ଅଯୋଧ୍ୟାରୁ ବାହାରିଲା ‘ରାମ ଜ୍ୟାତି’, ରାଜସ୍ଥାନର ୫୧ ହଜାର ମନ୍ଦିରରେ ହେବ ପ୍ରଜ୍ବଳିତ

ଓଡ଼ିଆ ବାର୍ତ୍ତା/ ଲକ୍ଷ୍ନୌ: ଅଯୋଧ୍ୟାର ରାମ ମନ୍ଦିରରେ ପ୍ରାଣ ପ୍ରତିଷ୍ଠା ପୂର୍ବରୁ ‘ରାମ ଜ୍ୟାତି’ ଦେଶର ପ୍ରତ୍ୟେକ ଘରେ ପହଞ୍ଚିବ। ଏନେଇ ଅଯୋଧ୍ୟାରୁ ‘ରାମ ଜ୍ୟାତି’ ରାଜସ୍ଥାନ ପାଇଁ ବାହାରିଛି । ଏହି ଜ୍ୟୋତିକୁ ରାଜସ୍ଥାନର ୫୧ ହଜାର ମନ୍ଦିରରେ ପ୍ରଜ୍ବଳିତ କରାଯିବା ସହ ଦେଶର ପ୍ରତ୍ୟେକ ଘରେ ପହଞ୍ଚାଯିବ। ଖାଲି ସେତିକି ନୁହେଁ, ରାଜସ୍ଥାନରେ ରାବଣ ପୋଡି ସମୟରେ ମଧ୍ୟ ଏହି ଜ୍ୟୋତିର ବ୍ୟବହାର କରାଯିବ । ଏହି ପ୍ରକାରେ ଦେଶର ଅନ୍ୟ ରାଜ୍ୟ ଗୁଡିକୁ ‘ରାମ ଜ୍ୟାତି’ ପଠାଯିବ । ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ଭବ୍ୟ ମନ୍ଦିର ପ୍ରତିଷ୍ଠା ପୂର୍ବରୁ ସମଗ୍ର ଦେଶକୁ ରାମମୟ କରାଯିବାର ଲକ୍ଷ୍ୟ ରଖାଯାଇଛି । ଖବରମୁତାବକ, ଏହି ‘ରାମ ଜ୍ୟାତି’ ଶ୍ରୀରାମ ଜନ୍ମଭୂମିରେ ନିର୍ମାଣଧୀନ ରାମଲାଲାଙ୍କ ମନ୍ଦିରର ଜ୍ୟୋତିରୁ ପ୍ରଜ୍ବଳିତ କରାଯାଇଛି । ଏହ ଜ୍ୟୋତିକୁ ରାଜସ୍ଥାନର ୫୧ ହଜାର ମନ୍ଦିରରେ ପହଞ୍ଚାଯିବ, ଯେଉଁଠି ପ୍ରତ୍ୟେକ ମନ୍ଦିରରେ ୧୦୮ଟି ପରିବାର ସଙ୍କଳ୍ପ କରିବେ । ଦୀପାବଳୀର ଦୀପୋତ୍ସବ ପର୍ଯ୍ୟନ୍ତ ଏହି ଦୀପ ଅଖଣ୍ଡ ଭାବେ ଯେପରି ଜଳେ ସେନେଇ ଏହି ସଙ୍କଳ୍ପ କରାଯିବ । ଏହି କାର୍ଯ୍ୟକ୍ରମକୁ ନେଇ ରାମରାଜ୍ୟ ମହୋତ୍ସବର ମୁଖ୍ୟ ସଂଯୋଜକ ଜଗଦୀଶ ପଞ୍ଚାରିଆ କହିଛନ୍ତି ଯେ, ଚଳିତବର୍ଷ ପ୍ରତ୍ୟେକ ଘରେ ଦୀପାବଳୀ ଅବସରରେ ଅଯୋଧ୍ୟାର ‘ରାମ ଜ୍ୟାତି’ ପ୍ରଜ୍ବଳିତ ହେଉ ବୋଲି ଆମର ଲକ୍ଷ୍ୟ ରହିଛି । ୨୩ ଅକ୍ଟୋବର ସୁଦ୍ଧା ରାଜସ୍ଥାନରେ ଏହି ଜ୍ୟୋତି ପହଞ୍ଚିବ ଏବଂ ୨୪ ତାରିଖ ଦଶହରା ଦିନ ଏହି ଜ୍ୟୋତି ଦ୍ବାରା ରାବଣ ଦହନ କରାଯିବ । ତେବେ ରଥ ଯାତ୍ରା ମାଧ୍ୟମରେ ରାଜସ୍ଥାନର ୫୧ ହଜାର ମନ୍ଦିର ସହ ଦେଶର ପ୍ରତ୍ୟେକ ଘରେ ପହଞ୍ଚାଇବାର ବ୍ୟବସ୍ଥା ହୋଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.