ରାଷ୍ଟିୟ ମଜଦୁର କଂଗ୍ରେସ ବୈଠକ

 

 

କର୍ଲାମୁଣ୍ଡା/କଳାହାଣ୍ଡି,୨୭/୧୧:

Omkar Vasthu
Omkar Vasthu

କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସ୍ଥିତ ଏନ ଏସ ସମ୍ମିଳନୀ କକ୍ଷ ଠାରେ ଆଜି ରାଷ୍ଟ୍ରିୟ ମଜଦୁର କଂଗ୍ରେସ ର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଯୁବ ରାଷ୍ଟ୍ରିୟ ମଜଦୁର କଂଗ୍ରେସ କଳାହାଣ୍ଡି ଜିଲ୍ଲା ସଭାପତି ହିରୋଜ କୁମାର ସାହୁ ଅଧ୍ୟକ୍ଷତା କରିଥିଲେ । ଏହି ବୈଠକରେ ମୁଖ୍ୟ ଅତିଥି ଭାବେ ରାଷ୍ଟ୍ରିୟ ମଜଦୁର କଂଗ୍ରେସ ଯୁବ ରାଜ୍ୟ ସଭାପତି ସତ୍ୟବାନ ନାଏକ ଯୋଗ ଦେଇ କଳାହାଣ୍ଡି ଜିଲ୍ଲା ରେ  ଦେଖା ଦେଉଥିବା କୃଷକ ମାନଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା କରିବା ସହିତ ଧାନର ସର୍ବନିମ୍ନ ସହାୟକ ମୁଲ୍ୟ ତିନି ହଜାରକୁ ବୃଦ୍ଧି କରିବାକୁ ଦାବି କରିଥିଲେ। ଏହା ସହିତ କଳାହାଣ୍ଡି ଜିଲ୍ଲାରେ ଶ୍ରମିକ ମଜୁରି ସରକାରୀ ନିର୍ଧାରିତ ସର୍ବନିମ୍ନ ମୁଲ୍ୟ ପାଇ ନଥିବା ବେଳେ ପ୍ରତ୍ୟହ ଚାଷି ଓ ଶ୍ରମିକ ଶୋଷଣ ହୋଇ ଆସୁଥିବାରୁ ଉଦବେଗ ପ୍ରକାଶ କରିଥିଲେ। କଳାହାଣ୍ଡି ଜିଲ୍ଲା ରେ ବିଭିନ୍ନ କମ୍ପାନୀ ଦ୍ବାରା କଳ କାରଖାନା ଗଢି ଉଠିଥିଲେ ମଧ୍ୟ ସ୍ଥାନୀୟ ବେକାର ଶିକ୍ଷିତ ଯୁବକ ଯୁବତୀ ମାନଙ୍କୁ ଏଥିରେ ନିଯୁକ୍ତି ନ କରିବା ନେଇ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଦୃଢ ସମାଲୋଚନା କରିଥିଲେ।

Pearl dental clinic
Near Ashish Medical Store, Bhawanipatna

ଏହି ସଭା ରେ ଅନ୍ୟ ମାନଙ୍କ ମଧ୍ୟରେ ଯୁବ କଂଗ୍ରେସ ମଜଦୁର କୋଷାଧକ୍ଷ କୃଷ୍ଣଚନ୍ଦ୍ର ସାହୁ, ଉପ ସଭାପତି ଅଜୟ ପାଇକରାଏ,ସଂପାଦକ ପୁର୍ଣ୍ଣଚନ୍ଦ୍ର ନାଏକ, ସମିର ଚାନ୍ଦ,କର୍ଲାମୁଣ୍ଡା ବ୍ଲକର ପୁର୍ବତନ ଅଧକ୍ଷ ଉତ୍କଳ ମଣି ସାହୁ,ବ୍ଲକ ସଭାପତି ଲକ୍ଷ୍ମୀ  ସାହୁ, ରାଜିବ ଗାନ୍ଦୀ ଛାତ୍ର ଫୋରମ ବଳାଙ୍ଗିର ସଭାପତି ଅଭିନାଶ ବୈଠାରୁ, ସଂଦିପ ଦେହୁରୀ ପ୍ରମୁଖ ଯୋଗ ଦେଇଥିଲେ । ଆଗାମୀ ଦିନରେ ଯୁବ ରାଷ୍ଟ୍ରିୟ ମଜଦୁର କଂଗ୍ରେସ କୁ କଳାହାଣ୍ଡି ଜିଲ୍ଲାରେ ସୁଦୃଢ କରାଯିବା ସହ ଜିଲ୍ଲାର ଖଟିଖିଆ ଗରିବ ମେହେନତି ମଣିଷର ଶ୍ବର ତଥା ଚାଷୀଙ୍କ ପ୍ରତି ହୋଇ ଆସୁଥିବା ଅବିଚାରକୁ ଆନ୍ଦୋଳନରେ ପରିଣତ କରାଯିବ ବୋଲି ବକ୍ତା ମାନେ ମତ ପ୍ରକାଶ କରିଥିଲେ। ସଭାଶେଷରେ ସଭାପତି ହିରୋଜ ସାହୁ ଧନ୍ୟବାଦ ଦେଇଥିଲେ ।

Udyog Nursery
Udyogi Nursery

ନବୀନ କିଶୋର ସାହୁଙ୍କ ରିପୋର୍ଟ ଓଡିଆ ବାର୍ତ୍ତା ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.