ଜୁନାଗଡ଼ରେ ସାଇବର ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ 

ଓଡ଼ିଆ ବାର୍ତ୍ତା/ ଜୁନାଗଡ଼ (ସ୍ବାସ୍ତିଦୀପ ଆଦିତ୍ୟ): ଜୁନାଗଡ଼ ପୋଲିସ୍ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପ୍ରାଙ୍ଗଣରେ ସାଇବର୍ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମଟି ଜୁନାଗଡ଼ ଆଇଆଇସି ଶେଷଦେବ ବେହେରାଙ୍କ ତତ୍ତ୍ଵାବଧାନରେ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ଧର୍ମଗଡ ଏସଡ଼ିପିଓ ଧୀରଜ୍ ଚୋପଦାର୍, ସାଇବର ଏକ୍ସପର୍ଟ ଚନ୍ଦନ ସାହୁ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦେବାଶିଷ କର, ଜୁନାଗଡ଼ ନଗରପାଳ ମୁକେଶ ଅଗ୍ରୱାଲ, ବ୍ଲକ ଚ୍ୟାରମେନ ସବିତା ମେହେର, ହାଇସ୍କୁଲ୍ ପ୍ରଧାନ ଶିକ୍ଷକ ନେପାଳ ଚନ୍ଦ୍ର ବାଗ ପ୍ରମୁଖ ଉପସ୍ଥିତ ଥିଲେ। ବିଶେଷ ଭାବରେ ଏସଡିପିଓ ଶ୍ରୀ ଚୋପଦାର୍ ଓ ସାଇବର ଏକ୍ସପର୍ଟ ଚନ୍ଦନ ସାହୁ ବିଭିନ୍ନ ପ୍ରକାରର ସାଇବର ଠକାମୀରୁ ଆମେ କେମିତି ନିଜକୁ ସଚେତନ ରଖିବା ତାହା ଉପରେ ସମସ୍ତଙ୍କୁ ବିସ୍ତାର ଭାବେ ବୁଝାଇଥିଲେ। ଏହି କାର୍ଯ୍ୟକ୍ରମରେ ନାଟକ ଓ ଘୁମୁରା ମାଧ୍ୟମରେ ସାଇବର ସଚେତନତାର ବାର୍ତ୍ତା ଦିଆଯାଇଥିଲା। ଏହି କାର୍ଯ୍ୟକ୍ରମରେ ଜୁନାଗଡ଼ ପୋଲିସ, ସାମ୍ୱାଦିକ, ବୁଦ୍ଧିଜୀବୀ, ମହିଳା, ଜୁନାଗଡ଼ ବହୁଜନ ସଂଗ୍ରାମ ସମିତିର ଅନେକ ସଦସ୍ୟ ଓ ଜନସାଧାରଣ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.