ସାମ୍ବାଦିକ ସ୍ୱର୍ଗତଃ ନୃସିଂହନାଥ ପାଢୀଙ୍କ ଉଦ୍ଦେଶ୍ୟରେ ଶୋକ ସଭା ଓ ନୀରବ ପ୍ରାର୍ଥନା

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ) : ରାୟଗଡା ଜିଲ୍ଳାର ବୟୋଜେଷ୍ଠ ତଥା ବରିଷ୍ଠ ସାମ୍ବାଦିକ ସ୍ୱଗର୍ତଃ ନୃସିଂହନାଥ ପାଢୀଙ୍କ ଅମର ଆତ୍ମାର ସଦ୍ଗତି ନିମନ୍ତେ ସ୍ଥାନୀୟ ଜିଲ୍ଳା ସଂସ୍କୃତି ଭବନ ଠାରେ ଆଜି ରାୟଗଡାର କାର୍ଯ୍ୟରତ ସାମ୍ବାଦିକ ବୃନ୍ଦମାନେ ଏକତ୍ରିତ ହୋଇ ଶୋକସଭାରେ ଯୋଗ ଦେବା ସହ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରିଥିଲେ । ଏହି ଶୋକସଭାରେ ଆଦିବାସୀ କଲ୍ୟାଣ ତଥା ଆଇନ ବିଭାଗୀୟ ମନ୍ତ୍ରୀ ଜଗନ୍ନାଥ ସାରକା, ରାୟଗଡା ବିଧାୟକ ମକରନ୍ଦ ମୁଦୁଲି, ପୂର୍ବତନ ରାଜ୍ୟସଭା ସାଂସଦ ଏନ.ଭାସ୍କର ରାଓ, ଜିଲ୍ଳା ଯୁବ ବିଜେଡି ସଭାପତି ଦେବାଶିଷ ଖାଡଙ୍ଗା, ଇମ୍ଫା ଲୋକ ସଂପର୍କ ଅଧିକାରୀ ଶକ୍ତିପ୍ରସାଦ ପାଣିଗ୍ରାହୀ, ସୂଚନା ଓ ଲୋକ ସଂପର୍କ ବିଭାଗର ଅବସରପ୍ରାପ୍ତ ଯୁଗ୍ମ ନିର୍ଦ୍ଦେଶକ ଜଳନ୍ଧର ପୁଶିକା, ଅବସରପ୍ରାପ୍ତ ଡିଆଇପିଆରଓ ଜଗନ୍ନାଥ ପ୍ରସାଦ ରାଇଗୁରୁ, ଜିଲ୍ଳା ସୂଚନା ଓ ଲୋକ ସଂପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ, ଶିକ୍ଷାବିତ୍ ଡଃ.ଦୁଷ୍ମନ୍ତ କୁମାର ମହାନ୍ତି ପ୍ରମୁଖ ଯୋଗଦେଇ ସ୍ୱର୍ଗତଃ ଶ୍ରୀ ପାଢୀଙ୍କ ଫୋଟ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ଅଶ୍ରୁଳ ଶ୍ରଦ୍ଧାଂଜଳି ଞାପନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସାମ୍ବାଦିକ ବାଦଲ କୁମାର ତା’, ଗୋପାଳ ଅଧିକାରୀ, ଶିବ ନାରାୟଣ ଗଉଡ, ସ୍ମୁତିରଞ୍ଜନ ମହାନ୍ତି, ରବିନ୍ଦ୍ର ପାଟ୍ଟଖଣ୍ଡଳ, ଅଜୟ କୁମାର ରଥ, ସନ୍ତୋଷ କୁମାର ପାଣିଗ୍ରାହୀ, ସୁବ୍ର୍ରତ ଚୈାଧୁରୀ, ବି.ନାଗରାଜୁଙ୍କ ସମେତ ଅନ୍ୟ ସାମ୍ବାଦିକ ବୃନ୍ଦ ଯୋଗ ଦେଇ ଶ୍ରଦ୍ଧାଂଜଳି ଅର୍ପଣ କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.