ଜାତୀୟ କ୍ରୀଡା ଦିବସ ପାଳନ

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ବଲାଙ୍ଗୀର ଜିଲ୍ଲା ସଇଁତଲା ସ୍ଥିତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରର ଠାରେ ଜାତୀୟ କ୍ରୀଡା ଦିବସ ପାଳନ ହୋଇଯାଇଛି l ଏଥିରେ ସ୍କୁଲ ପ୍ରଧାନ ଶିକ୍ଷକ ବିନାୟକ କୁମ୍ଭାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ଏକ ସଭା ଆୟୋଜିତ ହୋଇଥିଲା l ବୈଠକରେ ଜାତୀୟ କ୍ରୀଡା ଦିବସର ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ l ଏହି ପରିପେକ୍ଷୀରେ ସ୍କୁଲର ପୁରାତନ ଛାତ୍ରୀ ଲିଲି ପଟେଲ ଓ ରୀନା କ୍ଷେତିଙ୍କୁ ରାଜ୍ୟସ୍ତର ଫୁଟବଲ ପ୍ରତିଯୋଗିତା ପ୍ରତିନିଧିତ୍ୱ କରିଥିବାରୁ ସମ୍ମାନିତ କରାଯାଇଥିଲା l ଏଥିରେ ଶିକ୍ଷୟତ୍ରୀ ଜ୍ୟୋସ୍ନାମୟୀ ତ୍ରିପାଠୀ, ବିଣାପାଣି ନନ୍ଦ, ନିପନ ନାଏକ, ବ୍ରହ୍ମାନନ୍ଦ ଭୋଇ ପ୍ରମୁଖ ଉପସ୍ଥିତ ଥିଲେ l ଶେଷରେ ଶିକ୍ଷୟତ୍ରୀ ରଞ୍ଜିତା ମିଶ୍ର ଧନ୍ୟବାଦ ପ୍ରଦାନ କରିଥିଲେ l

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.