ରନ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ କନକା ଠାକୁରାଣୀ ମନ୍ଦିରରେ ସ୍ୱଛତା କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ପୁରୁଷୋତ୍ତମପୁର ସହରରେ ଦୀର୍ଘ ତେର ଦିନ ହେଲା ପବିତ୍ର ଗାନ୍ଧୀ ଏବଂ ଶାସ୍ତ୍ରୀ ଜୟନ୍ତୀ ଦିନ ଠାରୁ ମା କନକା ଠାକୁରାଣୀ ମନ୍ଦିର ପରିସରରେ ରନ (ରୁରାଲ ଆଣ୍ଡ ଅର୍ବାନ ନେଚର) ତରଫରୁ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅନବରତ ଚାଲୁଅଛି | ମା କନକା ଠାକୁରାଣୀଙ୍କ ପରିସରକୁ ପରିଷ୍କାର ପରିଚ୍ଛନ୍ନ କରିବା ପାଇଁ ପ୍ରତ୍ୟେକ ଦିନ ସକାଳ ସମୟରେରେ ଏହି ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ କରାଯାଉଛି | ଏହି କାର୍ଯ୍ୟକ୍ରମରେ ବହୁତ ଦିନ ପୂର୍ବରୁ ଅପରିଷ୍କାର, ଅପରିଛନ୍ନ ହୋଇ ରହିଥିବା ମନ୍ଦିର ବେଢାକୁ ପରିଷ୍କାର କରିବାକୁ ରନ ତରଫରୁ ନିଷ୍ପତ୍ତି ନିଆଯାଇ ସଫା କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା । ଆଗାମୀ ଦିନରେ ପୁରୁଷୋତ୍ତମପୁର ସହର ବ୍ୟତୀତ ବ୍ଲକର ସବୁ ପଞ୍ଚାୟତ ଗୁଡିକରେ ମଧ୍ୟ ଏହି ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଚାଲୁ ରହିବା ସହ ସମାଜରେ ସଚେତନତାର ବାର୍ତ୍ତା କାର୍ଯ୍ୟକ୍ରମ କରାଯିବାକୁ ଲୋକଙ୍କ ପାଖରେ ପହଞ୍ଚେଇ ବାକୁ ନିଷ୍ପତି ନିଆଯାଇଛି | ଏହି କାର୍ଯ୍ୟକ୍ରମରେ ସାମିଲ ହୋଉଥିବା ସାମାଜିକ କର୍ମୀ ମାନେ ହେଲେ (ରନ)ର ସମ୍ପାଦକ ଅରୁଣ କୁମାର ଗୌଡ଼, ପ୍ରଶିକ୍ଷକ ଲଚ୍ଛମନ ନାୟକ, ରନର ସଦସ୍ୟ ପ୍ରସନ୍ନ କୁମାର ଦାଶ, ଜଗନ୍ନାଥ ବେହେରା, ଚିତ୍ରସେନ ସାହୁ, ତୋଫାନ ବେହେରା, ସନ୍ତୋଷ ରେଡ୍ଡୀ, ସୂର୍ଯ୍ୟ ରାଉଳ, ସୁନୀଲ ରାଓ, ବଳରାମ ପ୍ରଧାନ, ସୂର୍ଯ୍ୟ ନାରାୟଣ ପାଣିଗ୍ରାହୀ, ଚିତ୍ତରଞ୍ଜନ ସାହୁ, ତ୍ରିଲୋଚନ ପାତ୍ର, କୃଷ୍ଣ ଚନ୍ଦ୍ର ନାୟକ, ଲଛମନ ବେହେରା, ସନଜ ଗୌଡ଼, କୃଷ୍ଣ ଚନ୍ଦ୍ର ବେହେରା, ଶ୍ରୀହରି ସାହୁ, ପ୍ରଶାନ୍ତ ବେହେରା, ଶ୍ରୀମନ୍ତ ମହାପାତ୍ର, କାଳିଆ ପ୍ରଧାନ, ଅଶୋକ ପ୍ରଧାନ, ଅଜିତ ବେହେରା ପ୍ରଭୁତି ସହଯୋଗ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.