ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ଦକ୍ଷିଣ ଓଡିଶାର ପ୍ରସିଦ୍ଧ ଶକ୍ତି ପୀଠ ଓ ଗଞ୍ଜାମ ଜିଲ୍ଳାର ଅଧୃଷ୍ଠାତ୍ରୀ ଦେବୀ ମା’ ତାରା ତାରିଣୀ ଙ୍କଠାରେ ଆଜି ଠାରୁ ନବ ଦିନାତ୍ମକ ପୂଜା ଆରମ୍ଭ ହୋଇଛି | ଏହିକାର୍ଯ୍ୟକ୍ରମରେ ପୁରୁଷୋତ୍ତମପୁର ତହସିଲଦାର ସନ୍ତୋଷ କୁମାର ସାହୁ, ମନ୍ଦିର କାର୍ଯ୍ୟ ନିର୍ବାହୀ ଅଧିକାରୀ ଟି କେ ରେଡ଼ୀ, ମନ୍ଦିର ସେବାୟତ ସଙ୍ଘ ସଭାପତି ତପନ କୁମାର ରଣା, ମୁଖ୍ୟ ସେବାୟତ ବାପୁଜୀ ରଣାଙ୍କ ସହିତ ସବୁ ସେବାୟତ ମାନେ ଉପସ୍ଥିତ ରହି ଭକ୍ତଙ୍କ ମନୋବାଞ୍ଛା ପୂରଣ ସହ ସହିତ ଜଗତର କଲ୍ୟାଣ ନିମିତ୍ତ ମାଙ୍କ ପାଖରେ ପୂଜା କରିଥିଲେ | ଭକ୍ତମାନେ ନିଜର ସେବାୟତ ଓ ବ୍ରାହ୍ମଣ ମାନଙ୍କ ଦ୍ୱାରା ଚଣ୍ଡୀ ପାଠ, ଅଖଣ୍ଡ ଦୀପ ଲଗାଇ ଥାନ୍ତି | ଦୀପ ଘରେ ସତର୍କତା ଅବଲମ୍ବନ କରିବାକୁ ସେବାୟତ ମାନଙ୍କୁ ପ୍ରଶାସନ ପକ୍ଷରୁ କୁହାଯାଇଛି | ପ୍ରତି ପଦା ଠାରୁ ମହା ନବମୀ ପର୍ଯ୍ୟନ୍ତ ମାଙ୍କ ବିଭିନ୍ନ ବେଶ, ପୂଜା ଏବଂ ଭକ୍ତଙ୍କ ଭିଡ଼କୁ ପ୍ରଶମିତ କରିବା ଏବଂ ପୁଜା ସମୟରେ ଯେପରି କୌଣସି ଚୋରି, ପକେଟ ମାର ନହୁଏ ସେଥିପାଇଁ ପୁରୁଷୋତ୍ତମପୁର ଥାନା ଅଧିକାରୀ ସମୀର କୁମାର ରାଉତ, ଓ ଏସ୍ଡ଼ିପିଓ ରଜନୀ କାନ୍ତ ସାମଲଙ୍କ ସହିତ ପୋଲିସ ଷ୍ଟାଫ ଉପସ୍ଥିତ ରହିଛନ୍ତି | କିପରି ଶାନ୍ତି ଶୃଙ୍ଖଳାରେ ମାଙ୍କ ଏହି ପୂଜା ସରିବ ସେଥିପାଇଁ ସମସ୍ତ ସେବାୟତଙ୍କ ଠାରୁ ମନ୍ଦିର କାର୍ଯ୍ୟ ନୀର୍ବାହୀ ଅଧିକାରୀ ଓ ଜିଲ୍ଲାପାଳ, ଏସପି ଛତ୍ରପୁର ଅତିରିକ୍ତ ଜିଲ୍ଲାପାଳ, ଭକ୍ତମାନେ ମାଙ୍କ ଆଶିଷ ଭିକ୍ଷା କରିଛନ୍ତି |