ଲଛିପୁର ଶିଶୁ ବିଦ୍ୟାମନ୍ଦିରରେ ଗାନ୍ଧୀ ଏବଂ ଶାସ୍ତ୍ରୀ ଜୟନ୍ତୀ ପାଳନ

ଓଡ଼ିଆ ବାର୍ତ୍ତା /ସୋନପୁର (ସର୍ଜନ କୁମାର ପାଣ୍ଡେ) : ସୋନପୁର ବ୍ଲକ ଅନ୍ତର୍ଗତ ଲଛିପୁର ସରସ୍ବତୀ ଶିଶୁ ଵିଦ୍ୟାମନ୍ଦିରରେ ଗାନ୍ଧୀ ଏବଂ ଶାସ୍ତ୍ରୀ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି l ମୁଖ୍ୟ ଅତିଥି ଭାବରେ ରମାକାନ୍ତ ପୂଜାରୀ ଯୋଗଦାନ ଦେଇ ଗାନ୍ଧୀ ଏବଂ ଶାସ୍ତ୍ରୀଙ୍କ ଆଦର୍ଶ ବିଷୟରେ ମାର୍ଗଦର୍ଶନ କରିଥିଲେ l ବିଦ୍ୟା ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ସନ୍ତୋଷ କୁମାର ପୁରୋହିତ ଅତିଥିଙ୍କ ପରିଚୟ ପ୍ରଦାନ କରିଥିବା ବେଳେ ବିଦ୍ୟା ମନ୍ଦିରର ବରିଷ୍ଠ ଆଚାର୍ଯ୍ୟ ରଞ୍ଜିତ ପଟ୍ଟନାୟକ ମଞ୍ଚ ପରିଚାଳନା କରିଥିଲେ l ବିଦ୍ୟା ମନ୍ଦିରର ଆଚାର୍ଯ୍ୟ ଓଁକାର ନାଥ ହୋତା ଓ ପ୍ରଭାତ କୁମାର ଦାଶ ଶିଶୁ ଭାଇ ଭଉଣୀ ମାନଙ୍କୁ ଗାନ୍ଧୀ ଏବଂ ଶାସ୍ତ୍ରୀଙ୍କ ବିଷୟରେ ବକ୍ତବ୍ୟ ପ୍ରଦାନ କରିଥିଲେ l ପରିଶେଷରେ ବିଦ୍ୟାଳୟର ଆଚାର୍ଯ୍ୟ ସତ୍ୟସିଂହ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ସମସ୍ତ ଗୁରୁଜୀ, ଗୁରୁମା, ସେବକ, ସେବିକା ସହଯୋଗ କରିଥିଲେ l

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.