ମଶା ଘଉଡାଇବା ମେସିନ୍ ନେଲା ଆଈ ସମେତ ତିନି ନାତୁଣୀଙ୍କ ଜୀବନ

ଘର ଭିତରୁ ମଶା ଘଉଡାଇବାକୁ ଶୋଇବା ବେଳେ ଲଗାଇଥିବା ମେସିନ ସାଜିଲା କାଳ। କୌଣସି କାରଣରୁ ରାତିରେ ନିଆଁ ଲାଗିଯିବାରୁ ଶ୍ବାସରୁଦ୍ଧ ହୋଇ ତିନି ଜଣଙ୍କର ମୃତ୍ୟୁ।  ତାମିଲନାଡୁର ମନାଲି ନିକଟସ୍ଥ ମାଥୁର ଏମଏମଡିଏରେ ଥିବା ଏକ ଘରେ ଏହି ଅଘଟଣ ଘଟିଛି। ଏଥିରେ ଜଣେ ବୃଦ୍ଧା ସମେତ ତିନି ନାତୁଣୀଙ୍କ ମୃତ୍ୟୁ ଘଟିଛି। ମହିଳା ଜଣକ ସାନ୍ତନାଲକ୍ଷ୍ମୀ (୬୫) । ତିନି ନାତୁଣୀଙ୍କ ଆଈ। ତାଙ୍କ ନାତୁଣୀ ସନ୍ଧ୍ୟା, ପ୍ରିୟା ରାକ୍ଷୀତା ଓ ପବିତ୍ରା ୮ରୁ ୧୦ ବର୍ଷ ବୟସର ହୋଇଥିବା ବେଳେ ଘରେ ଶୋଇଥିଲେ। ଗତକାଲି ସକାଳେ ଘରୁ ଧୂଆଁ ବାହାରୁଥିବା ଦେଖି ପଡ଼ୋଶୀମାନେ ପୁଲିସ ଓ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ପୋଲିସ ପହଞ୍ଚିବା ପରେ ଚାରିଜଣଙ୍କୁ ଅଚେତ ଅବସ୍ଥାରେ ଉଦ୍ଧାର କରି ତୁରନ୍ତ ଡାକ୍ତରଖାନାକୁ ନେଇଯାଇଥିଲେ ମଧ୍ୟ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ। ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି ଯେ ପରିବାର ସଦସ୍ୟ ଶୋଇଥିବା ଘର ଭିତରେ ମଶା ଘଉଡାଇବାକୁ ଲଗାଯାଇଥିଲା ମେସିନ। ହେଲେ କୌଣସି କାରଣରୁ ମେସିନର ଧୂଆଁ ଏକ ଲାଇଲନ ସାମଗ୍ରୀ ସଂସ୍ପର୍ଶରେ ଆସିବାରୁ ନିଆଁ ଲାଗିଯାଇଥିଲା। ପରିବାରର ସଦସ୍ୟମାନେ ନିଦରେ ଧୂଆଁକୁ ନିଶ୍ୱାସରେ ଗ୍ରହଣ କରିଥିଲେ ପରେ ତାଙ୍କର ମୃତ୍ୟୁ ଘଟିଛି ବୋଲି ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି। ବାପାଙ୍କ ଦେଖାଶୁଣା ପାଇଁ ମା’ଙ୍କୁ ଡାକ୍ତରଖାନାରେ ରହିବାକୁ ପଡ଼ୁଥିବାରୁ ତିନି ଶିଶୁ ରାତି କାଟିବା ପାଇଁ ଆଈଙ୍କ ଘରକୁ ଆସିଥିଲେ। ଏନେଇ ମାଧବରାମ ମିଲ୍କ କଲୋନି ଥାନାରେ ଏକ ମାମଲା ରୁଜୁ ହୋଇଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.