ଚଳିତବର୍ଷ ବି ଦେଶର ରାଜଧାନୀରେ ଫୁଟିବନି ବାଣ

ପ୍ରଦୂଷଣ ରୋକିବାକୁ ପ୍ରୟାସ

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ଆଗକୁ ଆସୁଛି ଦୀପାବଳୀ । ଦେଶର ରାଜଧାନୀକୁ ପ୍ରଦୂଷଣ ମୁକ୍ତ କରିବାକୁ ଦିଲ୍ଲୀ ସରକାରଙ୍କ ଜାରି ରହିଛି ପ୍ରୟାସ । ଚଳିତବର୍ଷ ମଧ୍ୟ ରାଜଧାନୀ ଦିଲ୍ଲୀରେ ବାଣ ଫୁଟାଇବା ଉପରେ ରୋକ ଲଗାଇଛନ୍ତି ସରକାର । ଦିଲ୍ଲୀର ବର୍ଦ୍ଧିତ ପ୍ରଦୂଷଣକୁ ଆଖି ଆଗରେ ରଖି ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ତେବେ ଆଜି କେନ୍ଦ୍ର ସରକାରଙ୍କ ସହ ରାଜ୍ୟଗୁଡିକର ମିଳିତ ବୈଠକରେ ଦିଲ୍ଲୀ ସରକାର ସମଗ୍ର ରାଜଧାନୀ(ଏନସିଆର)ଅଞ୍ଚଳରେ ବାଣ ଫୁଟାଇବା ଓ ଡିଜେଲ ବସ ଚଳାଚଳ ଉପରେ ସମ୍ପୂର୍ଣ୍ଣ ପ୍ରତିବନ୍ଧକ ଲଗାଇବାକୁ କେନ୍ଦ୍ର ପରିବେଶ ମନ୍ତ୍ରଣାଳୟକୁ ଅନୁରୋଧ କରିଛନ୍ତି । ଦିଲ୍ଲୀ ପରିବେଶ ମନ୍ତ୍ରୀ ଗୋପାଳ ରାୟ ଗଣମାଧ୍ୟମକୁ କହିଛନ୍ତି ଯେ, କେନ୍ଦ୍ର ପରିବେଶ ମନ୍ତ୍ରୀ ଭୁପେନ୍ଦ୍ର ଯାଦବ ଦିଲ୍ଲୀ, ପଞ୍ଜାବ, ହରିୟାଣା, ଉତ୍ତରପ୍ରଦେଶ ଏବଂ ରାଜସ୍ଥାନର ପରିବେଶ ମନ୍ତ୍ରୀଙ୍କ ସହ ଏକ ବୈଠକ କରିଛନ୍ତି । ସେ କହିଛନ୍ତି ଯେ, ଏହି ବୈଠକରେ ଦିଲ୍ଲୀ ସରକାର ସମଗ୍ର ଏନସିଆରରେ ପ୍ରଦୂଷଣ ରୋକିବା ପାଇଁ ପଦକ୍ଷେପ ନେବାକୁ ଅନେକ ପରାମର୍ଶ ଦେଇଛନ୍ତି। ଏହାପୂର୍ବରୁ, ଦିଲ୍ଲୀ ପରିବେଶ ମନ୍ତ୍ରୀ ଶୀତ ଦିନରେ ପ୍ରଦୂଷଣ କମ କରିବାକୁ ଏକ ଆକ୍ସନ ପ୍ଲାନ ପ୍ରସ୍ତୁତ କରିବାକୁ ଯୋଜନା କରିଥିଲେ । ଏନେଇ ସମସ୍ତ ଏନସିଆର ରାଜ୍ୟଗୁଡିକର ଏକ ବୈଠକ ଡକାଇବାକୁ ମନ୍ତ୍ରୀ କେନ୍ଦ୍ରକୁ ଅନୁରୋଧ କରିଥିଲେ। ଯାଦବଙ୍କୁ ଲେଖିଥିବା ଏକ ପତ୍ରରେ ମନ୍ତ୍ରୀ ରାୟ କହିଛନ୍ତି ଯେ, ଶୀତଦିନେ ବାୟୁ ପ୍ରଦୂଷଣକୁ ରୋକିବା ପାଇଁ ଦିଲ୍ଲୀ ସରକାର ଅନେକ ପଦକ୍ଷେପ ନେଇଛନ୍ତି, କିନ୍ତୁ ହରିୟାଣା, ରାଜସ୍ଥାନ ଏବଂ ଉତ୍ତରପ୍ରଦେଶ ଏନସିଆର ଅଞ୍ଚଳରେ ପ୍ରଦୂଷଣ କମ କରିବା ଉପରେ ଧ୍ୟାନ ନଦେଲେ ଏହି ପଦକ୍ଷେପ କାର୍ଯ୍ୟକାରୀ ହେବ ନାହିଁ । ‘ସେଣ୍ଟର ଫର ସାଇନ୍ସ ଆଣ୍ଡ ଏନଭାରମେଣ୍ଟ’ (ସିଏସଇ)ର ଏକ ରିପୋର୍ଟ ଅନୁଯାୟୀ, ଦିଲ୍ଲୀର ୩୧% ବାୟୁ ପ୍ରଦୂଷଣ ଦିଲ୍ଲୀରୁ ଉତ୍ପନ୍ନ ହୋଇଥିବାବେଳେ ୬୯% ପ୍ରଦୂଷଣ ଏନସିଆର ରାଜ୍ୟଗୁଡିକ ଦ୍ବାରା ହେଉଛି । ମନ୍ତ୍ରୀ ରାୟ ଜୋର ଦେଇଛନ୍ତି କହିଛନ୍ତି ଯେ, ଏନସିଆର ରାଜ୍ୟଗୁଡ଼ିକର ସମଗ୍ର ଅଞ୍ଚଳରେ ବାଣ ଫୁଟାଇବା ଏବଂ ନଡା ଜାଳିବା ଉପରେ ସମ୍ପୂର୍ଣ୍ଣ ନିଷେଧାଦେଶ ଲଗାଇବା ଉଚିତ। ସେହିପରି କେବଳ ସିଏନଜି ଏବଂ ବୈଦ୍ୟୁତିକ ଯାନକୁ ଚଲାଇବାକୁ ଅନୁମତି ଦେଲେ ଯାଇଁ ପ୍ରଦୂଷଣର ମାତ୍ରା ହ୍ରାସ ପାଇବ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.