ନ୍ୟୁଜିଲାଣ୍ଡର କ୍ରମାଗତ ଦ୍ୱିତୀୟ ବିଜୟ, ସାଂଟେନରଙ୍କ ଚମତ୍କାର ବୋଲିଂ

ଓଡ଼ିଆ ବାର୍ତ୍ତା/ ହାଇଦ୍ରାବାଦ: ଚଳିତ ଦିନିକିଆ ବିଶ୍ୱକପ କ୍ରିକେଟରେ ସୋମବାର ନ୍ୟୁଜିଲାଣ୍ଡ ୯୯ ରନରେ ନେଦରଲାଣ୍ଡକୁ ପରାସ୍ତ କରିଛି । କିୱି ଟିମର ଏହା କ୍ରମାଗତ ଦ୍ୱିତୀୟ ବିଜୟ । ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ ୭ ୱିକେଟ ବିନିମୟରେ ୩୨୨ ରନ ସଂଗ୍ରହ କରିଥିଲା । ୱିଲ ୟଙ୍ଗ (୭୦), ରଚୀନ ରବୀନ୍ଦ୍ର(୫୧) ଓ ଟମ ଲାଥାମ(୫୩) ଅର୍ଦ୍ଧଶତକ ହାସଲ କରିଥିଲେ । ଆର୍ଯ୍ୟନ ଦତ ଓ ର‌୍ୟାନ କ୍ଲେନ ୨ଟି ଲେଖାଁଏ ୱିକେଟ ଅକ୍ତିଆର କରିଥିଲେ । ୩୨୩ ରନର ବିଜୟ ଲକ୍ଷ୍ୟକୁ ପିଛା କରି ନେଦରଲାଣ୍ଡ ଟିମ ୪୬.୩ ଓଭରରେ ୨୨୩ ରନ କରିବାକୁ ସକ୍ଷମ ହୋଇଥିଲେ । ମିଚେଲ ସାଂଟେନର ଚମତ୍କାର ବୋଲିଂ ପ୍ରଦର୍ଶନ କରି ୫ଟି ୱିକେଟ ହାସଲ କରିଥବା ବେଳ ମାଟ୍ଟ ହେନରୀ ୩ଟି ୱକେଟ ନେଇଥିଲେ । କଲିନ ଆକରମାନ ୬୯ ରନ କରିଥିବା ବେଳେ ସ୍କଟ ଏଡୱାର୍ଡ୍ସ ୩୦ ରନ କରିଥିଲେ । ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ନ୍ୟୁଜିଲାଣ୍ଡ ବୋଲରଙ୍କ ଉଚିତ ମୁକାବିଲା କରିପାରି ନ ଥିଲେ । ପ୍ରଥମ ମ୍ୟାଚରେ ଇଂଲଣ୍ଡକୁ ହରାଇ ନ୍ୟୁଜିଲାଣ୍ଡ ତାର ବିଶ୍ୱକପ ଅଭିଯାନ ଆରମ୍ଭ କରିଥିଲା ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.