ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ବଲାଙ୍ଗୀର ଜିଲ୍ଲା ସଇଁତଲା ସ୍ଥିତ ସରସ୍ବତୀ ଶିଶୁ ମନ୍ଦିର ପରିସରର ଠାରେ ରକ୍ଷା ବନ୍ଧନ ଉତ୍ସବ ମହାସମାରୋହ ପାଳିତ ହୋଇଯାଇଛି। ପ୍ରଧାନ ଆଚାଯ୍ୟ ହେମନ୍ତ ଭୋଇଙ୍କ ଅଧ୍ୟକ୍ଷତା ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ ସଇଁତଲା ଆଇଆଇସି ଅବନୀ କୁମାର ସାହୁ ଦୀପ ପ୍ରଜ୍ଜଳନ କରି ଉଦଘାଟନ କରିଥିଲେ । ଏଥିରେ ଅନ୍ୟତମ ସମ୍ମାନିତ ଅତିଥି ଭାବରେ ଅନୁଷ୍ଠାନର ସମ୍ପାଦକ ଯୁବରାଜ ରଣା, ଗୁରୁମା ଜୟନ୍ତୀ ରଥ ଓ ମୁଖ୍ୟବକ୍ତା ଭାବେ ଭବାନୀ ଗହୀର ପ୍ରମୁଖ ଉପସ୍ଥିତ ରହି ରକ୍ଷାବନ୍ଧନ ଉପରେ ଛାତ୍ରୀଛାତ୍ର ମାନଙ୍କୁ ବକ୍ତବ୍ୟ ପ୍ରଦାନ କରିଥିଲେ l ନବମ ଶ୍ରେଣୀ ଛାତ୍ରୀ ରୋଜାଲି ବେହେରା ସଭା ପରିଚାଳନା କରିଥିବା ବେଳେ ଆଚାର୍ଯ୍ୟ ସୁରୂପାଳ ସାହୁ ଧନ୍ୟବାଦ ପ୍ରଦାନ କରିଥିଲେ l ଏହି ପରିପେକ୍ଷୀରେ ଶିଶୁ ପ୍ରାରମ୍ଭ ଛାତ୍ର ଦେବରାଜ ରଣାଙ୍କ ଜନ୍ମଦିନରେ ମୁଖ୍ୟଅତିଥି ଆଇଆଇସି ଶ୍ରୀ ସାହୁ ଓ ଅନ୍ୟମାନଙ୍କ ଉପସ୍ଥିତିରେ ପରିସରରେ ବୃକ୍ଷରୋପଣ କରାଯାଇଥିଲା l ଏହାପରେ ଭଉଣୀମାନେ ଭାଇମାନଙ୍କ ମଙ୍ଗଳ ମାନସୀ ରାକ୍ଷୀ ବାନ୍ଧିଥିଲେ l ଏହି ଉତ୍ସବରେ ଆଚାର୍ଯ୍ୟ ଝସକେତନ ବଗର୍ତି, ପୂର୍ଣ୍ଣିମା, ନୂତନ, ଗରୁଡ଼, ବେଣୁ, ବିନୋଦ, ପ୍ରଶାନ୍ତ, ଗଣେଶ , ଶାନ୍ତନୁ, ତ୍ରିଲୋଚନ, ମାଣିକ୍ୟ, ରମେଶ୍ୱରୀ, ରାମଚନ୍ଦ୍ର, ପ୍ରଭାସିନୀ, ଟିକେଶ୍ବରୀ, ଗୀତା, ଚିନ୍ମୟୀ, ରାଜକିଶୋର, ଛନ୍ଦା, ଟିଲୋତ୍ତମା, ବର୍ଷା, ସୁଜିତା ଓ ଯାଦବଙ୍କ ସମେତ ଗୁରୁମା ଗୁରୁଜୀ, ସେବକ ସେବିକା ଓ ବାହାନ ଚାଲକ ଉପସ୍ଥିତ ରହି ସହଯୋଗ କରିଥିଲେ l