ଭୁବନେଶ୍ୱରଠାରେ କରାଟେ ବ୍ଲାକ ବେଲଟ ପରୀକ୍ଷାରେ କଳାହାଣ୍ଡିର ୩ ଛାତ୍ର ଉତ୍ତୀର୍ଣ୍ଣ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ):  ଭୁବନେଶ୍ଵର ଉତ୍କଳ କରାଟେ ସ୍କୁଲ ମୁଖ୍ୟ କାର୍ଯ୍ୟାଳୟରେ ଦୁଇ ଦିନ ଧରି ଆୟୋଜିତ ପ୍ରଶିକ୍ଷକଙ୍କ ପ୍ରଶିକ୍ଷଣ ଶିବିର  ଉଦଯାପିତ ହୋଇଯାଇଛି। ଶିବିରରେ ବ୍ଲାକ ବେଲଟ ପରୀକ୍ଷା ଦେବା ପାଇଁ ରାଜ୍ୟ ତଥା ରାଜ୍ୟ ବାହାରୁ ବିଭିନ୍ନ କରାଟେ ଛାତ୍ରଛାତ୍ରୀ ମାନେ ଭାଗ ନେଇଥିଲେ। ଏମାନଙ୍କ ମଧ୍ୟରୁ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ଡିଏଭି ବେଦାନ୍ତ ଅନ୍ତର୍ଜାତୀୟ ବିଦ୍ୟାଳୟର ତିନି ଜଣ କରାଟେ ଛାତ୍ର ଲୋକେଶ କୁମାର ମହାଖୁଡ, ହିତେଶ କୁମାର ମହାଖୁଡ ଓ କିରଣ ବେମାଲ ଏହି ବ୍ଲାକ ବେଲଟ ପରୀକ୍ଷାରେ ଭାଗ ନେଇ ସଫଳତାର ସହିତ ଉତ୍ତୀର୍ଣ୍ଣ ହୋଇଛନ୍ତି।ସଉତ୍କଳ କରାଟେ ସ୍କୁଲ ପ୍ରତିଷ୍ଠାତା ତଥା ମୁଖ୍ୟ ପ୍ରଶିକ୍ଷକ ସିହାନ ଡ଼ଃ ହରିପ୍ରସାଦ ପଟ୍ଟନାୟକ କାରାଟେକାମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଏହି କରାଟେ ଛାତ୍ରମାନେ ୨୦୧୩ ମସିହାରେ କରାଟେରେ ଯୋଗ ଦେଇଥିବା ବେଳେ ଲୋକେଶ କୁମାର ମହାଖୁଡ ୨୦୧୬ ମସିହାରେ ରାଜ୍ୟ ସ୍ତରୀୟ କରାଟେ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ, ୨୦୧୭ ମୟୁରଭଞ୍ଜଠାରେ ଜାତୀୟ ପ୍ରତିଯୋଗିତାରେ ସ୍ବର୍ଣ୍ଣ ଓ କାଂସ୍ୟ, ୨୦୧୮ ସେପ୍ଟେମ୍ବର ଓଡ଼ିଶାର କଟକଠାରେ ଡିଏଭି ରାଜ୍ୟ ସ୍ତରୀୟ କରାଟେ ପ୍ରତିଯୋଗିତାରେ ସ୍ବର୍ଣ୍ଣ ଓ ନଭେମ୍ବର ମାସରେ ଝାରଖଣ୍ଡ ରାଜ୍ୟ ରାଞ୍ଚିଠାରେ ଜାତୀୟ କରାଟେ ପ୍ରତିଯୋଗିତାରେ ଭାଗ ନେଇଥିବା ବେଳେ ୨୦୨୧ ମସିହା ଓଡ଼ିଶାର ଭୁବନେଶ୍ୱରଠାରେ ଆୟୋଜିତ ଓପନ କରାଟେ ପ୍ରତିଯୋଗିତାରେ ରୌପ୍ୟ ଓ କାଂସ୍ୟ ପଦକ ହାସଲ କରିଥିଲେ। ସେହିପରି ହିତେଶ କୁମାର ମହାଖୁଡ ୨୦୧୬ ମସିହାରେ ମୟୁରଭଞ୍ଜଠାରେ ରାଜ୍ୟ ସ୍ତରୀୟ କରାଟେ ପ୍ରତିଯୋଗିତାରେ ସ୍ବର୍ଣ୍ଣ ଓ ରୌପ୍ୟ ପଦକ, ରାଜ୍ୟ ସ୍ତରୀୟ ପ୍ରତିଯୋଗିତା ଭୁବନେଶ୍ୱରଠାରେ ରୌପ୍ୟ, ୨୦୧୭ ମୟୁରଭଞ୍ଜ ବାରିପଦାଠାରେ ଜାତୀୟ କରାଟେ ପ୍ରତିଯୋଗିତାରେ ସ୍ବର୍ଣ୍ଣ ଓ ରୌପ୍ୟ, ୨୦୨୧ ମସିହାରେ ଓଡ଼ିଶାର ଭୁବନେଶ୍ୱରଠାରେ ଜାତୀୟ ଓପନ କରାଟେ ପ୍ରତିଯୋଗିତାରେ ସ୍ବର୍ଣ୍ଣ ଓ ରୌପ୍ୟ ଓ ୨୦୨୨ ମସିହା ସେପ୍ଟେମ୍ବରରେ ଝାରସୁଗୁଡାଠାରେ ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ ଭାଗ ନେଇ ସ୍ବର୍ଣ୍ଣ ପଦକ ହାସଲ କରି ନଭେମ୍ବରରେ ଝାରଖଣ୍ଡ ରାଞ୍ଚିରେ ଜାତୀୟ ସ୍ତରୀୟ ପ୍ରତିଯୋଗିତାରେ ଭାଗ ନେଇଥିଲେ। ସେହିପରି କିରଣ ବେମାଲ ୨୦୧୬ ମସିହାରେ ମୟୁରଭଞ୍ଜ ବାରିପଦାଠାରେ ରାଜ୍ୟ କରାଟେ ପ୍ରତିଯୋଗିତାରେ ସ୍ବର୍ଣ୍ଣ ଓ କାଂସ୍ୟ, ୨୦୧୯ ସେପ୍ଟେମ୍ବରରେ ଝାରସୁଗୁଡାଠାରେ ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ ରୌପ୍ୟ ଓ ନଭେମ୍ବରରେ ଜାତୀୟ ସ୍ତର ପାଇଁ ହାଇଦ୍ରାବାଦ ଗସ୍ତ କରିଥିବା ବେଳେ ୨୦୨୧ ମସିହା ଭୁବନେଶ୍ୱରଠାରେ ଓପନ କରାଟେ ପ୍ରତିଯୋଗିତାରେ କାଂସ୍ୟ ପଦକ ହାସଲ କରିଥିଲେ। ଏହି ତିନିଜଣ କରାଟେ ପରୀକ୍ଷାର୍ଥୀ ଲାଞ୍ଜିଗଡର କରାଟେ କୋଚ୍ କ୍ଷମାନିଧି ମହାଖୁଡ ଓ ଜିଲ୍ଲା ଜିଲ୍ଲା ସମ୍ପାଦକ ସୁରେଶ ଚନ୍ଦ୍ର ଜାଲଙ୍କ ନେତୃତ୍ୱରେ ଏହି ପ୍ରଶିକ୍ଷଣ ଶିବିରରେ ଭାଗ ନେଇଥିଲେ।କୋଚ୍ କ୍ଷମାନିଧି ଲାଞ୍ଜିଗଡ ଏସଏସଡି ସ୍କୁଲରେ ବେଦାନ୍ତ ଆଲୁମିନା ଦ୍ବାରା ପରିଚାଳିତ କରାଟେ ପ୍ରଶିକ୍ଷଣ ଶିବିରରେ ତାଲିମ ଦାତା ଭାବେ କାର୍ଯ୍ୟ କରୁଛନ୍ତି। ଏହି ୩ ଜଣ ଡିଏଭି ସ୍କୁଲର କରାଟେ ଛାତ୍ର ପୂର୍ବରୁ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇ ବର୍ତ୍ତମାନ ବ୍ଲାକ ବେଲଟ ପରୀକ୍ଷାରେ ସଫଳତାର ସହିତ ଉତ୍ତୀର୍ଣ୍ଣକୁ ନେଇ ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.