କିଡିଙ୍ଗ-ଛତିକୁଡ଼ା ବିପର୍ଯ୍ୟସ୍ତ ରାସ୍ତା: ମରାମତିରେ ସୀମିତ, ନୂଆ ରାସ୍ତା କେବେ?

ମରଣଯନ୍ତା ୬ନଂ ରାଜ୍ୟ ରାଜପଥ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ବିପଦକୁ ଡାକୁଛି କିଡିଙ୍ଗ-ଛତିକୁଡ଼ା ରାସ୍ତା । ଏହି ରାସ୍ତା ବଡ଼ ଗର୍ତ୍ତ ସହ ଖସଡ଼ା ରାସ୍ତା ଲୋକଙ୍କ ଜୀବନ ନେଇଯିବ। ସାବଧାନ ନରହିଲେ ପ୍ରାଣ ଚାଲିଯିବାର ଭୟ ରହିଛି। ଏହି ରାସ୍ତାରେ ପ୍ରତିଦିନ ଲୋକେ ଦୁର୍ଘଟଣାର ଶୀକାର ହେଉଛନ୍ତି। ତଥାପି ଏହି ରାସ୍ତାକୁ ନିର୍ମାଣ କରୁନାହିଁ ପୂର୍ତ୍ତବିଭାଗ। କେବଳ ମଝିରେ ମଝିରେ ମରାମତି କରି ଛାଡ଼ି ଦେଉଛି। ହେଲେ ଗୋଟିଏ ମାସ ମଧ୍ୟରେ ପିଚୁ ଉଠିଥିବା ସହ ଖାଲଖମାରେ ପୁରିଯାଉଛି। ଏଠି ପ୍ରଶ୍ନ ଉଠାଇଛନ୍ତି ଲୋକେ ଦୀର୍ଘବର୍ଷ ଧରି ଏହି ରାସ୍ତା ନିର୍ମାଣ କରାଯାଇ ନାହିଁ। କେବଳ ମରାମତିରେ କାମ ଚାଲିଛି। ଏହି ରାସ୍ତା ୬ନମ୍ବର ରାଜ୍ୟ ରାଜପଥର ଅନ୍ୟତମ ଦୁର୍ଘଟଣା ପ୍ରବଣ ସ୍ଥାନ। ତେବେ କିଡିଙ୍ଗ-ଛତିକୁଡ଼ା ମଧ୍ୟରେ ଗତ ୩ ବର୍ଷ ଭିତରେ ୧୫ ଅଧିକ ମୁଣ୍ଡ ଗଢିଛି। ତଥାପି ପୂର୍ତ୍ତବିଭାଗ ଦୃଷ୍ଟି ଦେଉନାହିଁ। ଏହାକୁ ନେଇ ବାରମ୍ବାର ଅଭିଯୋଗ ଅଭିଯୋଗ ହେଉଛି। କିନ୍ତୁ ଅଭିଯୋଗର କିଛି ଦିନ ପରେ ମରାମତି ହେଉଛି ସତ ଯାହାକି ୧୫ ଦିନ ଯାଉନାହିଁ। ତେଣୁ ପୁଣିଥରେ ସମାନ ପରିସ୍ଥିତି ଉପୁଜୁଛି। ଅନେକ ସମୟରେ ରାସ୍ତାର ଅବସ୍ଥା ପାଇଁ ଗାଡ଼ି ମଟର ତଥା ମାଲବୋଝେଇ ଟ୍ରକ୍ ପ୍ରତିଦିନ ଦୁର୍ଘଟଣାଗ୍ରସ୍ତ ହେଉଛି। ତେଣୁ ଏହାକୁ ସ୍ଥାୟୀ ଭାବେ ନିର୍ମାଣ କରାଯାଉ ବୋଲି ସାଧାରଣରେ ଦାବି ହେଉଛି। ଅନ୍ୟପକ୍ଷରେ ସିକେରକୁପା ଠାରୁ ପୋଖରୀବନ୍ଧକୁ ସଂଯୋଗ କରୁଥିବା ଏହି ରାସ୍ତା ଅନେକ ଖାଲଖମା ଯୋଗୁଁ ପ୍ରତିଦିନ ଖାଲରେ ପଡ଼ି ମାଲବାହୀ ଟ୍ରକ୍ ମାନେ ଦୁର୍ଘଟଣା ଗ୍ରସ୍ତ ହେଉଥିବା ଦେଖିବାକୁ ମିଳୁଛି। ତେବେ ଏହି ୬ନମ୍ବର ରାଜ୍ୟ ରାଜପଥ ଲୋକଙ୍କ ପାଇଁ ମରଣଯନ୍ତା ପାଲଟିଥିବା ବେଳେ ଏହାକୁ ନେଇ ଲୋକେ ବାରମ୍ବାର ଅଭିଯୋଗ କରିଆସୁଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.