ବେଡ଼ମିଣ୍ଟନ ଟୁର୍ନାମେଣ୍ଟ ଉଦଯାପିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ରାହୁଲ ବାଗ): ନୂଆପଡା ଜିଲ୍ଲା ବେଡ଼ମିଣ୍ଟନ ଏସୋସିଏସନ ଓ କାଞ୍ଚନ ବେନି ରସିକ ଲାଲ ଚାରିଟେବୁଲ ଟ୍ରଷ୍ଟ ର ମିଳିତ ଆନୁକୂଲ୍ୟରେ ରେ ଆୟୋଜିତ ତ୍ରି ଦିବସୀୟ ବେଡ଼ମିଣ୍ଟନ ଟୁର୍ନାମେଣ୍ଟ ରବିବାର ଉଦଯାପିତ ହୋଇ ଯାଇଛି | ଏହି ବେଡ଼ମିଣ୍ଟନ ଟୁର୍ନାମେଣ୍ଟ ର ଉଦଯାପନୀ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ଓଡିଶା ସରକାରଙ୍କ ଯୋଜନା ଓ ସମନ୍ୱୟ ମନ୍ତ୍ରୀ ତଥା ନୂଆପଡା ବିଧାୟକ ରାଜେନ୍ଦ୍ର ଢୋଲକିଆ ଯୋଗ ଦେଇଥିଲା ବେଳେ ନୂଆପଡା ଆରକ୍ଷୀ ଅଧିକାରୀ ଜି ଆର ରାଘବେନ୍ଦ୍ର, ୨୧୭ ସି ଆର ପି ଏଫ କାମାଣ୍ଡେଣ୍ଟ ଏରିକ ଗିଲବର୍ଟ ଜୋଶ, ଟୁ ଆଇ ସି ଆର. ସି ମିଶ୍ର ବିଶିଷ୍ଠ ଅତିଥି ଭାବେ ଯୋଗ ଦାନ କରିଥିଲେ | ଏହା ସହିତ କାଞ୍ଚନ ବେନ ରସିକଲାଲ ଚାରିଟେବୁଲ ଟ୍ରଷ୍ଟ ର ଅଧକ୍ଷ ଜୟ ଢୋଲକିଆ ଙ୍କ ଅଧକ୍ଷତା ରେ ଆୟୋଜିତ ଏହି ଉତ୍ସବ ରେ ଜୋନ ୨ ଜିଲ୍ଲା ପରିଷଦ ସଭ୍ୟ ଅବନୀ ରଂଜନ ଯୋଶୀ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ଦୀପିକା ଦୀପ, ବିଜେଡି ଜିଲ୍ଲା ସାଧାରଣ ସମ୍ପାଦକ କାର୍ତିକ ଦୀପ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ | ତେବେ ଏହି ଟୁର୍ନାମେଣ୍ଟ ଟି ଚଳିତ ମାସ ୧୩ ତାରିଖରେ ଆରମ୍ଭ ହୋଇ ରବିବାର ଉଦଯାପିତ ହୋଇ ଯାଇଛି | ୧୫ ଓ ୧୯ ବର୍ଷୀୟ ପୁରଷ ବିଭାଗ ସିଙ୍ଗଲ ଓ ଡବଲ ଏବଂ ସିନିୟର ମେନ୍ସ ଡବଲ ଓପନ ବିଭାଗ ରେ ଟୁର୍ନାମେଣ୍ଟ ଆୟୋଜିତ ହୋଇଥିଲା | ୧୫ ବର୍ଷୀୟ ସିଙ୍ଗଲରେ ପ୍ରଥମ ପୁରସ୍କାର ହିତେଶ ନାଗ ୩୧୦୦ ଟଙ୍କା ଓ ଟ୍ରଫି, ଉପ ବିଜେତା ତୁଷାର ନିଆଲ ୨୧୦୦ ଟଙ୍କା ଓ ଟ୍ରଫି, ତୃତୀୟ ଓ ଚତୁର୍ଥୀ ସ୍ଥାନରେ ଯଥାକ୍ରମେ ଅସ୍ମିତ ସାହୁ ଓ ଆସମାନ ବେହେରା ୧୧୦୦ ଟଙ୍କା ଓ ଟ୍ରଫି ପ୍ରଦାନ କରାଯାଇଥିଲା | ସେହିପରି ୧୯ ବର୍ଷୀୟ ସିଙ୍ଗଲ, ୧୫ ବର୍ଷୀୟ ଡବଲ ଓ ୧୯ ବର୍ଷୀୟ ଡବଲରେ ବିଜେତାଙ୍କୁ ପୁରସ୍କାର ରାଶି ସହିତ ଟ୍ରଫି ପ୍ରଦାନ କରାଯାଇଥିଲା | ସିନିଅର ମେନ୍ସ ଡବଲରେ ଅଙ୍କିତ ସାହୁ ଓ ଚିନ୍ମୟ ବେହେରା ବିଜେତା ହୋଇ ୧୧,୦୦୦ ଟଙ୍କା ଓ ଟ୍ରଫି ପ୍ରଦାନ କରାଯାଇଥିବା ବେଳେ ଏମ ଡି ମୁନ୍ନତ ଓ ନିର୍ମଳ କୁମାର ଉପ ବିଜେତା ହୋଇ ୭,୧୦୦ ଟଙ୍କା ଓ ଟ୍ରଫି ପ୍ରଦାନ କରାଯାଇଥିଲା | ତେବେ ଏହି ଟୁର୍ନାମେଣ୍ଟ ରେ ଡି. ଏସ. ଓ ଅଜୟ ପଟ୍ଟନାୟକ ଓ ଏସ୍କ ଡି ଏସ ଓ ରାଜେନ୍ଦ୍ର ବଢ଼ାଇ ଏବଂ ଅଫିସିଆଲ ଭାବେ ପ୍ରକାଶ ସାହୁ,ପରୀକ୍ଷିତ ଖରସେଲ, ହେମ ଖରସେଲ,ବିଜୁର୍ଯ୍ୟ ପାଢ଼ୀ, ଅଙ୍କିତ ସାହୁ ପ୍ରମୁଖ ବିଶେଷ ଭାବେ ସହଯୋଗ କରିଥିଲେ |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.