କେଗାଁ ପେଟ୍ରୋଲ ପମ୍ପରେ ଅଗ୍ନିଶମ ବିଭାଗ ପକ୍ଷରୁ ମକଡ୍ରିଲ ଅନୁଷ୍ଠିତ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ସୁଶାନ୍ତ କୁମାର ଦଳେଇ): ଆଜି କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ କେଗାଁଠାରେ ଥିବା ଜୟ ମାତାଜି ପେଟ୍ରୋଲ ପମ୍ପରେ ଗୋଲାମୁଣ୍ଡା ଅଗ୍ନିଶମ ବିଭାଗ ପକ୍ଷରୁ ଅଗ୍ନିଶମ ନିରାପତ୍ତା ସମ୍ପର୍କିତ ମକଡ୍ରିଲ ଅନୁଷ୍ଠିତ ହୋଯାଇଛି । ଓଆଇସି ତ୍ରିଲୋଚନ ନାଏକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ମକଡ୍ରିଲ କାର୍ଯ୍ୟକ୍ରମରେ ଡ୍ରାଇଭର ହାବିଲଦାର ମହେନ୍ଦ୍ର ମୁଣ୍ଡା, ଏଫଏମ ମୁରଲିଧର ମାଝୀ, ନରସିଂଘ କୁମାର ରାଓ, ଡକ୍ଟର ଧରୁଆ, ତେଜରାଜ ନିଆଲ ପ୍ରମୁଖ ଉପସ୍ଥିତ ରହି ପେଟ୍ରୋଲ କର୍ମଚାରୀ ଓ ଉପସ୍ଥୀତ ଥିବା ଲୋକମାନଙ୍କୁ ନିଆ ଲାଗିଲେ କିପରି ପଦକ୍ଷେପ ଗ୍ରହଣ କରିବା କଥା ଲୋକଙ୍କୁ ସାହାର୍ଯ୍ୟ ପ୍ରଦାନ କରାଯିବା କଥା ସେ ବିଷୟରେ ମକଡ୍ରିଲ କରି ଦେଖାଇଥିଲେ । ପେଟ୍ରୋଲ ପମ୍ପ ପ୍ରୋପାଇଟର ବିକ୍ରମ ଅଗ୍ରୱାଲ ଉପସ୍ଥିତ ଥିବା ବେଳେ ପେଟ୍ରୋଲ ପମ୍ପରେ ଅଗ୍ନିଶମ ନିରାପତ୍ତା ଗ୍ରହଣ କରାଯାଇଛି କି ନାହିଁ ବୋଲି ଯାଞ୍ଚ କରିଥିବା ବେଳେ ଯାଞ୍ଚ ସମୟରେ ସବୁ ଠିକ ଥିବା ଓଆଇସି ତ୍ରିଲୋଚନ ନାଏକ ପ୍ରକାଶ କରିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.