ସୁବର୍ଣ୍ଣପୁର ଜିଲ୍ଲାରେ ସାଇବର ସୁରକ୍ଷା ରଥକୁ ଉଦଘାଟନ କଲେ ଏସପି

ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ଆଜି ସୁବର୍ଣ୍ଣପୁର ଜିଲ୍ଲାର ପୋଲିସ କାର୍ଯ୍ୟାଳୟରୁ ସାଇବର ରଥକୁ ପତାକା ଦେଖେଇ ଉଦଘାଟନ କଲେ ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା। ସାଇବାର କ୍ରାଇମରୁ ଛୋଟ ପିଲା ସ୍କୁଲ କଲେଜ ପଢୁଆ ପୁଅ ଝିଅ, ଯୁବକ ଯୁବତୀ, ପୁରୁଷ ମହିଳା, ବୃଦ୍ଧ ଵୃଦ୍ଧା ସମସ୍ତ ବର୍ଗର ଲୋକଙ୍କୁ ଧମକ ଲୁଣ୍ଠନ, ବ୍ଲାକ ମେଲ ସର୍ବୋପରି ମୃତ୍ୟୁ ମୁଖରୁ ବଞ୍ଚାଇବା ପାଇଁ ଓଡିଶା ପୋଲିସ ତଥା କ୍ରାଇମ ବ୍ରାଞ୍ଚ ପକ୍ଷରୁ ୨ ତାରିଖ ଗାନ୍ଧୀ ଜୟନ୍ତୀ ଦିନ ଠାରୁ ସାରା ଜିଲ୍ଲାରେ ବୁଲିବାକୁ ଥିବା ଏହି ରଥ ଆଜି ଠାରୁ ସମସ୍ତ ବ୍ଲକ ରେ ଜନସାଧାରଣଙ୍କୁ ଗାଁ ଗହଳି, ଗ୍ରାମ, ସ୍କୁଲ ,କଲେଜ ଓ ବଜାର ମାନଙ୍କରେ ତାହାର ସଚେତନତା କାର୍ଯ୍ୟକ୍ରମ ଜାରି ରଖିବ l କାଲି ସୁବର୍ଣ୍ଣପୁର ଜିଲ୍ଲାରେ ଏହି ରଥ ପହଞ୍ଚିବା ପରେ ତେଲ ନଦୀ ବ୍ରିଜ ଛକ ଠାରୁ ଜିଲ୍ଲା ପୋଲିସ ଦ୍ୱାରା ବେଣ୍ଡ ବାଜା ସହିତ ନୂଆ ଟାଉନ ହଲ ଯାଏ ପାଛୋଟି ଅଣା ଯାଇଥିଲା l ନୂଆ ଟାଉନ ହଲ ଠାରେ ସୁବର୍ଣ୍ଣପୁର ଜିଲ୍ଲାପାଳ ବିମଳେନ୍ଦୁ ରାୟ, ଏସପି ଅମରେଶ ପଣ୍ଡାଙ୍କ ନେତୃତ୍ୱ ରେ ଶହ ଶହ ସ୍ବେଛାସେବୀ, ବରିଷ୍ଠ ନାଗରିକ, ବୁଦ୍ଧିଜୀବୀ, ଏନସିସି ଓ କଲେଜ ଛାତ୍ରଛାତ୍ରୀଙ୍କ ଦ୍ୱାରା ସାଇବର ସୁରକ୍ଷା ରଥକୁ ଫୁଲ ତୋଡ଼ା ଓ ବିଭିନ୍ନ ସ୍ଲୋଗାନ ଦେଇ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା କରା ଯାଇଥିଲା l ଆଜିର ଉଦଘାଟନ କାର୍ଯ୍ୟକ୍ରମରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ହେମନ୍ତ କୁମାର ପାଢୀ, ଅତିରିକ୍ତ ଆରକ୍ଷୀ ନିରୀକ୍ଷକ ବିରେନ କୁମାର ନାୟକ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ବୈକୁଣ୍ଠ ବିହାରୀ ସେଠୀ, ଡିଏସପି ପ୍ରତାପ ରଣା, ଡିଏସପି ରେଣୁକା ସୁନା, ଡିଏସପି ଚନ୍ଦ୍ର ଶେଖର ଶବର, ଇନିସ୍ପେକ୍ଟର ଲୋକନାଥ ସାହୁ, ନିର୍ମଳା ସାହୁ, ଆରଆଇ କାହ୍ନୁ ଚରଣ ମାରାଣ୍ଡି, ଆରଆଇ ସରୋଜ ପଟେଲ, ଏସବିଆଇ ର ମୁଖ୍ୟ ପରିଚାଳକ ସନ୍ତୋଷ କୁମାର ସାହୁ, ସହ ପରିଚାଳକ ସାନନ୍ଦ କୁମାର ମେହେର, ଏଡିଏମଓ ଡ଼. ରମେଶ ଚନ୍ଦ୍ର ସ୍ବାଇଁ ଓ ଅନ୍ୟାନ୍ୟ କର୍ମଚାରୀ ପ୍ରମୁଖ ଆରଟିଓ ଅକ୍ଷୟ ଜେନା, ଅତିରିକ୍ତ ଏସପି ଶ୍ରୀ ହେମନ୍ତ ପାଢ଼ୀ, ବୀରେନ୍ଦ୍ର ନାଏକ ଙ୍କ ସମେତ, ଏସଡିପିଓ ରାଜ କିଶୋର ମିଶ୍ର, ଆଇଆଇସି ପଦ୍ମାସିନୀ ମେହେର, ଏଏସଆଇ ଶ୍ରୀ ବିଶି, ଶ୍ରୀ ପଧାନ, ପ୍ରମୁଖ ଜିଲ୍ଲା ପୋଲିସ ପ୍ରଶାସନ ର ବିଭିନ୍ନ ଅଧିକାରୀ, ମିଡ଼ିଆ, ସ୍ୱଚ୍ଛ ଭାରତ ଓ ବିଭିନ୍ନ ସଂଗଠନ, ଜନ ସାଧାରଣ ଯୋଗ ଦେଇଥିଲେ l

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.