ଜନ୍ମାଷ୍ଟମୀରେ ରାଧାକୃଷ୍ଣ ବେଶ ପ୍ରତିଯୋଗୀତା ସ୍ୱତନ୍ତ୍ର ଆକର୍ଷଣ ରହିଥିଲା
ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ସରସ୍ୱତୀ ଶିଶୁ ମନ୍ଦିର ପବିତ୍ର ଜନ୍ମାଷ୍ଟମୀ ରେ ପାଳନ କରୁଛି ୩୪ ତମ ପ୍ରତିଷ୍ଠା ଦିବସ । ୧୯୯୦ ମସିହା ଜନ୍ମାଷ୍ଟମୀ ଦିନ ବିଦ୍ୟାଳୟ ପ୍ରତିଷ୍ଠା ହୋଇଥିଲା । ଆଜି ଜନ୍ମାଷ୍ଟମୀ । ଭଗବାନ ଶ୍ରୀକୃଷ୍ଣ କଂସର ବନ୍ଦୀ ଶାଳାରେ ଆଜିର ଦିନରେ ଜନ୍ମ ନେଇଥିଲେ । ଆଜି ସାରା ଦେଶରେ ଘରେ ଘରେ ଜନ୍ମାଷ୍ଟମୀ ପର୍ବ ପାଳନ କରାଯାଉଥିବା ବେଳେ ନର୍ଲା ସରସ୍ୱତୀ ଶିଶୁ ମନ୍ଦିର ରେ ପାଳିତ ହୋଇଯାଇଛି ୩୪ ତମ ପ୍ରତିଷ୍ଠା ଦିବସ ସାଙ୍ଗକୁ ଜନ୍ମାଷ୍ଟମୀ ଉତ୍ସଵ । ବିଦ୍ୟାଳୟର ପ୍ରଧାନାଚାର୍ଯ୍ୟ ବୁଦ୍ଧ ନାଏକଙ୍କ ନେତୃତ୍ୱରେ ଓ ବିଦ୍ୟାଳୟ ପରିଚାଳନା ସମିତିର ସମ୍ପାଦକ ସୁମନ୍ତ ପୁଝାରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପାଳିତ ହୋଇଯାଇଛି ୩୪ ତମ ପ୍ରତିଷ୍ଠା ଉତ୍ସଵ । ଏହାର ଉଦ୍ଘାଟନୀ ଉତ୍ସଵ ରେ ମୁଖ୍ୟଅତିଥି ଭାବରେ ବିଦ୍ୟାଳୟ ର ପ୍ରତିଷ୍ଠାତା ପ୍ରଧାନାଚାର୍ଯ୍ୟ ଶିକ୍ଷାବିତ୍ତ ତପନ କୁମାର ଭୋଇ ଯୋଗଦାନ କରିଥିବା ବେଳେ ସମ୍ମାନୀତ ଅତିଥି ଭାବରେ ପରିଚାଳନା କମିଟିର ପୂର୍ବତନ ସଭାପତି କଲ୍ୟାଣ ସାହୁ, ପୂର୍ବତନ କୋଷାଧ୍ୟକ୍ଷ ତଥା ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ସର୍ଗିଗୁଡା ୟୁପି ସ୍କୁଲର ପ୍ରଧାନ ଶିକ୍ଷକ ଦୟାନିଧି ଡ଼ାଳୁଆ, ନର୍ଲା ବିଧାୟକଙ୍କ ପ୍ରତିନିଧି ପରେଶ ପଧାନ, ପୂର୍ବତନ ଆଚାର୍ଯ୍ୟ ପ୍ରଫୁଲ୍ଲ କୁମାର ନାଗ ପ୍ରମୁଖ ଯୋଗଦାନ କରି ଦୀପ ପ୍ରଜ୍ବଳନ ଓ ପୂଜା କରି କାର୍ଯ୍ୟକ୍ରମ କୁ ଉଦ୍ଘାଟନ କରିଥିଲେ । ଶିଶୁ ପ୍ରାରମ୍ଭ ଓ ବୋଧ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ଯାଏଁ ଛାତ୍ରଛାତ୍ରୀଙ୍କୁ ନେଇ ଦିନ ସାରା ଚାଲିଥିଲା ବିଭିନ୍ନ ପ୍ରତିଯୋଗିତା । ହସ୍ତାକ୍ଷର ଲିଖନ, ଗଳ୍ପ କଥନ, ସାଧାରଣଜ୍ଞାନ ଭଳି ଅନେକ ଗୁଡିଏ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଶିଶୁ ପ୍ରାରମ୍ଭ, ବୋଧ, ପ୍ରଥମ ଓ ଦ୍ଵିତୀୟ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ନେଇ ଅନୁଷ୍ଠିତ ରାଧା କୃଷ୍ଣ ବେଶ ପ୍ରତିଯୋଗିତା ବେଶ ଆକର୍ଷଣୀୟ ଓ ମନମୁଗ୍ଧକର ହୋଇଥିଲା । ଶ୍ରେଣୀ ଅନୁଯାୟୀ ପ୍ରତିଯୋଗୀତା ଗୁଡିକ ଅନୁଷ୍ଠିତ ହୋଇଥିବା ବେଳେ ବିଦ୍ୟାଳୟର ଆଚାର୍ଯ୍ୟ ଓ ଆଚର୍ଯ୍ୟ। ମାନେ ପ୍ରତିଯୋଗୀତା ଗୁଡିକ ପରିଚାଳନା କରିଥିଲେ । ଅପରାହ୍ନ ୪ ଘଣ୍ଟା ସମୟରେ ଏହାର ଉଦଯାପନୀ ଉତ୍ସଵ ଅନୁଷ୍ଠିତ ହୋଇଥିଲା । ଉଦଯାପନୀ ଉତ୍ସଵ ରେ ଗାୟତ୍ରୀ ପରିବାରର ସମନ୍ୱୟ ସମିତିର ଜିଲ୍ଲା ସଂଯୋଜକ ତପନ କୁମାର ସାହୁ ଅତିଥି ଭାବରେ ଯୋଗଦାନ କରି ମାର୍ଗଦର୍ଶନ ଦେଇଥିଲେ । ଅତିଥି ବୃନ୍ଦ ଛାତ୍ରଛାତ୍ରୀ ଙ୍କୁ ମାର୍ଗଦର୍ଶନ ଦେବାପରେ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ।