ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅଧିନସ୍ଥ ଏସ ବି ଆଇ ଗ୍ରାହକ ସେବା କେନ୍ଦ୍ର ଶାଖାର ପରିଚାଳକ ତଥା ସ୍କୁଲର ପୁରାତନ ଛାତ୍ର ଆଇନଜୀବୀ ସରୋଜ କୁମାର ସାହୁଙ୍କ ନେତୃତ୍ବରେ”ପ୍ରତିଭା ୨୦୨୩” ଶିର୍ଷକ ଏକ କାର୍ଯକ୍ରମ ଗ୍ରାମ ପଞ୍ଚାୟତ ଉଚ୍ଚ ବିଦ୍ୟାପିଠ ଭୀମକେଲା ରେ ଅନୁଷ୍ଠିତ ହୋଇଯାଇଛି। ସ୍କୁଲର ପ୍ରଧାନ ଶିକ୍ଷକ ମଧୂସୁଦନ ଦାସଙ୍କ ସଭାପତିତ୍ୱରେ ସଭା ଆରମ୍ଭ ହୋଇଥିଲା। ଗୁରୁ ଦିବସରେ ଗୁରୁ ପୂଜନ ପରେ ସଭାପତି ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମ ଆୟୋଜକ ବିଦ୍ୟାଳୟର ପୂରାତନ ଛାତ୍ର ତଥା ବିଶିଷ୍ଟ ଆଇନଜୀବୀ ସରୋଜ କୁମାର ସାହୁ କାର୍ଯ୍ୟକ୍ରମର ଆଭିମୁଖ୍ୟ ପ୍ରତିପାଦନ କରିଥିଲେ ।ସ୍କୁଲର ଶିକ୍ଷକ ନୂସିଂହ ଚରଣ ଦଳେଇ କାର୍ଯ୍ୟକ୍ରମ ପରିଚାଲନା କରିଥିଲେ। କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ଯ ଛାତ୍ରଛାତ୍ରୀ ମାନଙ୍କ ମଧ୍ଯରେ ଲୁକ୍କାୟିତ ପ୍ରତିଭାକୁ ପ୍ରସ୍ଫୁଟିତ କରିବା। କାଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବରେ ରୁପ୍ରାରୋଡ ଶାଖା ପ୍ରବନ୍ଧିକା ଶ୍ରୀମତୀ ଲଗ୍ନଜିତା ସଡୁଆଲ, ସମ୍ମାନିତ ଅତିଥି ଭାବରେ ଭୀମକେଲା ସରପଂଚ ଜାନକୀ ଗଉଡ, ରୁପ୍ରା ଗ୍ରାହକ ସେବା କେନ୍ଦ୍ରର ପରିଚାଳକ ତେଜରାଜ ସାହୁ ପ୍ରମୁଖ ମଞ୍ଚସୀନ ରହି ଛାତ୍ରଛାତ୍ରୀଙ୍କୁ ମାର୍ଗଦର୍ଶନ ଦେଇଥିଲେ। ବିଦ୍ୟାଳୟର ହିନ୍ଦୀ ଶିକ୍ଷକ ସଞୟ ସେନାପତି, କେଶବ ମହାପାତ୍ର ଗଙ୍ଗାଧର ରଣା, ତିର୍ଥ କରୁଆଁ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। କାର୍ଯ୍ୟକ୍ରମ ରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ହୋଇଥିବା ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ଶିକ୍ଷକ ବିନୟ କିଶୋର ଦାସ ପ୍ରତିଯୋଗିତା ଗୁଡିକ ପରିଚାଳନାର ଦାଇତ୍ୱ ନିର୍ବାହନ କରଥିଲେ। ଶେଷରେ ଆୟୋଜକ ସରୋଜ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।