ୱାଇଡ ବଲ ନ ଦେଇ ଚର୍ଚ୍ଚାରେ ଅମ୍ପାୟର ରିଚାର୍ଡ କ୍ୟାଟେଲବର

ଓଡ଼ିଆ ବାର୍ତ୍ତା/ ପୁଣେ: ବିଶ୍ୱକପ କ୍ରିକେଟରେ ଗୁରୁବାର ଭାରତ ବିରାଟ କୋହଲିଙ୍କ ଶତକ ବଲରେ ବାଂଲାଦେଶକୁ ସହଜରେ ପରାସ୍ତ କରିଛି । ଏହି ମ୍ୟାଚରେ କୋହଲି ବ୍ୟାଟିଂ କରୁଥିବା ବେଳେ ଅମ୍ପାୟର ରିଚାର୍ଡ କ୍ୟାଟେଲବରଙ୍କ ଏକ ନିଷ୍ପତି ଚର୍ଚ୍ଚାର କାରଣ ସାଜିଛି । ୪୧ ଓଭର ଶେଷ ବେଳକୁ ଭାରତ ୩ ୱିକେଟ ବିନିମୟରେ ୨୫୫ ରନ କରିଥିଲା । ଦଳର ବିଜୟ ପାଇଁ ୨ ରନ ଆବଶ୍ୟକ ହେଉଥିବା ବେଳେ ଶତକ ପାଇଁ କୋହଲିଙ୍କୁ ୩ ରନ ଦରକାର ହେଉଥିଲା । ନସୁମ ଅହମ୍ମଦ ତାଙ୍କୁ ଶତକ କରାଇ ନ ଦେବା ଉଦ୍ଦେଶ୍ୟରେ ୱାଇଡ ବଲ ପକାଇବାକୁ ଚେଷ୍ଟା କରିଥିଲେ । ମାତ୍ର ଅମ୍ପାୟର ଏହାକୁ ୱାଇଡ ସିଗନାଲ ଦେଇ ନ ଥିଲେ । ଏହା ପରେ କୋହଲି ଛକା ମାରି ଭାରତକୁ ଜିତାଇବା ସହ ଶତକ ହାସଲ କରିଥିଲେ । କ୍ୟାଟେଲବରଙ୍କ ଏହି ନିଷ୍ପତି ନେଇ କ୍ରିକେଟ ପ୍ରଶଂସକ ଦୁଇ ଭାଗରେ ବିଭକ୍ତ ହୋଇ ଯାଇଛନ୍ତି ।

ଏମସିସି ୨୨.୧.୧ ମୁତାବକ ଯଦି ବୋଲରଙ୍କ କୌଣସି ବଲ ଷ୍ଟ୍ରାଇକରଠାରୁ ଦୂରରେ ରହିବ ଏବଂ ସେ ଶଟ ଖେଳିବାକୁ ଅକ୍ଷମ ହେବେ ତେବେ ଏହା ୱାଇଡ ବଲ ହେବ । ଏହା ପରେ ଏହି ନିୟମରେ ସାମାନ୍ୟ ପରିବର୍ତନ କରାଯାଇ ଲେଗ ସାଇଡ ବାହାରେ ବଲ ପଡିଲେ ଏହାକୁ ୱାଇଡ ଦିଆ ଯାଉଥିଲା । ଟି୨୦ର ଲୋକପ୍ରିୟତା ପରେ ବ୍ୟାଟ୍ସମ୍ୟାନମାନେ କ୍ରିଜରେ ବାରମ୍ବାର ସ୍ଥାନ ପରିବର୍ତନ କରିବା ଯୋଗୁ ଏବେ ନିକଟରେ ଏଥିରେ ସାମାନ୍ୟ ପରିବର୍ତନ କରାଯାଇଥିଲା । ନୂତନ ନିୟମ ଅନୁସାରେ ବ୍ୟାଟ୍ସମ୍ୟାନ ଶଟ ଖେଳିବା ପୋଜିଶନକୁ ଦେଖି ଅମ୍ପାୟର ୱାଇଡ ବଲର ନିଷ୍ପତି ନେବେ । କୋହଲିଙ୍କ କ୍ଷେତ୍ରରେ ଏହି ନିୟମ ଲାଗୁ ହୋଇଛି । ବ୍ୟାଟିଂ କରିବା ବେଳେ କୋହଲି ଲେଗସାଇଡ ବାହାରେ ଷ୍ଟାଣ୍ଡସ ନେଇଥିଲେ । ତାଙ୍କ ଫୁଟୱାର୍କ ଯୋଗୁ ଅମ୍ପାୟର ଏହାକୁ ୱାଇଡ ବଲ ଦେଇ ନ ଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.