ବାଙ୍ଗାଲୋରରେ ଅଦିନିଆ ଝଡ ସୃଷ୍ଟି କଲେ ମିଚେଲ ମାର୍ଶ, ଡେଭିଡ ୱାର୍ଣ୍ଣର

ଓଡ଼ିଆ ବାର୍ତ୍ତା/ ବାଙ୍ଗାଲୋର: ଚଳିତ ବିଶ୍ୱକପ କ୍ରିକେଟରେ ଶୁକ୍ରବାର ପାକିସ୍ତାନ ବିପକ୍ଷରେ ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି ୩୬୮ ରନର ବିଶାଳ ଟାର୍ଗେଟ ରଖିଛି । ଏହି ମ୍ୟାଚରେ ମିଚେଲ ମାର୍ଶ ଓ ଡେଭିଡ ୱାର୍ଣ୍ଣରଙ୍କ ବିସ୍ଫୋରକ ବ୍ୟାଟିଂ ବାଙ୍ଗାଲୋରରେ ଅଦିନିଆ ଝଡ ସୃଷ୍ଟି କରିଥିଲା । ପାକିସ୍ତାନର ଶକ୍ତିଶାଳୀ ବୋଲିଂ ଲାଇନ ଅପ ଏମାନଙ୍କ ଆଗରେ ଅସହାୟ ମନେ ହେଉଥିଲେ । ମାର୍ଶ ୧୦୮ ବଲରେ ୧୦ ଚୌକା ଓ ୯ଛକା ବଳରେ ୧୨୧ ରନ କରିଥିଲେ । ୱାର୍ଣ୍ଣର ୧୨୪ ବଲରେ ୧୪ ଚୌକା ଓ ୯ଛକା ସହାୟତାରେ ୧୬୩ ରନ କରିଛନ୍ତି । ମାର୍ଶ ଓ ୱାର୍ଣ୍ଣର ଏଥିସହ ଅଷ୍ଟ୍ରେଲିଆ ୧୨ ବର୍ଷ ତଳର ରେକର୍ଡ ଭଙ୍ଗ କରିଛନ୍ତି । ୨୦୧୧ରେ ଏହି ପିଚରେ ଶେନ ୱାଟସନ ଓ ବ୍ରାଡ ହାଡିନ ପ୍ରଥମ ୱିକେଟରେ ୧୮୩ ରନର ପାର୍ଟନରଶିପ ସଂଗ୍ରହ କରି ଅଷ୍ଟ୍ରେଲିଆ ପାଇଁ ରେକର୍ଡ ସୃଷ୍ଟି କରିଥିଲେ । ଏବେ ମାର୍ଶ-ୱାର୍ଣ୍ଣର ୨୫୯ ରନ କରି ଏହି ରେକର୍ଡ ଭାଙ୍ଗିଛନ୍ତି । ପାକିସ୍ତାନ ବିପକ୍ଷରେ ୱାର୍ଣ୍ଣରଙ୍କ ଏହା କ୍ରମାଗତ ୪ର୍ଥ ଶତକ । ପ୍ରାରମ୍ଭିକ ପରାଜୟ ପରେ ଅଷ୍ଟ୍ରେଲିଆ ଟିମ ଧିରେ ଧିରେ ଫର୍ମକୁ ଫେରୁଛି । ପାକିସ୍ତାନ ପକ୍ଷରୁ ଶାହୀନ ଶାହ ଆଫ୍ରିଦୀ ସର୍ବାଧିକ ୫ଟି ୱିକେଟ ଅକ୍ତିଆର କରିଥିବା ବେଳେ ହ୍ୟାରିଶ ରୌଫ ୩ଟି ୱିକେଟ ନେଇଛନ୍ତି । ଅଷ୍ଟ୍ରେଲିଆ ଶେଷ ୫ଟି ୱିକେଟ ମାତ୍ର ୩୭ ରନରେ ହରାଇଥିଲା । ଟସ ଜିତି ପାକିସ୍ତାନ ପ୍ରଥମେ ଫିଲ୍ଡିଂ କରିବା ପାଇଁ ନିଷ୍ପତି ନେଇଥିଲା ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.