୍ଚ ପୁରୁଷୋତମ କଲତା, ବିଶିଷ୍ଟ ସମାଜସେବୀ ମଦନଲାଲ ଅଗ୍ରୱାଲ , ଓଜେୟୁ ଜିଲ୍ଲା ସଭାପତି ପ୍ରମୋଦ କୁମାର ସେଲମା, ଥାନା ଏସଆଇ ଆଲୋକ ପ୍ରସାଦ ଭୋଇ, ସଂଗୀତା ବେକ, ପିଏସଆଇ କାଜଲ ବାଗ, ଏଏସଆଇ ଥବିର ମହାରଣା , ଅରକ୍ଷିତ ନାୟକ ଓ କାହ୍ନୁ ଚରଣ ମହାନ୍ତି, ସାମ୍ବାଦିକ ନାରାୟଣ ସାହୁ, ରାଖାଲ ଶତପଥି, ରଞ୍ଜନ ବାଗ ଓ ଆଲୋକ ସାହୁ ଯୋଗଦାନ କରିଥିଲେ l ଏଥିରେ ଠିକାଦାର ଶରତ ବେହେରା, ଫରେଷ୍ଟ ଗାର୍ଡ ଚିଣ୍ଟୁ ଯାନୀ, କନେଷ୍ଟବଳ ପ୍ରମୋଦ ପ୍ରଧାନ, ଅଗ୍ନିଶମ ବିଭାଗର ସହଦେଵ ଧରୁଆ, ଇନ୍ଦ୍ରଜିତ ଭୋଇ, ଭାଗରଥୀ ମହାରଣା ଗ୍ରାମରକ୍ଷୀ ଚେରୁ ସାହୁ, ପାର୍ଥ ସାହୁଙ୍କ ସମେତ ପୋଲିସ ବାହିନୀ, ଅଗ୍ନିଶମ ଓ ଫରେଷ୍ଟ କର୍ମଚାରୀ ପ୍ରମୁଖ ଉପସ୍ଥିତ ରହି କାଯ୍ୟକ୍ରମରେ ସହଯୋଗ କରିଥିଲେ l