ଜିଲ୍ଲା ଯୋଜନା ବୋର୍ଡର ସଦସ୍ୟ ଭାବେ ପିୟୁଷ ପଣ୍ଡା ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ

ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ଜିଲ୍ଲା ଯୋଜନା ବୋର୍ଡ ର ସଦସ୍ୟ ଭାବେ ଯୁବ ସଂଗଠକ ତଥା ସୋନପୁର ପୌର ପରିଷଦ ୮ ନମ୍ବର ୱାର୍ଡର କାଉନସିଲର ପିୟୁଷ ପଣ୍ଡା ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି l ବିନିକା, ତରଭା ଏନଏସି ଓ ସୋନପୁର ପୌର ପରିଷଦର କାଉନସିଲର ମାନଙ୍କୁ ନେଇ ଅନୁଷ୍ଠିତ ଏହି ନିର୍ବାଚନରେ ସମସ୍ତଙ୍କ ପୂର୍ଣ୍ଣ ସମର୍ଥନରେ ଶ୍ରୀ ପଣ୍ଡା ନିର୍ବାଚିତ ହୋଇଥିବାରୁ ସମସ୍ତ କାଉନସିଲର, ସ୍ୱାସ୍ଥ୍ୟ ମନ୍ତ୍ରୀ ଶ୍ରୀ ନିରଞ୍ଜନ ପୂଜାରୀ ଓ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାଧୁବାଦ ତଥା ଧନ୍ୟବାଦ ଜଣାଇଛନ୍ତି ଶ୍ରୀ ପଣ୍ଡା l ଶ୍ରୀ ପଣ୍ଡା ୨୦୦୮ ମସିହାରୁ ପୌର ତଥା ସୋନପୁର ନିର୍ବାଚନ ମଣ୍ଡଳୀରେ ସକ୍ରିୟ ଭାବେ ରାଜନୀତିରେ, କ୍ରୀଡା କ୍ଷେତ୍ରରେ, ସଂସ୍କୃତି କ୍ଷେତ୍ରରେ ସାମିଲ ରହି ଏକା ଧାରରେ ସେ ଜଣେ ଲୋକ ପ୍ରିୟ ସଫଳ ଯୁବ ନେତା, କ୍ରୀଡା ପ୍ରେମୀ, ସଂସ୍କୃତି ପ୍ରେମୀ ଭାବେ ସବୁଠି ପରିଚିତ ହୋଇପାରିଛନ୍ତି l ମଝିପଡ଼ା କାଳୀପୂଜାର ସୁବର୍ଣ୍ଣ ଜୟନ୍ତୀ ପାଳନରେ ଦୀର୍ଘ ୧୪ ଦିନ ଧରି ଲଗାତାର ଭାବେ ସଫଳତା ସହ ସଂସ୍କୃତିକ କାର୍ଯ୍ୟକ୍ରମ ଓ ଉତ୍ସବ ପାଳନ କରିବାରେ, ରାମଧୁନ କ୍ଲବ ଫୁଟବଲ ଟିମକୁ ରାଜ୍ୟ ସ୍ତରୀୟ ଟୁର୍ନାମେଣ୍ଟ ମାନଙ୍କରେ ଚମ୍ପିଆନ କରିବାରେ ଏବଂ ଚଳିତ ବର୍ଷ କ୍ରୀଡା ସଂଘ ପକ୍ଷରୁ ୮୬ ଗୋଟି ଟିମକୁ ନେଇ ଜିଲ୍ଲା ସାରା ସିନିଅର ଫୁଟବଲ ଲିଗକୁ ଖୁବ ସଫଳତା ସହ ଆୟୋଜନ କରିବାରେ ଓ ରେକର୍ଡ କରିବାରେ ଶ୍ରୀ ପଣ୍ଡାଙ୍କ ଉଲ୍ଲେଖନୀୟ ଭୂମିକା ରହିଛି l ପ୍ରଶଂସିତ ହୋଇଛନ୍ତି l ଶ୍ରୀ ପଣ୍ଡା କେବଳ ନିଜ ସାହି ମଝିପଡ଼ାରେ ନୁହେଁ ବରଂ ସହରର ସମସ୍ତ ଅଞ୍ଚଳର କ୍ରୀଡା, ସଂସ୍କୃତି, ରାଜନୀତିରେ ସକ୍ରିୟ ସାମିଲ ରହି ପୌର ପରିଷଦର ବିକାଶ ଦିଗରେ ସହାୟତାର ହାତ ବଢ଼ାଇଥାନ୍ତି l ଗତମାସର କୃତ୍ରିମ ବନ୍ୟା ବେଳେ ରାତି ସାରା ଯୁବକ ମାନଙ୍କ ସହିତ ନିଜେ ପାଣି ନିଷ୍କାସନ କରାଇ ପାଣି ଘେରରେ ଥିବା ମଝିପଡ଼ାର ଖାଇଢୁଡା ଅଞ୍ଚଳର ଲୋକଙ୍କୁ ଉଦ୍ଧାର କରିଥିଲେ ଓ ଜିଲ୍ଲାପାଳ, ପୌର ଅଧ୍ୟକ୍ଷାଙ୍କ ସହିତ ବିଭିନ୍ନ ୱାର୍ଡ ବୁଲି ଡ୍ରେନାଇଜ, ଲାଇଟ, ବିଭିନ୍ନ ସମସ୍ୟାକୁ ପ୍ରଶାସନର ନଜରକୁ ଆଣିଥିଲେ l ନମ୍ର, ଭଦ୍ର, ମିଷ୍ଠ ଭାଷୀ, ମେଳାପୀ, ଶ୍ରୀ ପଣ୍ଡା ତାଙ୍କ ୱାର୍ଡର ଅନେକ ଲୋକଙ୍କୁ ଦୀର୍ଘ ମାସରୁ ବ୍ୟକ୍ତିଗତ ଭାବେ ବିଧବା ଭତ୍ତା, ବାର୍ଦ୍ଧକ୍ୟ ଭତ୍ତା ୭୦୦ ଟଙ୍କା ଲେଖାଏଁ ପ୍ରତି ମାସରେ ପ୍ରଦାନ କରିବା ଏକ ବିରଳ ଉଦାହରଣ l ମଝିପଡ଼ାରେ ଜନ୍ମ ଦିନ ଠୁଁ ଆରମ୍ଭ କରି ଶବ ସଂସ୍କାର ଯାଏ ସେ ସବୁଠି ଉପସ୍ଥିତ ରହି ଲୋକଙ୍କୁ ସହଯୋଗ କରନ୍ତି l ଶ୍ରୀ ପିୟୁଷ ପଣ୍ଡା ରିକୁ ଭାଇ ନାମରେ ସହରରେ ଛୁଆ ଠୁଁ ବୁଢା ଯାଏ ସମସ୍ତଙ୍କ ପାଖରେ ଖୁବ ପରିଚିତ ଥିବାବେଳେ ତାଙ୍କ ଅମାୟିକ ବ୍ୟବହାର ପାଇଁ ଏଥର ପୌର ନିର୍ବାଚନରେ ୮ ନମ୍ବର ୱାର୍ଡ ରେ ୫୦୦ ରୁ ଉର୍ଦ୍ଧ୍ବ ଭୋଟ ବ୍ୟବଧାନରେ ବିଜୟୀ ହୋଇ ଚମ୍ପିୟାନ ହୋଇଥିଲେ l

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.