ପ୍ରଧାନ ଶିକ୍ଷକଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିବା ଘଟଣା; ସୁଡ୍ରା ଆଶ୍ରମର ପ୍ରଧାନ ଶିକ୍ଷକଙ୍କୁ ବଦଳି କରି କାମ ସାରିଦେଲା ପ୍ରଶାସନ, କାର୍ଯ୍ୟାନୁଷ୍ଠାନ କେବେ ?

ଓଡ଼ିଆ ବାର୍ତ୍ତା/ କନ୍ଧମାଳ (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଦ୍ଵାରା ପରିଚାଳିତ ସୁଡ୍ରା ଗ୍ରାମରେ ଥିବା ସରକାରୀ ଆଶ୍ରମ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଭାବେ ସାନ୍ତୁନୁ କୁମାର ପ୍ରଧାନ ଦୀର୍ଘ ୭ବର୍ଷ ହେଲା ସେଠାରେ କାର୍ଯ୍ୟ କରିଆସୁଛନ୍ତି। ବିଭିନ୍ନ ସମୟରେ ବିଦ୍ୟାଳୟରେ ଅନୁପସ୍ଥିତ ରହିବା, ପିଲାଙ୍କୁ ଠିକ ଭାବେ ପାଠ ନ ପଢ଼ାଇବା, ସିସିଏଙ୍କୁ ଖରାପ ନଜରରେ ଦେଖିବା ଓ ଚାଉଳ ବିକ୍ରି କରିବା ଭଳି ବିଭିନ୍ନ ସଙ୍ଗୀନ ଅଭିଯୋଗ ସହ ଓ ସେଠାରେ ବିଦ୍ୟାଳୟ ପରିଚାଳନା କମିଟି ସହ ବିବାଦ ଦେଖାଦେଇଥିଲା। ବହୁ ବାଦ ବିବାଦ ପରେ ଜିଲ୍ଲାପାଳ ହସ୍ତକ୍ଷେପ କରି ପ୍ରଧାନ ଶିକ୍ଷକ ସାନ୍ତୁନୁ ପ୍ରଧାନଙ୍କୁ କୋଟଗଡ ବ୍ଲକର ଓରା ପଞ୍ଚାୟତ ଡକା ଆଶ୍ରମ ବିଦ୍ୟାଳୟକୁ ବଦଳି କରିଛନ୍ତି। ହେଲେ ତାଙ୍କ ବିରୁଦ୍ଧରେ ଏତେ ଗୁଡ଼ାଏ ସଙ୍ଗୀନ ଅଭିଯୋଗ ଥିବା ବେଳେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଉଚିତ ଦଣ୍ଡ ଦେବା ପାଇଁ ସ୍ଥାନୀୟ ସରପଞ୍ଚ ସରୋଜିନୀ ମଲ୍ଲିକ ଦାବୀ କରିଛନ୍ତି। ସୂଚନା ଯୋଗ୍ୟ ଯେ, ଚଳିତ ମାସ ୧୧ ତାରିଖ ରାତିରେ ପ୍ରଧାନ ଶିକ୍ଷକ ଶ୍ରୀ ପ୍ରଧାନ ଦୁଇ ମହିଳା ରୋଷେୟାଙ୍କୁ ବିଦ୍ୟାଳୟର ପଛ ପାଖ ଗେଟ ପଟେ ଡ଼ାକି ଦୀର୍ଘ ସମୟ ରଖିବା ପରେ ଛାଡ଼ିବାକୁ ଆସିଥିବା ବେଳେ ରାତିରେ ସ୍କୁଲ ପରିଚାଳନା କମିଟି, ଅଭିଭାବକ ଓ ସାଧାରଣ ଲୋକ ପ୍ରଧାନ ଶିକ୍ଷକଙ୍କୁ ନିସ୍ତୁକ ମାଡ଼ ମାରିବା ନେଇ ଥାନାରେ ଅଭିଯୋଗ ହୋଇଥିଲା। ଏ ନେଇ ୩୦ଜଣଙ୍କ ନାମରେ ପୁଲିସ ମାମଲା ରୁଜୁ କରିବା ସହ ଏହି ଘଟଣାରେ ୪ଜଣକୁ ମଧ୍ୟ ଗିରଫ କରି କୋର୍ଟ ଚାଲାଣ କରିଥିଲା। ହେଲେ ଉକ୍ତ ପ୍ରଧାନ ଶିକ୍ଷକଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ବଦଳରେ କେବଳ ଅନ୍ୟ ଏକ ବିଦ୍ୟାଳୟକୁ ବଦଳି କରି ଜିଲ୍ଲା ପ୍ରଶାସନ କାମ ସାରି ଦେଇଥିବାରୁ ସମଗ୍ର ଅଞ୍ଚଳରେ ଅଦ୍ୟାବଧି ସୁଦ୍ଧା ଚାପା ଉତ୍ତେଜନା ଲାଗି ରହିଛି। ଏଥି ପ୍ରତି ପୁଣି ଦୃଷ୍ଟି ଦେଇ ଉକ୍ତ ପ୍ରଧାନଶିକ୍ଷକଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସରପଞ୍ଚ ଙ୍କ ସମେତ ଅଞ୍ଚଳବାସୀ ଦାବୀ କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.