ଦାବଯୋରୀକୁ ନୂତନ ପଞ୍ଚାୟତ ଗଠନରେ ସାମିଲ କରିବା ପାଇଁ ଦାବୀ

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ବଲାଙ୍ଗୀର ଜିଲ୍ଲା ସଇଁତଲା ବ୍ଲକ କରମତଳା ପଞ୍ଚାୟତର ଦାଵଯୋରୀ ଗାଁକୁ ନୂତନ ପଞ୍ଚାୟତ ଗଠନରେ ସାମିଲ କରିବା ପାଇଁ ଦାବୀ ହୋଇଛି l ଏ ନେଇ ସଇଁତଲା ବିଡ଼ିଓ ଚନ୍ଦ୍ରମଣି ନାଗଙ୍କୁ ଦାବୀପତ୍ର ପ୍ରଦାନ କରାଯାଇଛି l ଯଦି ସରକାର ଏ ଦିଗରେ କୋଣସି ପଦକ୍ଷେପ ଗ୍ରହଣ ନ କଲେ ଆଗାମୀ ସାଧାରଣ ନିର୍ବାଚନରେ ଭୋଟ ବର୍ଜନ କରିବା ପାଇଁ ଅଞ୍ଚଳର ୬ ଗୋଟି ଗ୍ରାମର ଜନସାଧାରଣ ଚେତାବନୀ ଦେଇଛନ୍ତି l ପ୍ରକାଶ ଯେ, କରମତଳା ପଞ୍ଚାୟତ ଅଧୀନରେ ଥିବା ଦାଵଯୋରୀ ଗାଁର ଭଣ୍ଡାରବାଞ୍ଜି ଓ ଭିରକାପଡା ଗ୍ରାମବାସୀମାନଙ୍କୁ ନେଇ ରାମ ମଣ୍ଡପ ଠାରେ ଏକ ବୈଠକ ଆୟୋଜିତ ହୋଇଥିଲା l ଏଥିରେ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନାଗୁଡିକରୁ ଅଞ୍ଚଳବାସୀ ବାଦ ପଡୁଛନ୍ତି l ଏପରିକି କରମତଳା ପଞ୍ଚାୟତ ରୁ ଦାଵଯୋରୀ ର ଦୂରତ୍ୱ ୧୨ କିମି, ଭଣ୍ଡାରବାଞ୍ଜିର ଦୂରତ୍ୱ ୧୬ ଓ ଭିରକାପଡା ଗାଁର ଦୂର ୧୫ କିମି ରହିଅଛି l ଯାହାଫଳରେ ଲୋକେ କୋଣସି କାମ ପାଇଁ ପଞ୍ଚାୟତକୁ ଯିବା ପାଇଁ ହଇରାଣ ହରକତ ହେଉଛନ୍ତି ବୋଲି ଗାଁ ଲୋକେ ଅଭିଯୋଗ କରିଛନ୍ତି l ଏହି ପଞ୍ଚାୟତ ହେଲେ ଝିମନପାଲି, ଲୁଥାକେନ ଓ ଭୋରପଡା ଗାଁ ମଧ୍ୟ ସାମିଲ ହେବ l ଦାବିପତ୍ର ସମୟରେ ନିତ୍ୟାନନ୍ଦ ଯାନୀ, ଦିଲୀପ ବକୁଳ , ମହାଦେବ ମେସ୍ୱା, କୃଷ୍ଣ ବାଗ, ଶୁକ୍ରୁ କୁମ୍ଭାର, ବାଳକୃଷ୍ଣ ପାତ୍ର, ନାରାୟଣ ଚାଉଳିଆ , ସଞ୍ଜୟ ପାତ୍ର, ରାଧେଶ୍ୟାମ ପାତ୍ର, ରାଧାକାନ୍ତ ପ୍ରଧାନ, ବଳରାମ ପାତ୍ର, ସୁରେଶ ପାତ୍ର ଓ ଉପେନ୍ଦ୍ର ପାତ୍ର ପ୍ରମୁଖ ଦାବୀ କରିଛନ୍ତି l ଏ ନେଇ ଗ୍ରାମବାସୀମାନେ ବଲାଙ୍ଗୀର ଜିଲ୍ଲାପାଳଙ୍କ ଅନୁପସ୍ଥିତ ଥିବା ବେଳେ ଅତିରିକ୍ତ ଜିଲ୍ଲାପାଳଙ୍କୁ ମଧ୍ୟ ଦାବୀପତ୍ର ପ୍ରଦାନ କରିଛନ୍ତି l

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.