ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଲାଞ୍ଜିଗଡ଼ ବ୍ଲକ ବିଶ୍ଵନାଥପୁର ଦୁର୍ଗାପୂଜା ପାଇଁ (ଶୁକ୍ରବାର) ଅପରାହ୍ନ ୫ଘ ସମୟରେ ସ୍ଥାନୀୟ ଶିବମନ୍ଦିର ନାଲରୁ କଳସ ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ସାର୍ବଜନୀନ ଦୁର୍ଗାପୂଜା କମିଟି ସଭାପତି ମନୋରଞ୍ଜନ ବିଶିଙ୍କ ନେତୃତ୍ବରେ ଏକ ଭବ୍ୟ ଶୋଭାଯାତ୍ରାରେ କଳସରେ ଜଳ ନେଇ କମିଟିର ସମସ୍ତ ସଦସ୍ୟ ତଥା ଆବାଳବୃଦ୍ଧବନିତା ସାମିଲ ହୋଇଥିଲେ। ଏଥିରେ ଶହଶହ ମହିଳା ଅଂଶ ଗ୍ରହଣ କରିଥିବା ବେଳେ ପ୍ରତିବର୍ଷ ଭଲି ଚଳିତବର୍ଷ ମଧ୍ୟ ବିଶ୍ଵନାଥପୁର ଶାରଦୀୟ ଦୁର୍ଗାପୂଜା ପାଞ୍ଚ ଦିନ ଧରି ପାଳିତ ହେବ ଏଥିପାଇଁ ସମସ୍ତ ପ୍ରସ୍ତୁତି ସରିଯାଇଥିବା ପୂଜା କମିଟି ସଭାପତି ମନୋରଞ୍ଜନ ବିଶି ପ୍ରକାଶ କରିଛନ୍ତି। ଏକ ଭବ୍ୟ ଶୋଭାଯାତ୍ରାରେ ପୂଜା ମଣ୍ଡପକୁ କଳସ ନେଇ ଆସିଥିଲେ ଶ୍ରଦ୍ଧାଳୁମାନେ। ସବୁବର୍ଷ ଭଳି ଚଳିତ ବର୍ଷ ମଧ୍ୟ ପୂଜା କର୍ତ୍ତା ଭାବରେ ପ୍ରଦୀପ ଘଡ଼େଇ ଓ ତାଙ୍କ ଧର୍ମପତ୍ନୀ ଲକ୍ଷ୍ମୀ ଘଡ଼େଇ ଦାଇତ୍ୱ ତୁଲାଉଛନ୍ତି। ପୂଜକ ଜିତେନ୍ଦ୍ର କୁମାର ପାଢୀ, ପ୍ରବୀଣ ଦାସ, ମାୟାଧର ସତପଥି, ପୃଥିବୀ ଦାସ ପୂଜକ କାର୍ଯ୍ୟ ପରିଚାଳନା କରୁଥିବା ବେଳେ ଘଣ୍ଟ, ବାଦ୍ୟ, ସୀତାପୁର ସଂକୀର୍ତ୍ତନ ମଣ୍ଡଳୀ, ମାଁ ହିରାନୀଳା ବ୍ୟାଣ୍ଡ ପାଂଟି, ବିଶ୍ଵନାଥପୁର ବସ୍ତି କଟାପ୍ପା ଡାନ୍ସ ଗ୍ରୁପ ସହ ବିଶ୍ଵନାଥପୁର ଗ୍ରାମ ପଞ୍ଚାୟତର ସମସ୍ତ ମହିଳା ଭକ୍ତ ମାନେ ଏକ ବିରାଟ ପଟୁଆରରେ ବିଶ୍ଵନାଥପୁର ଦୁର୍ଗାପୂଜା ମଣ୍ଡପ ଯାଏଁ କଳସ ଯାତ୍ରା ଅନୁଷ୍ଠିତ ହୋଇଥିଲା। ମଣ୍ଡପରେ କଳସ ପହଞ୍ଚିବାପରେ ଅପେକ୍ଷାରେ ଥିବା ନଗରବାସୀ କଳସକୁ ଭବ୍ୟ ସ୍ଵାଗତ କରିଥିଲେ। ମଣ୍ଡପରେ କଳସ ସ୍ଥାପନ ପରେ ମାଙ୍କ ଅଧିବାସ ଓ ବେଳବରଣ ପର୍ବ ଅନୁଷ୍ଠିତ ହୋଇଥିଲା। କଳସ ଯାତ୍ରା କାର୍ଯ୍ୟକ୍ରମରେ ଉପସଭାପତି ଅଚ୍ୟୁତ ଘଡ଼େଇ, ସମ୍ପାଦକ ଧବଳେଶ୍ଵର ଠେଲା, ସହ ସମ୍ପାଦକ ହରିହର କୁମାର, କୋଷାଧ୍ୟକ୍ଷ ତରୁଣ କୁମାର ଦାସ, ବନ ଦଳେଇ, ମାଧବ ଦଣ୍ଡସେନା, ସୁବାସ ନାଏକ, ଗୌତମ ଦଣ୍ଡସେନା, ଗଣେଶ ବେହେରା, ଭିକାରୀ ସାହୁ, ବିରଞ୍ଜି ପ୍ରଧାନୀ, ବଳରାମ ବେହେରା, ତ୍ରିଲୋଚନ ସେଠୀ କ୍ଷିରସିନ୍ଦୁ ସାହୁ, ପ୍ରଣବ ପୃଷ୍ଟି, ଘନଶ୍ୟାମ ସୁନା, ଜିତୁ ସାହୁ, ହରିବନ୍ଧୁ ଗଉଡ଼, ଆକାଶ ସାହୁ, ରିଙ୍କୁ ପ୍ରଧାନୀଙ୍କ ସମେତ କମିଟିର ସମସ୍ତ ସଦସ୍ୟ, ଅଞ୍ଚଳବାସୀ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରୁଛନ୍ତି। ପାଞ୍ଚ ଦିନ ଧରି ପୂଜା ଅନୁଷ୍ଠିତ ହେବାକୁ ରହିଥିବା ବେଳେ ପ୍ରତିଦିନ ରାତିରେ ମନୋରଞ୍ଜନର କାର୍ଯ୍ୟକ୍ରମ ରହିଥିବା ଜଣାପଡିଛି।