ବାଲିପଡା ଦୁର୍ଗାପୂଜା ସୁବର୍ଣ୍ଣ ଜୟନ୍ତୀ କାର୍ଯ୍ୟକ୍ରମରେ ଯୋଗଦେଲେ ପଶ୍ଚିମ ଓଡିଶା ବିକାଶ ପରିଷଦ ବିଶେଷଜ୍ଞ ସଦସ୍ୟ ଅବିନାଶ ଠାକୁର 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଜୟ ଦୁର୍ଗାପୂଜା କମିଟି, ବାଲିପଡା, ଭାନପୁର ତରଫରୁ ଆୟୋଜିତ ଦୁର୍ଗାପୂଜା ସୁବର୍ଣ୍ଣ ଜୟନ୍ତୀ ସମାରୋହ ମହୋତ୍ସବରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ବିଶେଷଜ୍ଞ ସଦସ୍ୟ ଅବିନାଶ ଠାକୁର ମୁଖ୍ୟ ଅତିଥି ଭାବରେ ଯୋଗଦେଇ ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ପାଳନ ପାଇଁ କମିଟି ସଦସ୍ୟଙ୍କୁ ଧନ୍ୟବାଦ ଦେଇଥିଲେ । ଜଗତଜନନୀ ମାଁ ଦୁର୍ଗାଙ୍କ ଆର୍ଶୀବାଦ ନେବାସହ ଜୟ ଦୁର୍ଗାପୂଜା କମିଟି ଏବଂ ସ୍ଥାନୀୟ ଅଧିବାସୀଙ୍କ ସହ ମଣ୍ଡପର ବିକାଶ ପାଇଁ ଆଲୋଚନା କରିଥିଲେ । ସୁବର୍ଣ୍ଣ ଜୟନ୍ତୀ ସମାରୋହ ପୂଜାର ଅଧ୍ୟକ୍ଷ ଭାନପୁର ସରପଞ୍ଚ ଅନନ୍ତରାମ ମାଝୀ, ଉପାଧ୍ୟକ୍ଷ ଭାନପୁରର ପୂର୍ବତନ ସମିତି ସଦସ୍ୟ ତପନ ପଧାନ, ଜୟଦୁର୍ଗା ପୂଜା କମିଟିର ସଭାପତି ଲୋଚନ ସାହୁ, ଉପସଭାପତି ରୋହିତ ସାହୁ, ସାଧାରଣ ସମ୍ପାଦକ କୁନ୍ତ ଭୋଇ, ସହସମ୍ପାଦକ ଜିତୁ ପଧାନ, ସୁରେନ୍ଦ୍ର ସାହୁ, ସମରେନ୍ଦ୍ର ଭୋଇ(ବବ୍ଲୁ), ପୁଜା ସମ୍ପାଦକ ଅଶୋକ ବାରିକ, କୋଷାଧ୍ୟକ୍ଷ ଭାବରେ ଜୟସେନ ନାଏକ ପ୍ରମୁଖଙ୍କ ସମେତ ବାଲିପଡା ବଣିକ ସଂଘର ସଦସ୍ୟ ବାଲାଜି, ଅମନ, ମାନସ, ବିଶ୍ୱ, ଆକାଶ ପ୍ରମୁଖ ମୁଖ୍ୟ ଅତିଥି ଶ୍ରୀ ଠାକୁରଙ୍କୁ ମଞ୍ଚରେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ଏହା ସହିତ ନର୍ଲା ଠାରେ ଆୟୋଜିତ ସାର୍ବଜନୀନ ଦୁର୍ଗାପୂଜାରେ ଯୋଗଦେଇ ଜଗତଜନନୀ ମାଁ ଦୂର୍ଗାଙ୍କ ଦର୍ଶନ କରି ଲୋକଙ୍କ ସହ ଆଲୋଚନା କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.